କୁଡୁମୁଲୁଗୁମ୍ମା ଭେଟେନାରୀ ବିଲ୍ଡିଙ୍ଗ ନିର୍ମାଣ କାର୍ଯ୍ୟ ଅତି ନିମ୍ନ ମାନର ଅଭିଯୋଗ

ମାଲକାନଗିରି : ମାଲକାନଗିରି କୁଡୁମୁଲୁଗୁମ୍ମା ସ୍ଥିତ ଭେଟେରେନାରୀ ପରିସରରେ ହେଉଥିବା ବିଲ୍ଡିଙ୍ଗ ନିର୍ମାଣ କାର୍ଯ୍ୟ ଅତି ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ କୁ ପରୋକ୍ଷରେ ସ୍ୱୀକାର କଲେ ଅଧିକାରୀ | ଏହି କାର୍ଯ୍ୟକୁ ଟେଣ୍ଡର ଜରିଆରେ ପାଇଥିବା ସ°ପୃକ୍ତ ଠିକାଦାର ନିଜେ ବ୍ୟକ୍ତିଗତ ଭାବେ କାର୍ଯ୍ୟର ସମୀକ୍ଷା କରୁନଥିବା ବେଳେ କାର୍ଯ୍ୟକାରୀ ଯନ୍ତ୍ରୀ କି ଉପରସ୍ତ ଅଧିକାରୀ ମଧ୍ୟ କାର୍ଯ୍ୟର ମାନ ନିରୁପଣ ନିମନ୍ତେ ଏଠାକୁ ଆସୁନାହାନ୍ତି । ଯେମିତି ଲାଗୁଛି “ସବୁକିଛି ରାମ୍ ଭରୋସେ” ନ୍ୟାୟରେ ବାହାର ଜିଲ୍ଲାର ଜଣେ ସୁପରଭାଇଜର୍ ,କିଛି ଠିକା ମିସ୍ତ୍ରୀ ଓ ଶ୍ରମିକ ମାନଙ୍କ ଉପରେ ଛାଡ଼ିଦିଆ ଯାଇଛି । କାର୍ଯ୍ୟ ରେ ବ୍ୟବହୃତ ହେଉଥିବା ସାମଗ୍ରୀ ଅତି ନିମ୍ନ ମାନର ହେଉଥିବା ବେଳେ ଚଞ୍ଚକତା କରି ସିମେଣ୍ଟର ଭାଗ ମାପ ଅନୁଯାୟୀ ବ୍ୟବହାର କରାଯାଉନଥିବା ପରିଲକ୍ଷିତ ହେଉଛି । ସମ୍ପୁକ୍ତ କାର୍ଯ୍ୟ ର ଫାଉଣ୍ଡେସନ ମଧ୍ୟ ଠିକ୍ ଭାବରେ କରାନଯାଇ, ଅତି ତରବରିଆ ଭାବରେ ମାଟି ଢାଙ୍କି ଦିଆଯାଇ,ତା ଉପରେ ଇଟା ଯୋଡେଇ କରାଯାଇଛି, ଯେମିତିକି ନିମ୍ନ ମାନର ନିର୍ମାଣ କାର୍ଯ୍ୟର ସୁଧାକ୍ ଆଉ କେହି ଖୋଜି ପାଇପାରିବେନି । ସ୍ଥାନୀୟ ଲୋକ ଉକ୍ତ କାର୍ଯ୍ୟକୁ ଉଚିତ୍ ଗୁଣବତ୍ତା ରେ ନିର୍ମିତ କରିବା ପାଇଁ ତାଗିଦ୍ କରିବା ସତ୍ତ୍ୱେ ସୁପରଭାଇଜର କର୍ଣ୍ଣପାତ କରୁନଥିବା ବେଳେ କାର୍ଯ୍ୟଟି ଅଳ୍ପ କେଇ ମଧ୍ୟରେ ଭୁଷୁଡି ପଡିବାର ଅଭିଯୋଗ ହେଉଛି । ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଉକ୍ତ ବିଲ୍ଡିଙ୍ଗ ନିର୍ମାଣ କାର୍ଯ୍ୟର ତଦାରଖ କରିବା ସହ, ଏଥିରେ ହୋଇଥିବା ଅନିୟମିତତା ଉଜାଗର ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜନ ସାଧାରଣ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.