ପ୍ରଚଣ୍ଡ ଶଦ୍ଦ କରି ଫାଟିଲା ରାସ୍ତା, ଭୟଭୀତ ହେଲେ ଗ୍ରାମବାସୀ

ସୁବର୍ଣ୍ଣପୁର: ଫାଟିଲା ରାସ୍ତା । ପ୍ରଚଣ୍ଡ ଶଦ୍ଦ କରି ଫାଟିଲା ରାସ୍ତା । ଲୋକେ ଭୟଭୀତ । ସୁବର୍ଣ୍ଣପୁର ଜିଲ୍ଲା ଦୁର୍ଜନତୈଲା ପଞ୍ଚାୟତ ସାଗଜୁରୀ ଗାଁରେ ଏଭଳି ଘଟଣା ଦେଖବାକୁ ମିଳିଛି । ସାଗଜୁରୀ ଗାଁରେ ଅପରାହ୍ନରେ ହଠାତ୍‌ ଯୋରରେ ଶଦ୍ଦ ହେବା ସହ ଗାଁ ରାସ୍ତା ଫାଟି ଯାଇଥିଲା ।

ଗାଁ ମଝିରାସ୍ତାର ପାଖାପାଖି ୫୦ ମିଟର ଯାଏ ଫାଟ ସୃଷ୍ଟି ହୋଇଛି । ତେବେ ଶଦ୍ଦରେ ପାଖ ଘର ବାସନକୁସନ ତଳେ ପଡିଯାଇଥିଲା। ସେହିଭଳି ଗାଁର ସଞ୍ଜୀବ ସେଠୀଙ୍କ ଘର କାନ୍ଥରେ ମଧ୍ୟ ଫାଟ ହୋଇଥିବା ଜଣାପଡିଛି । ପ୍ରଚଣ୍ଡ ଶଦ୍ଦ ସହ ରାସ୍ତା ଫାଟିବାର କାରଣ ଅସ୍ପଷ୍ଟ ରହିଛି ।

nis-ad
Leave A Reply

Your email address will not be published.