ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ରଘୁନାଥ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଶୁକ୍ରବାର ସାମ୍ବାଦିକ ଏକାଦଶ ଓ ଶିକ୍ଷକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଏକାଦଶର ଅଧିନାୟକ ରବିନ୍ଦ୍ର ମିଶ୍ର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ନିର୍ଦ୍ଧାରିତ ୧୦ ଓଭରରେ ୩ୱିକେଟ୍ ହରାଇ ୧୦୩ ରନ୍ କରିଥିଲେ । ଯାହାକି ବିଗତ ମ୍ୟାଚ୍ ମାନଙ୍କ ମଧ୍ୟରେ ସର୍ବାଧିକ ରନ୍ ଥିଲା। ସାମ୍ବାଦିକ ଏକାଦଶ ପକ୍ଷରୁ ବଦ୍ରିନାରାୟଣ ରଣା ସର୍ବାଧିକ ୪୧ ରନ୍ କରିଥିଲେ । ୧୦୪ ରନ୍ ବିଜୟ ଲକ୍ଷ୍ୟ ପିଛାକରି ଶିକ୍ଷକ ଏକାଦଶ ମାତ୍ର ଗୋଟିଏ ୱିକେଟ ହରେଇ ବିଜୟ ହାସଲ କରିଥିଲେ । ଶିକ୍ଷକ ଏକାଦଶ ପକ୍ଷରୁ କରୁଣାକର ସର୍ବାଧିକ ୫୬ରନ୍ କରିଥିବା ବେଳେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଏହି ବନ୍ଧୁତପୂର୍ଣ୍ଣ ମ୍ୟାଚ୍ ଦେଖିବା ପାଇଁ ବହୁ ଦର୍ଶକଙ୍କ ଭିଡ ଜମିଥିଲା । ସାମ୍ୱାଦିକ ମାନଙ୍କ ପକ୍ଷରୁ ରାଜଗୋପାଳ ପାଢ଼ୀ, ରାଜେଶ୍ ସେଠୀ, ନୀଳାଞ୍ଚଳ ପଟ୍ଟନାୟକ, ମାଧବ ବାଡତ୍ୟା, ଗୌରାଙ୍ଗ ପ୍ରଧାନ, ଆଲୁ ଜୟ ପ୍ରକାଶ, ସୁରେଶ ପଟ୍ଟନାୟକ, ଅଞ୍ଚଳ ପଟ୍ଟନାୟକ, ସନ୍ତୋଷ ମହାପାତ୍ର ପ୍ରମୁଖ ଖେଳରେ ଭାଗ ନେଇଥିଲେ। ସେହିଭଳି ଶିକ୍ଷକ ଏକାଦଶ ତରଫରୁ ଶିଶିର ମହାପାତ୍ର,ରାମ ବେହେରା,ବିପିନ ବେହେରା,ଅଜିତ କୁଣ୍ଡ,ନିଳାଞ୍ଚଳ ବେହେରା,ଦୟାନିଧି ବେହେରା,ସନ୍ତୋଷ,ଗଣେଶ,ଋତୁ ପ୍ରମୁଖ ଖେଳରେ ଭାଗ ନେଇଥିଲେ । ଏଭଳି ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ପାଇଁ ବୁଦ୍ଧିଜିବୀ ମହଲରେ ପ୍ରଶଂସା ମିଳିଥିଲା। ଶିକ୍ଷକ ଏକାଦଶ ତରଫରୁ ରାଜ୍ୟସ୍ତରୀୟ ଶିକ୍ଷକ ନେତା ରାଜେଶ ମହାନ୍ତି ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ତୀର୍ଥ ଓ କୁନା ଖେଳ ପରିଚାଳନା କରିଥିବା ବେଳେ ରବୀନ୍ଦ୍ର ସେଠୀ ସ୍କୋରର ଦାୟିତ୍ୱ ତୁଲାଇଥିଲେ । ରଘୁନାଥ କ୍ରିକେଟ କ୍ଲବର ସଂଗ୍ରାମ କେଶରୀ ନାୟକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଖେଳ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post