ବିଜେପି ପକ୍ଷରୁ ଗ୍ରୀଡ ସବ ଷ୍ଟେସନ ଘେରାଉ…


ଫୁଲବାଣୀ :ଭାରତୀୟ ଜନତା ପାର୍ଟିର ଜିଲ୍ଲା ଉପ ସଭାପତି ରମେଶ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ଵରେ ଡି ଆର ଡି ଏ ଛକ ସ୍ଥିତ ଗ୍ରୀଡ ସବ ଷ୍ଟେସନ ସମ୍ମୁଖରେ ହାତରେ ଲଣ୍ଠନ ଓ ବିଞ୍ଛଣା ଧରି ଘେରାଉ କରିଥିଲେ l ସମସ୍ତେ ଏକ ସ୍ଵରରେ


ଟାଟାକୁ ନବୀନ ସରକାର ଙ୍କ ଅହେତୁକ ଅନୁକମ୍ପା କଣ ପାଇଁ,ରାଜ୍ୟ ସରକାର ଏହି ଟାଟା ଷ୍ଟିଲ କମ୍ପାନୀର ଦଲାଲି କରୁଛନ୍ତି କାହିଁକି, ନବୀନ ବାବୁ ମୂକ ଓବଧିର କାହିଁକି ଏପରି ନା ରା ବାଜି କରିଥିଲେ l ପ୍ରକାଶ ଥାଉ କି ଏବେ କିଛି ଦିନ ହେଲା ସମଗ୍ର ରାଜ୍ଯରେ ମନ ଇଚ୍ଛା ବିଦ୍ୟୁତ କାଟ ଏବଂ ବୁଧବାର ରାତିରେ କନ୍ଧମାଳ ଜିଲ୍ଲରେ ସାମାନ୍ୟ ପବନ ବର୍ଷାରେ ରାତି ସାରା ବିଦ୍ୟୁତ ନ ଆସିବା ଓ ଲୋ ଭୋଲଟେଜ୍ ଯୋଗୁଁ ଯନ୍ତ୍ରାଂଶ ଠିକ୍ ଭାବେ ପରିଚାଳିତ ହୋଇ ନପାରିବା ସହିତ ଡୋର ଲକ୍ ଥିଲେ ମନ ଇଚ୍ଛା ବିଦ୍ୟୁତ ଶୁଳ୍କ ପକାଇ ବିଲ ଦେବା ନେଇ ବିଜେଡି ଶକ୍ତି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା ବିଜେପି l ଉକ୍ତ କାର୍ଯ୍ୟକ୍ରମରେ ରାଜ୍ଯ କାର୍ଯ୍ୟ କାରିଣୀ ସଦସ୍ୟ ଭଗବାନ ମହାନ୍ତି, ମୁକ୍ତି କାନ୍ତ ମହାନ୍ତି,ଉମା ଚରଣ ମଲ୍ଲିକ, ଲିଙ୍ଗରାଜ ଦଳବେହେରା,ପରେଶ ମହାପାତ୍ରଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.