ଭଦ୍ରକ: ପୂର୍ବ ନିଷ୍ପତ୍ତି ଅନୁଯାୟୀ ମିଳିତ ଅମଲା ଛୁଟି ନେଇ ନ୍ୟୋୟୋଚିତ ଦାବି ହାସଲ ଲାଗି ଆନ୍ଦୋଳନ ରେ ସାମିଲ ହୋଇଛନ୍ତି, ଏଥି ଯୋଗୁ ତହସିଲ, ବ୍ଲକ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ନିବନ୍ଧନ କାର୍ଯ୍ୟାଳୟ ,କୃଷି ଶିକ୍ଷା ପାନୀୟଜଳ ଇଂ ଜନିୟରିଙ୍ଗି ବିଭାଗ, ସେବା କର ମେଡିକାଲ କୋଷଗାର ଠାରୁ ଆରମ୍ଭ କରି ଜିଲ୍ଲାପାଳ ଙ୍କ ଦପ୍ତର ଯାଏ ବିଭାଗ ରେ ସରକାରୀ କାର୍ଯ୍ୟାଧାରା ବନ୍ଦ ହୋଇଛି ଶହ ଶହ ଜନତା ଅମଳା ଙ୍କ ଆନ୍ଦୋଳନ ଯୋଗୁଁ ସରକାରୀ ସେବାରୁ ବଞ୍ଚିତ ହୋଇ ଛନ୍ତି ଏହାକୁ ନେଇ ଅମଲା ମଞ୍ଚ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି ଏଥି ସହିତ ପୂର୍ବ ରୁ ସରକାର କୁ ଏ ବାବଦ ରେ ଚେତାବନୀ ଦିଆ ଯାଇଥିଲେ ମଧ୍ଯ ସରକାର କିଛି ନ ଶୁଣିବା ଅମଲା କୁ ଆନ୍ଦୋଳନ କୁ ଓହ୍ଲାଇବାକୁ ବାଧ୍ଯ କରିଛି ବୋଲି କୁହାଯାଇଛି ଗୁରୁବାର ସମୂହ ଛୁଟି ରେ ସାମିଲ ହୋଇ ଥିବା ଅମଲା ଜିଲ୍ଲାପାଳ ଙ୍କ ଦପ୍ତର ଆଗରେ ସମବେଦ ହୋଇ ଥିଲେ ସେଠା ରେ ଏକ ସଭା ରେ ଆୟୋଜନ ହୋଇ ଥିଲା ମିଳିତ ମଞ୍ଚ ର ଅଧକ୍ଷ ଉଦୟ ନାରାୟଣ ମହାନ୍ତି ଆବାହକ, ଆବାହକ ହେମନ୍ତ ପ୍ରଧାନ ରାଜ୍ୟ ନିବନ୍ଧନ ଅମଲା ସଂଘର ରାଜ୍ୟ ସଭାପତି ବିଭୂଦତ୍ତ ବାରିକ, ଓଡିଶା ଅମଲା ସଂଘ ର ଜିଲ୍ଲା ସଭାପତି ଲଲାତେନ୍ଦୁ ବେହେରା ରାଜସ୍ବ ଅମଲା ସଂଘ ର ସଭାପତି ରବିନ୍ଦ୍ର ନାଥ ଦତ୍ତ, ଜିଲ୍ଲା ନିବନ୍ଧନ ଅମଲା ସଂଘ ର ସଭାପତି ଅଜିତ କୁମାର ଦାସ କୋଷାଗାର ଅମଲା ସଂଘ ର ସଭାପତି ଶ୍ରୀରାମ ମହାନ୍ତି ଓଡିଶା ଅମଲା ସଂଘ ର ସମ୍ପାଦକ ସରୋଜ କୁମାର ମଲ୍ଲିକ, ରାଜସ୍ବ ଅମଲା ସଂଘ ର ସମ୍ପାଦକ ତପନ କୁମାର ସ୍ବାଇଁ ନିବନ୍ଧନ ଅମଲା ସଂଘର ସମ୍ପାଦକ ଲଲାତେଦୁ କେଶରୀ ସାମଲ ପ୍ରମୁଖ ଅନୁଷ୍ଠିତ ସଭାରେ ଭାଷଣ ରଖିଥିଲେ ଅମଲା ଙ୍କ ଏକମାତ୍ର ଦାବି ଶିକ୍ଷାଗତ ଯୋଗ୍ୟତା ଅନୁୟାୟୀ (ଲେବଲ ୯)(୯୩୦୦+ଗ୍ରେଡ ପେ ୪୨୦୦) ପ୍ରଦାନ କୁ ସରକାର ମାନି ନ ନେଇ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବାରୁ ଅମଲା ସଂଘ ର ନେତା କ୍ଷୋଭ ପ୍ରକାଶ କରିଛନ୍ତି ଅମଲା ଙ୍କ ଦାବି ସରକାର ମାନି ନ ନେଲେ ସରକାରୀ ସେବା ରେ ଆହୁରି ଉନ୍ନତି ଘଟିବ ବୋଲି ଅମଲା କହିଛନ୍ତି ସ୍ବାଭାନିକ ଭାବେ ସାଧାରଣ ଜନତା ଏଥିରୁ ଉପକୃତ ହେବେ ବୋଲି କୁହାଯାଇଛି
Sign in
Sign in
Recover your password.
A password will be e-mailed to you.