ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଜାଗୁଆର ଏକାଡେମୀ ୯ ସ୍ବର୍ଣ୍ଣ ପଦକ ହାସଲ

ହିଞ୍ଜିଳିକାଟୁ (୧୫।୬) : ଜାଗୁଆର ଏକାଡେମୀ ଅଫ ମାର୍ସଲ ଆର୍ଟ୍ସ ଓ ସେଲ୍ଫ ଡିଫେନ୍ସ ର ୮ ଜଣ ଛାତ୍ରଛାତ୍ରୀ ଓଡ଼ିଶା ରାଜ୍ୟସ୍ତରୀୟ ଜୁନିଅର ଟାଇକୋଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଚିତ୍ତାକର୍ଷକ ପ୍ରଦର୍ଶନ ବଳରେ ୯ ସ୍ଵର୍ଣ୍ଣ ପଦକ ,୬ ସିଲଭର, ୧ ଵ୍ରୋଞ୍ ପଦକ ହାସଲ କରି ଗୌରବ ଅର୍ଜନ କରିଛନ୍ତି। କେନ୍ଦୁଝର ସହର ଉପକଣ୍ଠ ଶଙ୍କରପୁରଠାରେ ଥିବା ଧରଣୀଧର ସ୍ପୋର୍ଟସ କମ୍ପ୍ଲେକ୍ସ ରେ ଗତ ୧୦,୧୧ ଓ୧୨ ତିନିଦିନ ଧରି ଚାଲିଥିବା ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଜାଗୁଆର ଏକାଡେମୀ ଅଫ ମାର୍ସଲ ଆର୍ଟ୍ସ ଓ ସେଲ୍ଫ ଡିଫେନ୍ସ (ଜେଏଏମ ଏସ) ମୁଖ୍ୟ ପ୍ରଶିକ୍ଷକ ଅମ୍ବିକା ପ୍ରସାଦ ଦାଶ ଙ୍କ ଅଧ୍ୟକ୍ଷତାରେ ୮ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ରାଜ୍ୟର ୨୧ଟି ଜିଲ୍ଲାରୁ ୨୭୦ ଜଣ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ । ଗଞ୍ଜାମ ଜିଲ୍ଲା ଜାଗୁଆର ଏକାଡେମୀ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅର୍ମାନ ପାଢି ୩ ଟି ସ୍ବର୍ଣ୍ଣ ପଦକ, ଅଦ୍ୟାସା ଆଦ୍ୟାସ୍ମିତା ୨ଟି ସ୍ଵର୍ଣ୍ଣ ପଦକ, ସ୍ରଦ୍ଧା ସୁଭାଙ୍ଗି ୧ ସ୍ବର୍ଣ୍ଣ ପଦକ ସହ ୨ ଗୋଟି ସିଲଭର ପଦକ, ଅଙ୍କିତା ପାତ୍ର ୧ଟ୍ଟି ସ୍ବର୍ଣ୍ଣ ପଦକ ସହ ୨ଟି ସିଲଭର ପଦକ, ସୌମ୍ୟପ୍ରତାପ ନାୟକ ୨ ଗୋଟି ସ୍ବର୍ଣ୍ଣ ପଦକ ସହ ୧ଟି ସିଲଭର ପଦକ, ଗୁନାପଲ୍ଲି ଦିଲ୍ଲିପ କୁମାର ଗୋଟିଏ ସିଲଭର ପଦକ, ଧୀରଜ ପାଣିଗ୍ରାହୀ ଗୋଟିଏ ଵ୍ରୋଞ୍ ପଦକ, ଓ ରୁପାଲି ବେହେରା ଜୁନିଅର ଟାଇକୋଣ୍ଡୋ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଏକାଡେମୀ ର ଗର୍ବ ସହ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଜାଗୁଆର ଏକାଡେମୀ ର ପ୍ରଶିକ୍ଷକ ଛାତ୍ର ଛାତ୍ରୀ ଙ୍କ ସହ ଅଭିଭାବକ ଓ ହିଞ୍ଜିଳିକାଟୁ ଵ୍ର୍ରହ୍ମପୁର ଵୁଦ୍ଧିଯିବି କୃତି ଖେଳାଳି ମାନଙ୍କୁ ଶୁଭେଛା ଜଣାଇଛନ୍ତି ।

nis-ad
Leave A Reply

Your email address will not be published.