ମାଲକାନଗିରି ଜିଲ୍ଲା ଅମଲା ମଞ୍ଚ ପକ୍ଷରୁ ଧାରଣା ପ୍ରଦର୍ଶନ ସହ ରକ୍ତ ଦାନ ଶିବିର…

ମାଲକାନଗିରି ୦୬/୦୬ ମାଲକାନଗିରି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ବିଗତ ୬ଦିନ ଧରି ନିଜର ନାର୍ଯ୍ୟ ଦାବି ପୁରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ପ୍ରଦର୍ଶନ ଜାରି ରହିଥିବା ବେଳେ ଆଜି ଏକ ରକ୍ତ ଦାନ ଶିବିର ଆୟୋଜନ ହୋଇଯାଇଛି। ସାରା ରାଜ୍ୟରେ ଅମଲା ମାନଙ୍କ କଲମ ଛାଡ଼ ଆନ୍ଦୋଳନ ଚାଲିଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହଏହି ଆନ୍ଦୋଳନ ଆଜି ଷଷ୍ଠ ଦିନରେ ପହଂଚିଛି। ତେବେ ବାଲେଶ୍ଵର ଜିଲ୍ଲା ବାହାନାଗା ଠାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ରେ ଆହତ ବ୍ୟକ୍ତି ମାନଙ୍କ ଚିକିତ୍ସା ନିମନ୍ତେ ଏହି ଧାରଣାରତ ଅମଲା ମାନେ ରକ୍ତ ଯୋଗାଇଦେବା ଉଦ୍ଦେଶ୍ୟରେ ଆଜି ଅମଲା ମାନେ ଧାରଣା ସ୍ଥଳରେ ରକ୍ତ ଦାନ ଶିବିରର ଆୟୋଜନ କରିଛନ୍ତି। ଆଜିର ଏହି ରକ୍ତ ଦାନ ଶିବିରରେ ୪୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚରେ ମାଲକାନଗିରି ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ସଦର ମହକୁମାରରୁ ପ୍ରାୟ ୪୦୦ ରୁ ଉର୍ଦ୍ଧ୍ବ ଅମଲା ଯୋଗ ଦେଇଛନ୍ତି। ଆଜି ଅମଲା ସଙ୍ଘ ପକ୍ଷରୁ ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ଏହି ରକ୍ତକୁ ପଠାଇବା ସହ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୫୧୦୦୦ ଟଙ୍କା ଦାନ କରିବେ ବୋଲି ନିଷ୍ପତ୍ତି ନେଇଥିବା ମାଲକାନଗିରି ଅମଲା ମହାମଞ୍ଚର ଆବାହକ ଶ୍ୟାମ ସୁନ୍ଦର ନାୟକ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.