ଏକ୍ସପାରି ମେଡିସିନ ଖାଇ ୧୧ ମାସର ଛୁଆ ଗୁରୁତର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟସ୍ଥ ଯାଜପୁର ଗ୍ରାମର ୧୧ ମାସ ର ଛୁଆ ସଚିତ୍ ସ୍ଵଂସା ଭିଟାମିନ ଏକ୍ସପାରି ମେଡିସିନ ଖାଇ ଗୁରୁତର ହୋଇପଡ଼ିଥିବା ଜଣାଯାଇଛି | ଏହି ପ୍ରସଙ୍ଗେର ଦୁଇ ଜଣ ଅଙ୍ଗନବାଡ଼ି କର୍ମୀ ଙ୍କ ଅବହେଳା ନେଇ ଥାନା ରେ ଅଭିଯୋଗ କରିଛନ୍ତି ଛୁଆର ପିତାମାତା | ଗତ ୦୭/୦୪/୨୦୨୩ ରେ ଯାଜପୁର ଗ୍ରାମରେ କୁନି ଛୁଆମାନଙ୍କୁ ଔଷଧ ଦେବା ପାଇଁ ଯାଜପୁର ସ୍କୁଲକୁ ଆସିବା ପାଇଁ କୁହାଯାଇଥିଲା । ୨୫-୩୦ ପରିବାର କୁ ଅଙ୍ଗୱାଡି ଦିଦି ଭିଟାମିନ ଔଷଧ ଦେଇଥିଲେ । କିନ୍ତୁ ତାହା expire ଔଷଧ ଥିଲା । ପିଲା ମାନଙ୍କୁ ଝାଡ଼ା ବାନ୍ତି ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା expire ଔଷଧ ର ପ୍ରଭାବ ବୋଲି ଜାଣି ଲୋକଙ୍କ ପାଖ ରୁ ଏହା କୁ ଫେରସ୍ତ କରିବାକୁ କହି ନଷ୍ଟ କରାଯାଇଥିଲା । ଯାଜପୁର ଗ୍ରାମ ର ୧୧ ମାସ ର ଛୁଆ ସଚିତ୍ ସ୍ଵଂସା ର ସ୍ୱାସ୍ଥ୍ୟ କିନ୍ତୁ ଗୁରୁତର ହେବା ଯୋଗୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାରଳାଖେମୁଣ୍ଡି ରେ ଭର୍ତ୍ତି କରାଗଲା। ୪ ଦିନ ଯାଏଁ କିଛି ସ୍ୱାସ୍ଥ୍ୟ ଅବସ୍ଥା ରେ ଉନ୍ନତି ନ ଆସିବା ଯୋଗୁଁ ନିକଟସ୍ତ ଆନ୍ଧ୍ର ର ପୁରୁଣା ପାଟଣା ଅବିଂ ପରେ ଶିକକୁଲମ୍ କିମ୍ସ ରେ ଭର୍ତ୍ତି କରାଯାଇଥିଲା ।୧୫ ଦନ ର ଚେଷ୍ଟା ସତ୍ତ୍ୱେ ସ୍ୱାସ୍ଥ୍ୟ ଅବସ୍ଥା ରେ ଉନ୍ନତି ନ ଆସିବା ଏବଂ ଛୁଆ ବଞ୍ଚିବା କଷ୍ଟକର କହି ସେମାନେ ପିଲାକୁ ଫେରାଇ ନେବାକୁ କହିଥିଲେ । ତେଣୁ ଆଜି ଛୁଆ କୁ ନେଇ ପାରଳାଖେୁଣ୍ଡି ଥାନା କୁ ଆସି ଛୁଆ ର ବାପା ଓ ମା ସୁମିତ୍ରା ସ୍ୱର୍ୟଂସା ଲିଖିତ ଅଭିଯୋଗ କରି ପୁଣି ଭୁବନେଶ୍ୱର ଅଧିକ ଚିକିତ୍ସା ପାଇଁ ଫେରିଯାଇଥିଲେ । ଅଭିଯୋଗ ଅନୁସାରେ ଥାନା ରେ କେସ ନମ୍ବର ୧୩୩/୨୩ ୨୮୪,୩୦୮,୩୪ ipc ରେ ଅଙ୍ଗୱାଡ଼ି କର୍ମୀ ସମ୍ପୂର୍ଣ୍ଣ ପ୍ରଧାନ ଓ ସଂଯୁକ୍ତା ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନିଆ ଯିବ ଓ ତଦନ୍ତ କରାଯିବା ନେଇ ସୂଚନା ଦେଇଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ ବାବୁଲି ନାୟକ |

nis-ad
Leave A Reply

Your email address will not be published.