ଭୁବନେଶ୍ୱର :ବାହାନଗା ରେଳ ଦୁର୍ଘଟଣାରେ ଏଯାଏ ୧୭୦ଟି ମୃତଦେହ ଚିହ୍ନଟ ହୋଇଛି । ଆବଶ୍ୟକ ପ୍ରକ୍ରିୟା ପରେ ମୃତଦେହକୁ ହସ୍ତାନ୍ତର କରାଯାଉଛି । ମୃତଦେହକୁ ମାଗଣାରେ ଗାଡ଼ିରେ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ବାହାନଗା ଟ୍ରେନ ଟ୍ରାଜେଡିରେ ୨୭୫ ଜଣ ମୃତ୍ୟୁ ହୋଇଛି ।
୧୮୦ଟି ମୃତଦେହ ଭୁବନେଶ୍ୱର ଆସିଥିଲା । ଟ୍ରେନରେ ଥିବା ସମ୍ପର୍କୀୟଙ୍କ ବିଷୟରେ ଜାଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୱେବ୍ ସାଇଟ ଓ ଦୁଇଟି ଟୋଲ ଫି ନମ୍ବର ଜାରି କରାଯାଇଛି । ଏକ ସ୍ୱତନ୍ତ୍ର ମେଡିକାଲ ଟିମ ଡିଏନଏ ଟେଷ୍ଟ କରି ଶବକୁ ଚି଼ହ୍ନଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।