ବାହାନଗା ରେଳ ଦୁର୍ଘଟଣାରେ ପାତ୍ରପୁର ବ୍ଳକ ର ଜଣେ ଯୁବତୀ ଗୁରୁତର

ପାତ୍ରପୁର-ବାଲେଶ୍ଵର ଜିଲ୍ଲାର ବାହାନଗା ନିକଟରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ରେ ୨୫୦ ରୁ ଉର୍ଦ୍ଧ୍ବ ଲୋକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଲୋକ ଗୁରୁତର ଆହତ ହୋଇଛନ୍ତି। ସେଥି ମଧ୍ୟରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଖରଣିପଡା ପଞ୍ଚାୟତ ଅନ୍ତର୍ଗତ ଗୋଠଗାଁ ଗ୍ରାମର ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବତୀ ଜଣକ ହେଉଛନ୍ତି ଗ୍ରାମର ସୀମାଞ୍ଚଳ ସେଠୀ ଙ୍କ ଝିଅ ପଲ୍ଲବୀ ସେଠୀ (୨୦) ବର୍ଷ। ପଲ୍ଲବୀ ଙ୍କ ବାମ କାନ୍ଧ ଓ ମେରୁଦଣ୍ଡ ରେ ଗଭୀର ଆଘାତ ଲାଗିଥିବା ସୁଚନା ମିଳିଛି। ରେଳ ଦୁର୍ଘଟଣାର ଚାରୀ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଅଳ୍ପକେ ସେ ବଞ୍ଚିଥିଲେ କିନ୍ତୁ ତାଙ୍କର ସମସ୍ତ ସାର୍ଟିଫିକେଟ ଗୁଡ଼ିକ ହଜିଯାଇଛି। ପ୍ରଥମେ ତାଙ୍କୁ ବାଲେଶ୍ଵର ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ଶନିବାର କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ସେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗତ ମାସରେ ପଲ୍ଲବୀ ଏକ ଘରୋଇ ବ୍ୟାଙ୍କ ରେ ନୁଆ କରି ଚାକିରି ପାଇଥିବା ବେଳେ ଦୁଇ ଦିନିଆ ଟ୍ରେନିଂ ଲାଗି ସେ ଦଶ ଦିନ ପୂର୍ବେ କୋଲକତା ଯାଇଥିଲେ। ଶୁକ୍ରବାର ସେ ଟ୍ରେନିଂ ସାରି ଓଡ଼ିଶା ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। ରେଳ ଦୁର୍ଘଟଣାର ଖବର ପାଇ ହାଇଦ୍ରାବାଦ ରେ ଥିବା ଭାଇ ଶିବା ସେଠୀ ତୁରନ୍ତ କଟକ ରେ ପହଞ୍ଚି ଥିବା ବେଳେ ବାପା ସୀମାଞ୍ଚଳ ମଧ୍ୟ କଟକ ବଡ଼ ଡ଼ାକ୍ତରଖାନାରେ ପହଞ୍ଚିଛନ୍ତି।

nis-ad
Leave A Reply

Your email address will not be published.