ଗୋପାଳପୁର ବନ୍ଦର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ…

ବ୍ରହ୍ମପୁର (୬/୬) : ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ସୃଷ୍ଟି କରିବା ଲାଗି ନିରନ୍ତର ଉଦ୍ୟମ ଜାରି ରଖିଥିବା ଗୋପାଳପୁର ବନ୍ଦର ଲିମିଟେଡ୍ (ଜିପିଏଲ୍‌) ପକ୍ଷରୁ “ପ୍ଲାଷ୍ଟିକ ପ୍ରଦୂଷଣର ସମାଧାନ’ ବିଷୟ ଉପରେ ଗୁରୁତ୍ୱ ରଖି ଆର୍ଜିପାଲ୍ଲୀ ସ୍ଥିତ ବନ୍ଦର ପରିସରରେ ବିଶ୍ୱ ପରିବେଶ ଦିବସ ୨୦୨୩ ପାଳନ କରାଯାଇଛି ।

ଗୋପାଳପୁର ବନ୍ଦର ଅଭିନବ ଦୀର୍ଘସ୍ଥାୟୀ ବିକାଶ ଓ ବିଶ୍ୱ ପ୍ରାକୃତିକ ସଂରକ୍ଷଣ ଅନୁଯାୟୀ ଜୈବବିବିଧତାରେ ଉନ୍ନତି, ଜଳବାୟୁ ପରିବର୍ତନର ମୁକାବିଲା ଓ ପରିବେଶ ଯତ୍ନରେ ଉନ୍ନତି ପାଇଁ ନିଜ ଯାତ୍ରା ଜାରି ରଖିଛି ।

ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବନ୍ଦର ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ (ଏଚ୍‌ଓଡି) ଓ କର୍ମଚାରୀମାନେ ଯୋଗ ଦେଇ ବିଶ୍ୱ ପରିବେଶ ଦିବସ ପାଳନ କରିଥିଲେ ।

ଏହି ଅବସରରେ ଉପସ୍ଥିତ କର୍ମଚାରୀ ମାନଙ୍କୁ ସମ୍ବୋଧିତ କରି ଗୋପାଳପୁର ବନ୍ଦରର ସିଇଓ ଶ୍ରୀ ଜନାର୍ଦ୍ଦନ ରାଓ କହିଛନ୍ତି ଯେ, “ପରିବେଶର ସଂରକ୍ଷଣ ଓ ସୁରକ୍ଷା ପାଇଁ ଜିପିଏଲ୍ ସର୍ବଦା ପ୍ରତିବଦ୍ଧ ରହିଛି । ବନ୍ଦର ପରିଚାଳନା ସହିତ ପରିବେଶ ସୁରକ୍ଷା ଓ ପରିବେଶ ବ୍ୟବସ୍ଥାର ସଂରକ୍ଷଣ କୁ ନେଇ ଏକ ସବୁଜ ସମୀକ୍ଷା କରାଯାଇଥିଲା ।’’

ଏହି ଅବସରରେ ବନ୍ଦରର ପରିବେଶ ବିଭାଗର ଡିଜିଏମ୍‌ ଶ୍ରୀ ସଞ୍ଜୟ ଥୋରାଟ, ମୁଖ୍ୟ-ମେରାଇନ୍ ବିଭାଗ, ଏଚ୍‌ଆର୍ ଓ ଆଇଆର୍‌ର ବରିଷ୍ଠ ଉପ ସଭାପତି ଓ ସିଏଫ୍‌ଓ ନିଜ ଅଭିଭାଷଣରେ ପରିବେଶର ଗୁରୁତ୍ୱ ଓ ପରିବେଶ ସଂରକ୍ଷଣ ଲାଗି ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।

ବିଶ୍ୱ ପରିବେଶ ଦିବସକୁ ସଫଳତା ର ସହ ପାଳନ କରିବା ପାଇଁ ଗୋପାଳପୁର ବନ୍ଦରର ପରିବେଶ ବିଭାଗ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ରୋପଣ କରାଯାଇଥିବା ଗଛଗୁଡ଼ିକ ଯେଭଳି ବଂଚିବ ଓ ସୁସ୍ଥକର ଭାବେ ବଢ଼ିବ ସେଥିପାଇଁ ତାହାର ଯତ୍ନ ନିଆଯିବ ଆଦି ବିଷୟ ଉପରେ ଗୁରୁତ୍ବାରୋପ କରାଯାଇଥିଲା । ବନ୍ଦର ଅଂଚଳରେ ବୃକ୍ଷରୋପଣର ନିରନ୍ତର ସମୀକ୍ଷା, ଆଗାମୀ ବୃକ୍ଷରୋପଣ ଅଭିଯାନ କାର୍ଯକ୍ରମ ଓ ଏହି ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଭଳି ବହୁ ସବୁଜ ଅଭିଯାନ ଉପରେ ଆଲୋକପାତ ରାଯାଇଥିଲା ।

nis-ad
Leave A Reply

Your email address will not be published.