ବଡଗଡ ‘କ” ତାଳୁକା କୁଳ ଗୃହ ପ୍ରତିଷ୍ଠା
ବ୍ରହ୍ମପୁର(2/6) : ଜିଲ୍ଲା ଶୋହୋଳ ଖଣ୍ଡ ଗୋପାଳ ବଡଗଡ ‘କ” ତାଳୁକା କୁଳଗୃହ ବଡଗଡ ଠାରେ ଜିଲ୍ଲା ସଭାପତି ନନ୍ଦ କିଶୋର ମହାଙ୍କୁଡଙ୍କ ଦ୍ଵାରା ଉଦ୍ଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜ ସେବୀ ପ୍ରମୋଦ କୁମାର ପଟ୍ଟନାୟକ ,ଆସିକା ସମବାୟ ବ୍ୟାଙ୍କର ନିର୍ଦେଶକ ବସନ୍ତ କୁମାର ସ୍ବାଇଁ, ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ କୁମାର ଗୌଡ଼, ଆସିକା ଚିନି କଳ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପଣ୍ଡା,ବଡଗଡ ଥାନା ଅଧିକାରୀ ସୁରଜ୍ ଝଙ୍କାର , ହରଭଙ୍ଗି ସମ୍ପାଦକ ବାଇଧର ସ୍ବାଇଁ,ଆଇନଜୀବି ଶିବପ୍ରସାଦ ବାହିନୀ ପତି, କଳିପଣ୍ଡା ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇ ସମାଜ କୁ କିଛି ଉଦବୋଧନ ଦେଇଥିଲେ।
ବିଜୟ କୁମାର ଗୌଡ଼ ଙ୍କ ସଭାପତିତ୍ଵରେ ଏକ ସାଧାରଣ ସଭା ଆୟୋଜନ ହୋଇଥିଲା । ଜିଲ୍ଲା ସମ୍ପାଦକ ନାରାୟଣ ମହାଙ୍କୁଡ ସଂଯାଜନା ସହ ଅତିଥି ପରିଚୟ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଗଜପତି ଜିଲ୍ଲା ସଭାପତି ଖଦାଳ ଗୌଡ଼,ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧୁବା ଗୌଡ଼,ଉପସଭାପତି ଶିବରାମ ଗୌଡ଼,ସାରଥୀ ପ୍ରସାଦ ଗୌଡ଼, କୋଷାଧ୍ୟକ୍ଷ ଅରୁଣ କୁମାର ଗୌଡ଼,ସହ ସମ୍ପାଦକ ,ନରସିଂହ ଗୌଡ଼,ଶତ୍ରୁଘ୍ନ ଗୌଡ଼, ସମୀକ୍ଷକ କମେଶ୍ୱର ଗୌଡ଼,ଜିଲ୍ଲା ଉପଦେଷ୍ଟା ,ଉଲ୍ଲାସ ଗୌଡ଼,କୈଳାଶ ଚନ୍ଦ୍ର ଗୌଡ଼,ସୁବାସ ଗୌଡ଼,ରମେଶ ଗୌଡ଼ ଯୋଗଦେଇ ସମାଜରେ କିପରି ଯୁଗ ଉପଯୋଗୀ ,ସରକାର ଙ୍କ ବିଭିନ୍ନ ଯୋଜନା ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ, ଗୋପାଳ ସମାଜ ରେ ଶିକ୍ଷା,ସ୍ୱାସ୍ଥ୍ୟ,ଜୀବିକା କିପରି ଅଭିବୃଦ୍ଧି ହେବ ଏହା ନିଜ ନିଜ ମନ୍ତ୍ୟବ୍ୟରେ କହିଥିଲେ।ଏହି କାର୍ଯ୍ୟ କ୍ରମରେ ମେଧାବୀ ଛାତ୍ର ଛାତ୍ରୀ ,ଓ ବିଭିନ୍ନ ଦିଗରେ କୃତିତ୍ୱ ଆଣିଥିବା ସମାଜର ପ୍ରତିଭା ଧାରିଙ୍କୁ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ର 26 ଗୋଟି ତାଳୁକା ମଧ୍ୟରୁ ଉକ୍ତ କାର୍ଯ୍ୟକ୍ରମରେ 20ଗୋଟି ତାଳୁକା ଯୋଗ ଦେଇଥିଲେ। ଯଥା ରାଜପୁର, ମଞ୍ଜୁଷା, ଜଳନ୍ତର, ବୁଢ଼ାରସିଂ, ଜରଢା, ସୁରଙ୍ଗି, ଚିକିଟି, ସାନଖେମୁଣ୍ଡି, ମହୁରୀ, ପୂର୍ବଖଣ୍ଡ, ଧରାକୋଟ, ଶେରଗଡ଼,ବଡଗଡ ,(କ, ଖ)ସୁରଡା, ଖାଲସା ର ମୁଖ୍ୟ କର୍ମକର୍ତ୍ତା ଯୋଗଦେଇଥିଲେ |
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସମାଜ ର ସଭାପତି ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ଯଥା ଉଡ୍ର କଳଙ୍କି ର ବିପ୍ର ଚରଣ ସ୍ୱାଇଁ, କୁଧୁମ୍ବ ସମାଜ ର କ୍ଷୀରୋଦ ଚନ୍ଦ୍ର ପ୍ରଧାନ ବାରିକ ସମାଜ ର ସରୋଜ କୁମାର ଡାକୁଆ କୁମ୍ବର ସମାଜ ର ଭିକାରୀ ଚରଣ ବୈଶ୍ୟ ସମାଜ ର ଅଶୋକ କୁମାର ପାତ୍ର ବଣିକ ସମାଜ ର ଶୁଭା ରାଓ ଯୋଗଦେଇଥିଲେ।ପ୍ରାୟ ୧୨ ହଜାରରୁ ଉର୍ଦ୍ଧ ମହିଳା ପୁରୁଷ ଯୋଗ ଦେଇଥିଲେ। ପ୍ରତିଷ୍ଠା ଉଚ୍ଚବ ରେ ଅଙ୍କୁରା ରୋପନ,ମଣ୍ଡଳୀ,କଳସ ଯାତ୍ରା,ସୂର୍ଯ୍ୟ ପୂଜା,ନାମ ଯଜ୍ଞ,ହୋମ,ମହାସଭା,ଗୃହ ପ୍ରତିଷ୍ଠା,ସାସୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା,ଏଥିରେ ବିଭିନ୍ନ ତାଳୁକା ର ମୁଖ୍ୟ କର୍ମ କର୍ତା ମାନେ ଯୋଗ ଦେଇଥିଲେ ଯଥା ମହିନି ମୋହନ ଗୌଡ଼,ବାବୁଲା ଗୌଡ଼,କାମରଜୁ ଗୌଡ଼,ବାଭାନି ଗୌଡ଼,ତ୍ରିନାଥ ଗୌଡ଼,କବିରାଜ ଗୌଡ଼, ରଘୁନାଥ ଗୌଡ଼,ରାଜେନ୍ଦ୍ର ଗୌଡ଼,ପୂର୍ଣ୍ଣ ଗୌଡ଼,ପ୍ରଫୁଲ୍ଲ ଗୌଡ଼,ଶିବ ଗୌଡ଼,ବୁଲୁ ଗୌଡ଼,ଦମ୍ବୁରୁ ଗୌଡ଼ ସିମ।ଞ୍ଚଳ ଗୌଡ଼,ଧୁବାଗୌଡ,ଦେବରାଜ ଗୌଡ଼,କବିରାଜ ଗୌଡ଼,ଯୋଗଦେଇଥିଲେ ଅନ୍ୟ ମାନକ ମଧ୍ୟରେ ବଡଗଡ ତାଲିକାର ଉପସଭାପତି କାହୁଁ ଗୌଡ଼,ସମ୍ପାଦକ ନୀଳମଣି ଗୌଡ଼,ସହ ସମ୍ପାଦକ ଶଙ୍କର ପ୍ରସାଦ ଗୌଡ଼, କୋଷାଧ୍ୟକଷ ବିଶ୍ଵନାଥ ଗୌଡ଼ ସମୀକ୍ଷକ ପ୍ରଭାକର ଗୌଡ଼ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।