ବାଲିଶଙ୍କରା ବ୍ଲକରେ ମାଣ୍ଡିଆ ଅମଳ ଉତ୍ସବ ପାଳନ


ସୁନ୍ଦରଗଡ : ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଚାଲୁଥିବା ମିଲେଟ ମିଶନ କାର୍ଯ୍ୟକ୍ରମ ଦ୍ଵାରା ପୁଷ୍ଟିଶସ୍ୟର ବହୁଳ ବ୍ୟବହାର ତଥା ଘରେ ଘରେ ପ୍ରତ୍ୟକ ଖାଦ୍ୟଥାଳିରେ ପହଞ୍ଚାଇବା ପାଇଁ ବ୍ୟାପକ ପ୍ରୟାସ କରାଯାଉଛି। ଚଳିତ ବର୍ଷ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ବ୍ୟାପକ ସଚେତନତା କରାଯିବା ସହିତ ପୁଷ୍ଟିଶସ୍ୟର ଗୁରୁତ୍ବକୁ ଜାଣିବା ନିମନ୍ତେ ଜନ ଜାଗରଣ ସୃଷ୍ଟି କରାଯାଉଛି। ଏହି ଅବସରରେ ଆଜି ବାଲିଶଙ୍କରା ବ୍ଲକରେ ଓଡିଶା ମିଲେଟ ମିଶନ ତରଫରୁ ସହଯୋଗୀ ଅନୁଷ୍ଠାନ “ସେବକ” ଦ୍ଵାରା ମାଣ୍ଡିଆ ଅମଳ ଉତ୍ସବ ପାଳନ ତଥା କ୍ଷେତ୍ର ଦିବସର ଆୟୋଜନ ବାଲିଶଙ୍କରା ବ୍ଲକ କାର୍ଯ୍ୟ।ଳୟ ପରିସରରେ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଲିଶଙ୍କରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କୁଞ୍ଜଳତା ଭିତ୍ରିଆ ଯୋଗଦାନ କରିଥିବା ବେଳେ ଜିଲା କୃଷି ଅଧିକାରୀ ହରିହର ନାଏକ, ବଡଗାଁ ବ୍ଲକ କୃଷି ଅଧିକାରୀ ପ୍ରଫୁଲ୍ଲ କୁମାର ନାଏକ, ବାଲିଶଙ୍କରା ବ୍ଲକ କୃଷି ଅଧିକାରୀ ଦୁଳି ସୁରିନ ପ୍ରମୁଖ ଯୋଗଦାନ କରି ପୁଷ୍ଟିଶସ୍ଯର ବିଭିନ୍ନ ବୈଶିଷ୍ଟ, ଉପକାରିତା, ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ବାଲିଶଙ୍କରା ବ୍ଲକ ସଂଯୋଜକ ତରୁଣ କୁମାର ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ବାଲିଶଙ୍କରାର ଚାଷୀ ଗୋରେତି ଖେସଙ୍କ ଚାଷ ଜମିରେ ମାଣ୍ଡିଆ ଅମଳ କରାଯାଇଥିଲା। ଏହାପରେ ବାଲିଶଙ୍କରା ବ୍ଲକର ଆଇ.ସି.ଡି.ଏସ. ସମ୍ମିଳନୀ କକ୍ଷରେ ୨୦୦ ରୁ ଉର୍ଦ୍ଧ ଚାଷୀଙ୍କୁ ନେଇ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ପୁଷ୍ଟିଶସ୍ୟ ବିଭିନ୍ନ ପ୍ରତିକୂଳ ପରିବେଶ ଓ ଜଳବାୟୁ ପାଇଁ ବିଶେଷ ଅନୁକୂଳ ହୋଇଥିବା ସଙ୍ଗେ ସଙ୍ଗେ ସମଗ୍ର ମନୁଷ୍ୟ ସମାଜ ପାଇଁ, ଜମି ପାଇଁ , ଚାଷୀ ପାଇଁ ତଥା ସଂପୂର୍ଣ୍ଣ ପରିବେଶ ପାଇଁ ବେଶ ଉତ୍ତମ ଅଟେ। ପୁଷ୍ଟିଶସ୍ୟ ଚାଷରେ କମ ଜଳ ଆବଶ୍ୟକ କରୁଥିବା ବେଳେ ମରୁଡି ଭଳି ପ୍ରାକୃତିକ ଦୁର୍ବିପାକର ପରିସ୍ଥିତି ତଥା ଶୁଷ୍କ ଜମିରେ ମଧ୍ୟ ବଢିପାରେ। ଅନ୍ୟ ଫସଲ ତୁଳନାରେ ପୁଷ୍ଟିଶସ୍ୟ କମ ମାତ୍ରାରେ ଅଙ୍ଗାରକାମ୍ଳ ପରିବେଶକୁ ଛାଡିଥାଏ ତଥା ମାଟିର ଉର୍ବରତା ବୃଦ୍ଧିରେ ସହାୟକ ହୋଇଥାଏ ବୋଲି ଉପସ୍ଥିତ ଅଧିକାରୀ ମାନେ ମତ ପ୍ରଦାନ କରିଥିଲେ। ଏହି ଉତ୍ସବରେ କୃଷି ବିକାଶ କେନ୍ଦ୍ର ସୁନ୍ଦରଗଡ଼ରୁ ଏକ ୨୫ ଜଣିଆ ଦଳ କ୍ଷେତ୍ର ପରିଦର୍ଶନରେ ଆସି ମାଣ୍ଡିଆ ଚାଷ, ମାଣ୍ଡିଆ ଅମଳ ପରୀକ୍ଷଣ, ତଳି ପକାଇବା ପ୍ରଣାଳୀ, ମାଣ୍ଡିଆ ସଫା କରିବା ଯନ୍ତ୍ର ତଥା ଓ କୃଷକ ସହାୟତା କେନ୍ଦ୍ରକୁ ପରିଦର୍ଶନ କରିଥିଲେ। ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ଓଡିଶା ମିଲେଟ ମିଶନ ତରଫରୁ ସେବକର ଅମିତ କୁମାର ସାହୁ, ସିନୁ ବିଶାଳ ଦାସ, କିଶୋର ପଟେଲ, ପ୍ରଭାସିନୀ ଦେହେରି, କୃଷ୍ଣଚନ୍ଦ୍ର ନାଏକ, ଅନିଲ ତନ୍ତୀ, ଏହେସାନ ରାଜା, ବାସିଲ ବାର୍ଲା ପ୍ରମୁଖ ଆୟୋଜନ କରିଥିଲେ।

nis-ad
Leave A Reply

Your email address will not be published.