ଗଞ୍ଜାମଜିଲ୍ଲା ରଜକ କୁଳ ସମାଜ ସହ ସମିତି ମିଶ୍ରଣ ପର୍ବ ପଶ୍ଚିମ…


ହିଞ୍ଜିଳିକାଟୁ: ୧୩।୬ ଗଞ୍ଜାମ ଜିଲ୍ଲା ରଜକ ସମାଜର ସାଧାରଣ ସଭା ମଙ୍ଗଳବାର ମାଁ ଶ୍ୟାମଳାଈ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ରଜକ ସମାଜ ସଭାପତି ରମେଶ ଚନ୍ଦ୍ର ସଠି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ରଜକ ସମିତି ସଭାପତି ଆପନା ସେଠି ଙ୍କ ଅଧ୍ୟକ୍ଷତାରେ ସମସ୍ତ ନେତୃମଣ୍ଡଳୀ ସମାଜ ସହ ମିଶ୍ରଣ ହୋଇଥିଲେ ।ପ୍ରଥମେ ଅତିଥି ବୃନ୍ଦ ପ୍ରଦ୍ଵିପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ବାଲେଶ୍ୱର ଵାହାନାରା ଠାରେ ହୋଇଥିବା ଟ୍ରେନ ଦୁର୍ଘଟଣା ରେ ମୃତକଙ୍କ ଆତ୍ମାର ସଦଗତି ଓ ଦିଗପହଣ୍ଡି ବ୍ଳକ ସଭାପତି ସୁନିତା ସେଠି ଙ୍କ ଅକାଳ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା

ଜାତୀୟପଞ୍ଚାୟତପୁରସ୍କାର୨୦୨୩ ହିଞ୍ଜିଳିକାଟୁ ବ୍ଳକ ଶ୍ରେଷ୍ଠ ଘୋଷିତ ହେବା ସହ ଦାନଦୟାଲ ଉପାଧ୍ୟାୟ ପଞ୍ଚାୟତ ଶତତ ପୁରଷ୍କାର ହିଞ୍ଜିଳିକାଟୁ ବ୍ଳକ ଓ ଦେଶରେ ହିଞ୍ଜିଳିକାଟୁ ବ୍ଲକର କଞ୍ଚୁରୁ ପଞ୍ଚାୟତ ୨ୟ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ଏବଂ ଶାସନଆମ୍ବଗାଁ ୨ୟ ଶ୍ରେଷ୍ଠ ସ୍ବଚ୍ଛ ଓ ଦାରୁଭଦ୍ରା ପଞ୍ଚାୟତ ସବୁଜ ପଞ୍ଚାୟତ ଘୋଷିତ ହୋଇଛି। ହିଞ୍ଜିଳିକାଟୁ ବ୍ଲକ ର ତିନି ପଞ୍ଚାୟତ ର ଜନପ୍ରତିନିଧି କଞ୍ଚୁରୁ ପଞ୍ଚାୟତ ସରପଞ୍ଚ ମଦନ ମୋହନ ସେଠୀ ,ସାସନ ଆମ୍ବ ଗାଁ ପଞ୍ଚାୟତ ସରପଞ୍ଚ ଜନାର୍ଦ୍ଦନ ସେଠୀ ଓ ଦାରୁଭଦ୍ରା ପଞ୍ଚାୟତ ର ସରପଞ୍ଚ ବିକାଶ ସେଠି ଜାତି ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ସଭା ଆରମ୍ଭ ରୁ ତିନି ଜଣ ସରପଞ୍ଚ ଙ୍କୁ ମାନପତ୍ର ସହ ଔପଢୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏହାପରେ ଅତିଥିମାନେ ନିଜ ନିଜ ଅଭିଭାଷଣ ସମାଜର କିପରି ଉନ୍ନତି ହେବ ତାହା ବର୍ଣ୍ଣନା କରି ବୁଝେଇଥିଲେ । କେବଳ ସମାଜରେ ଏକତା ନୁହେଁ, ଆମେ ସମସ୍ତେ ସମସ୍ତଙ୍କ ସହ ଏକତା ରହିବା ସହ ଶିକ୍ଷାର ବହୁତ ଆବଶ୍ୟକ, ଶିକ୍ଷା ହିଁ ଆମକୁ ଆମ ଦିଗ ଦେଖେଇଥାଏ । ସମାଜର ଦୁର୍ବଳତା ହେଉଛି ଏକତା ନାହିଁ, ଯଦି ଏକତା ରହିଲେ ସଂଗଠନ ତିଆରି ହୋଇପାରିବ ।ଶେଷରେ ରଜକ ସମାଜ ର ଵାର୍ଷିକ ବିଵରଣି ସହ ଆୟଵ୍ୟୟ ଆଲୋଚନା ହୋଇଥିଲା।କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ରଜକ ସମାଜ ଉପସଭାପତି ଭାସ୍କର ସେଠି, ଗୌରହରି ସେଠି, ସିମାଞ୍ଚଳ ସେଠି, ସମ୍ପାଦକ କିଟୁ ପ୍ରସାଦ ସେଠି. କୋଷାଧ୍ୟକ୍ଷ ଵଂଶିଧର ସେଠି, ଉପଦେଷ୍ଟା ଭିକାରୀ ସେଠି, ଓ ଅର୍ଶୁଲୁ ସେଠିଙ୍କ ସହ ଗଞ୍ଜାମ ଜିଲ୍ଲାର ସମସ୍ତ ତାଲୁକା ସଭାପତି ଓ କୁଳ ଭାଇ ମାନେ ଉପସ୍ଥିତ ରହିଥିଲେ।

nis-ad
Leave A Reply

Your email address will not be published.