ହିଂଜିଳିକାଟୁ ର ଵିଭିନ୍ନ ଯୋଜନାର ସମୀକ୍ଷା କଲେ ଉପଜିଲ୍ଲାପାଳ

ହିଂଜିଳିକାଟୁ ; ହିଂଜିଳିକାଟୁ ର ଵିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଉପଜିଲ୍ଲାପାଳ ପ୍ରଶନ କୁମାର ପାତ୍ର ଓ ଆଇଏଏସ୍ ପ୍ରୋବେସନାରୀ କୁମାରୀ ଧାନୀ ଦସ୍ତାଗିର । ସୋମବାର ସନ୍ଧ୍ୟାରେ ଉପଖଣ୍ଡ ଚିକିତ୍ସାଳୟର ସଂପ୍ରସାରଣଓ ୫ଟି ଉପକ୍ରମରେ ଆମ ହସପିଟାଲ ଯୋଜନାରେ ପ୍ରାୟ ୪.୮୮କୋଟି ଟଙ୍କାରେ ସଂପ୍ରସରଣ ଓ ଆଧୁନିକ ସୁବିଧା ନିମନ୍ତେ ଆର ଏମସି ପରିଷରରେ ଜାଗା ସମ୍ପ୍ରସାରଣ ନେଇ ଆଲୋଚନା କରିଥିଲେ । ସଠାରୁ ଆର ଏମସି କାର୍ଯ୍ୟାଳୟ ରେ ପହଞ୍ଚି ଆଲୋଚନା କରିଥିଲେ। ପରେ ସିଡିପିଓ କାର୍ଯ୍ୟାଳୟ ରେ ପହଞ୍ଚି ସିଡିପିଓ ଗାଙ୍ଗି ସୁବୁଦ୍ଧି ଙ୍କୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ନେଇ ପଚାରି ବୁଝିଥିଲେ। ସେଠାରୁ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁତନ ବସଟର୍ମୀନାଲ ନିକଟରେ ଥିବା ମିଶନ ଶକ୍ତି କେଫ ବୁଲି ଦେଖିଲେ। ଆଇଏଏସ୍ ପ୍ରୋବେସନାରୀ କୁମାରୀ ଧାନୀ ଦସ୍ତାଗିର ଓ ଉପଜିଲ୍ଲାପାଳ ପ୍ରଶନ କୁମାର ପାତ୍ର ଙ୍କ ଗସ୍ତ ସମୟରେ ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳିକାଟୁ ଗୋଷ୍ଟି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ଙ୍କ , ପୁର୍ତ ବିଭାଗ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଉମା ଚରଣ ପାଢ଼ି, ପୌରପାଳିକା ଯନ୍ତ୍ରୀ ଦିଲିପ କୁମାର ମିଶ୍ର, ଯନ୍ତ୍ରୀ ମାନସ ରଞ୍ଜନ ଦାସ ଆରଏମସି ସମ୍ପାଦକ ବିନାୟକ ବିଶ୍ୱାଳ ପ୍ରମୁଖ ଡ଼ାକ୍ତରଖାନା ଓ ଏହାର ଆଖପାଖ ଅଂଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ଆମ ହସପିଟାଲ ଯୋଜନାରେ ୪.୮୮କୋଟି ଟଙ୍କା ବ୍ୟୟରେ ଡ଼ାକ୍ତରଖାନାର ସୌନ୍ଦର୍ଯ୍ୟକରଣ, ମୁଖ୍ୟ ଫାଟକ ନିର୍ମାଣ, ଓପିଡ଼ି-ଆଇପିଡ଼ି ସଂଯୋଗୀକରଣ, ଫିଜିଓଥେରାପି ସେଂଟର, ଡ଼ାକ୍ତରଖାନାକୁ ଚତୁର୍ଦ୍ଦିଗରେ ପ୍ରାଚେରୀ ଦ୍ୱାରା ଆବଦ୍ଧ, ଗାଡ଼ି ପାର୍କିଂ, ଶୌଚାଳୟ, ପାର୍କ ଇତ୍ୟାଦି ନିର୍ମାଣ ହେବ । ଏଥି ପାଇଁ ନିକଟବର୍ତୀ ଆରଏମସି ଅଧୀନରେ ଥିବା ଜାଗା ଅଧିଗ୍ରହଣ କରାଯିବ । ଫଳରେ ଜନସାଧାରଣଙ୍କୁ ଉଚ୍ଚ ଧରଣର ଚିକିତ୍ସା ସୁବିଧା ମିଳିବା ସହ ୫ଟି ଉପକ୍ରମରେ ଡ଼ାକ୍ତରଖାନାର ସୌନ୍ଦର୍ଯ୍ୟବୃଦ୍ଧି ହେବ । ତେବେ, ଡ଼ାକ୍ତରଖାନାକୁ ଲାଗି ରହିଥିବା ଆରଏମସିର ଆବଶ୍ୟକ ଜମିକୁ ହସ୍ତାନ୍ତର ଲାଗି ପଦକ୍ଷେପ ନେବାକୁ ଜିଲ୍ଲାପାଳ ଙ୍କ ଦୃଷ୍ଟି ଗୋଚର କରାଯିଵ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଗକୁ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ ଵୋଲି ଉପଜିଲ୍ଲାପାଳ ଶ୍ରୀ ପାତ୍ର କହିଛନ୍ତି। ଗତ ଶୁକ୍ରବାର ଦିନ ପ୍ରତିନିଧି ଦଳର ନେତ୍ରୀ ଦସ୍ତାଗିରି ସ୍ଥିତିଯାଞ୍ଚ କରିଥିଲେ ।ପ୍ରକାଶ ଥାଉକି ଡ଼ାକ୍ତରଖାନା ପରିସରରେ ଆରଏମସି ନିର୍ମାଣ କରୁଥିବା ଦୋକାନ ଘର ଉଚ୍ଛେଦ କରିବାକୁ ପଡ଼ିବ । ଏଥି ନିମନ୍ତେ ଉଚ୍ଚ ସ୍ତରରେ ଆଲୋଚନା କରି ତୁରନ୍ତ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।

nis-ad
Leave A Reply

Your email address will not be published.