ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଲେ ଅର୍କେଶ

ବଲାଙ୍ଗିର: ତେଜୁଛି ବଲାଙ୍ଗିର ରାଜ ପରିବାର ଅର୍କେଶ-ଅଦ୍ରିଜାଙ୍କ ବିବାଦ । ବଲାଙ୍ଗିର ରାଜପରିବାର ବିରୋଧରେ ସାନବୋହୂ ଅଦ୍ରିଜା ମଞ୍ଜରୀ ସିଂଦେଓ ଆଣିଥିବା ଘରୋଇ ହିଂସା ମାମଲାରେ ନୂଆ ମୋଡ଼ । ଡେରାଡୁନସ୍ଥିତ ଅର୍କେଶନାରାୟଣ ସିଂଦେଓଙ୍କ ଘରେ କାମ କରୁଥିବା ମହିଳା ସହାୟିକା ରବିତା ଝାଙ୍କ ଏତଲା ଆଧାରରେ ପୋଲିସ ଅଦ୍ରିଜା ଓ ତାଙ୍କ ବାପା ଅଜୟ ସିଂଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଭଳି ସାଂଘାତିକ ମାମଲା ରୁଜୁ କରିଛି ।

ଅଦ୍ରିଜାଙ୍କ ଭଉଣୀ ରୁଚା ଓ ଡ୍ରାଇଭର ସୋନୁଙ୍କ ବିରୋଧରେ ମଧ୍ୟ ମାମଲା ହୋଇଛି । ଏହାସହ ଅର୍କେଶ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ପୈତୃକ ସମ୍ପତ୍ତି ହଡପ କରୁଥିବା ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ଅର୍କେଶ-ଅଦ୍ରିଜା କଳି ପୁଣି ଚର୍ଚ୍ଚାକୁ ଆସିଛି ।

nis-ad
Leave A Reply

Your email address will not be published.