ଫିରିଙ୍ଗିଆ ପଞ୍ଚାୟତ ସମିତି ଉପାଧକ୍ଷ ଅଜିତଙ୍କ ଆଜି ପର୍ଯ୍ୟନ୍ତ ଖୋଜ ଖବର ମିଳିନାହିଁ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ସମିତିର ଉପାଧକ୍ଷ ଅଜିତ କୁମାର ସାହୁ ନିଖୋଜ ହୋଇଯାଇଥିବା ସୂଚନାମିଳିଛି I ଗତ କାଲି ରାତି ପ୍ରାୟ ୯ ଟା ସମୟରେ ଫିରିଙ୍ଗିଆ ବ୍ଲକ ଜେଜେସ ପାଙ୍ଗା ଗାଁ ଠାରେ ଚାଲିଥିବା ଏକ ଯାତ୍ରାରେ ଅତିଥି ଭାବରେ ଯୋଗ ଦେବା ପାଇଁ ଯାଉ ଥିବା ସମୟରେ ରାସ୍ତାରୁ କୁଆଡେ ନିଖୋଜ ହୋଇଯାଇଥିବା ଜଣାଅଡ଼ିଛି I ସୂଚନା ଅନୁସାରେ ଶୁକ୍ରବାର ଜେଜେଶପାଙ୍ଗା ଗାଁରେ ବରାଳ ଦେବୀ ପୁଜା ପାଇଁ ଯାତ୍ରା ଅନୁଷ୍ଠିତ ହୋଇ ଥିଲା I ଯାତ୍ରାରେ ଉପାଧକ୍ଷ ଙ୍କୁ ଅତିଥି ଭାବରେ ଡକାଯାଇଥିଲା I ଉପାଧକ୍ଷ ଜଣକ ନିଜ କାର ସହ ରତଙ୍ଗ ପଞ୍ଚାୟତର ସମିତି ସଭ୍ୟ ବିରଞ୍ଚି ମଲ୍ଲିକ ଓ ବସନ୍ତ ମାଝୀ ନାମକ ତାଙ୍କର ଜଣେ ସହଯୋଗୀ ଙ୍କ ସହ ଜେଜେଶପାଙ୍ଗା ଜିବା ପାଇଁ ବାହାରିଥିଲେ I କାର୍ଯ୍ୟକ୍ରମରେ ବିଳମ୍ବ ହେବାରୁ ସେ ତାଙ୍କ କାର ରେ ସାଡୀଙ୍ଗିଆ ଯାଉଥିଲେ I ସାଡୀଙ୍ଗିଆ ଜିବା ରାସ୍ତାରେ ଥିବା ଘାଟି ନିକଟରେ କାର ଟିକୁ ରଖି ପରିସ୍ରା କରିବା ପାଇଁ ଓହ୍ଲାଇ ଥିଲେ I ପରିସ୍ରା କରିବା ପାଇଁ ଅଜିତ ଗୋଟେ ପଟେ ଯାଇଥିବା ବେଳେ ତାଙ୍କର ଦୁଇଜଣ ସହଯୋଗୀ ଅନ୍ୟପଟେ ପରିସ୍ରା କରିବା ପାଇଁ ଯାଇଥିଲେ I ଅଜିତଙ୍କ ଦୁଇ ସହଯୋଗୀ ପରିସ୍ରା କରି ଫେରିଲା ପରେ ଅଜିତ ପାଖରେ ନଥିବା ଦେଖିବାକୁ ପାଇଥିଲେ I ଅଜିତଙ୍କ ଦୁଇ ସହଯୋଗୀ ସ୍ଥାନୀୟ ଅଂଚଳରେ ବହୁ ଖୋଜା ଖୋଜି କଲା ପରେ ମଧ୍ୟ୍ୟ ଅଜିତଙ୍କୁ ପାଇ ନଥିଲେ I ଅନ୍ୟପଟେ ଅଜିତଙ୍କ କାରରେ କାର ଚାବି ଲାଗି ରହିଥିବା ବେଳେ କାରରେ ତାଙ୍କ ମୋବାଇଲ ମଧ୍ୟ୍ୟ ରହିଛି I ପରେ ତାଙ୍କର ସହଯୋଗୀ ଅର୍ଥାତ ରତଙ୍ଗ ସମିତି ସଭ୍ୟ ବିରଞ୍ଚି ମଳିକ ଫିରିଙ୍ଗିଆ ଥାନାକୁ ଫୋନ ଯୋଗେ ସବୁ କଥା ଜଣାଇ ଥିଲେ I ବର୍ତ୍ତମାନ ସୁଦ୍ଧା ଉପାଧକ୍ଷାଙ୍କ କୌଣସି ଖୋଜଖବର ମିଳିପାରି ନଥିବା ବେଳେ ପୋଲିସ ତଦନ୍ତ ଜାରିରଖିଛି I ଅନ୍ୟପଟେ ଉକ୍ତ ଅଞ୍ଚଳଟି ମାଓ ଅଧିସୁତ ଅଂଚଳ ହୋଇଥୁବାରୁ ମାଓବାଦି ମାନେ ଅଜିତଙ୍କୁ ଅପହରଣ କରିନେଇଥିବା ସନ୍ଦେହ କରାଯାଉଛି I କିଛିଦିନ ତଳେ ଏହି ଅଂଚଳରେ ମାଓବାଦି ମାନେ ଜଣେ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରି ନିଜର ସ୍ଥିତି ଜାହିର କରିଥିଲେ I ତେବେ ଏହି ଘଟଣା ସାରା ଫିରିଙ୍ଗିଆ ଅଂଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି I

nis-ad
Leave A Reply

Your email address will not be published.