କାଶୀପୁରରେ ୫ ଟି ସଚିବ, କାଶୀପୁରରେ ହେବ ଡିଗ୍ରି କଲେଜ।ବୁଲିଦେଖିଲେ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର…


କାଶିପୁର : ୫-ଟି ସଚିବ ଭି. କେ ପାଣ୍ଡିଆନ ଦୁଇ ଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସିଛନ୍ତି। କାଶୀପୁରରେ ହେବ ଡିଗ୍ରୀ କଲେଜ । ଖୁବଶୀଘ୍ର ଖୁସିଖବର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାୟଗଡ଼ା ଗସ୍ତର ଦ୍ବିତୀୟ ଦିନରେ କାଶୀପୁରର ନବ ନିର୍ମିତ ସିଏଚସି ବୁଲି ଦେଖିବା ସହ ଏହି ବଡ଼ ଘୋଷଣା କରିଛନ୍ତି 5Tସଚିବ ଭି.କେ ପାଣ୍ଡିଆନ । ସିଏଚସି ନୂଆ ବିଲଡ଼ିଂରେ ଖର୍ଚ୍ଚ ହେଉଛି ୧୦କୋଟିରୁ ଅଧିକ ଟଙ୍କା । ବାକି ଥିବା ହାଇସ୍କୁଲ ରୂପାନ୍ତରଣ ଶୀଘ୍ର ହେବା ସହ ଯୁକ୍ତ ୨ କଲେଜ ବି ରୂପାନ୍ତରଣ ହେବ । ଜଳସେଚନ ଓ ପାନୀୟଜଳ ନେଇ ଥିବା ଦାବି ଖୁବଶୀଘ୍ର ପୂରଣ ହେବ । କାଶୀପୁରର ଘରେ ଘରେ ପହଞ୍ଚିବ ପାଣି, ଜଳସେଚିତ ହେବ ସବୁ କ୍ଷେତ। ଖୁରୁଗାଁ ରେ ଥିବା ଛତୁମଞ୍ଜି ଉତ୍ପାଦନ କେନ୍ଦ୍ର ବୁଲିଦେଖିଲେ।କେବଳ ସେତିକି ନୁହେଁ ବ୍ରହ୍ମପୁର-ଜୟପୁର ବିଜୁ ଏକ୍ସପ୍ରେସ ୱେ -୨ ନିର୍ମାଣ ଚାଲିଛି । ଉପକୃତ ହେବେ

ରାୟଗଡ଼ା ଜିଲ୍ଲାବାସୀ । ରାୟଗଡ଼ାର ୧୨୦ କିଲୋମିଟରରୁ ଅଧିକ ରାସ୍ତା ତିଆରି ହେବ । କେବଳ ରାୟଗଡ଼ାରେ ରାସ୍ତା ପାଇଁ ୧୨ଶହ କୋଟି ଖର୍ଚ୍ଚ ହେବ । ମିଶନ ଶକ୍ତି ମା ମାନଙ୍କ ସହ କଥା ହେବା ସହ ବିଭିନ୍ନ ଦାବି ପତ୍ର ନେଇଛନ୍ତି ଭି.କେ ପାଣ୍ଡିଆନ । ଏମବିକେ, ସିଆରପି ଓ ବ୍ୟାଙ୍କ ମିତ୍ରଙ୍କ ଦରମା ବଢ଼ିବ ବୋଲି ଦେଇଛନ୍ତି ପ୍ରତିଶ୍ରୁତି । ସେହିପରି ଧାର୍ମିକ ଅନୁଷ୍ଠାନର ବିକାଶ ନେଇ ଥିବା ଦାବି ଉପରେ ଖୁବଶୀଘ୍ର ତର୍ଜମା କରି ଏକ ସପ୍ତାହରେ ମୁଖ୍ୟମନ୍ତ୍ରୀ ଖୁସିଖବର ଦେବେ ବୋଲି କହିଛନ୍ତି ଫାଇବ-ଟି ସଚିବ ଭି.କେ ପାଣ୍ଡିଆନ ।

nis-ad
Leave A Reply

Your email address will not be published.