କାଶୀପୁର ବ୍ଲକ ପୂର୍ବତନ ଯୁବ କଂଗ୍ରେସ ସଭାପତି ଗଜେନ୍ଦ୍ର ନାଏକ ଙ୍କୁ ନିର୍ମମ ଭାବେ ହତ୍ୟା…


କାଶୀପୁର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଆଜି ସକାଳ ପ୍ରାୟ ୭ ଟା ସମୟରେ ଗଜେନ୍ଦ୍ର ନାଏକ (ବୁଲୁ)କାଶୀପୁର ଠାରୁ ୧୦ କିଲୋମିଟର ଦୂର ସିକର ଲଟା ଗ୍ରାମକୁ ନିଜ ଚାଷଜମି ର ମରାମତି ନିମନ୍ତେ ଯାଇଥିଲେ । ତାଙ୍କ ସହ କିଛିନିଜ ଶ୍ରମିକ ଏବଂ JCB ଡ୍ରାଇବର ମଧ୍ୟ ଉପସ୍ଥିତ ଥିଲେ। JCB ସହ ଉକ୍ତଚାଷ ଜମିରେ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଚନ୍ଦ୍ରଗିରୀ ପଞ୍ଚାୟତଚାନ୍ଦଗିରି ଗ୍ରାମର ଭାଗ ଗଉଡ଼ ନାମକ ବ୍ୟକ୍ତି ଓ ତାଙ୍କ ଦୁଇ ପୁଅ ସମେତମିଳିତ ଭାବେ କୁରାଡି ସହ ଆକ୍ରମଣ କରିଥିଲେ ।ଘଟଣା ସ୍ଥଳରେ ଉପସ୍ଥିତ ଥିବା ପ୍ରମୁଖ ସାକ୍ଷୀପ୍ରମାଣିତ ଭାବେ କସନାଦରାଗ୍ରାମର ଅନ୍ତ ମାଝୀ ଏହି ନିର୍ମମ ହତ୍ୟା ର ଜ୍ବଳନ୍ତ ବୟାନ ସହ ହତ୍ୟାକାଣ୍ଡର ବୟାନଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଭାଗ ଗଉଡ଼ ଓ ତାର ଦୁଇ ପୁଅ ଏହି ତିନିଜଣ ମିଳିତ ଭାବେ ଗଜେନ୍ଦ୍ର ନାଏକଙ୍କୁ ତିନଟି କୁରାଡ଼ି ସହ ନିର୍ମମ ଭାବେ ହତ୍ୟା କରିଥିବାର ସେଦେଖିଥିବା ପ୍ରକାଶ କରିଛି ।ଖବର ପାଇ କାଶିପୁର ପୋଲିସ ଘୋଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ କାଶିପୁର୍ ଗଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରେ କୁ ଆଣିଛନ୍ତି।ଖବର ଲେଖାହେବା ସୁଧା କାହାରିକି ଗିରଫ କରାଯାଇନାହିଁ ।ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟରେ ଚାପା ଉତ୍ତେଜନା ସୃଷ୍ଟି ହେବାସହ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି ।

nis-ad
Leave A Reply

Your email address will not be published.