ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ସାଙ୍ଗଙ୍କୁ ନିର୍ମମ ହତ୍ୟା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଜେ. ରାଏବଗା ଝରାକାନି ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି କିଛି ଦୁର୍ବୃତ୍ତ ସଂଘବଦ୍ଧ ହୋଇ ଦୁଇସାଙ୍ଗଙ୍କୁ ଲୁହା ହାତୁଡ଼ିରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ହେଲେ, ଝରାକାନି ଗାଁର ରଂଜିତ ମଗଧା ଓ ତାଙ୍କ ସାଙ୍ଗ ସୁନ୍ଦରଗଡ଼ ଟାଉନଥାନା ପତ୍ରାପଡ଼ାର ରାଧେ ରକ୍ସା। ରାଧେଙ୍କୁ ସୋମବାର ରାତିରେ ଏବଂ ରଂଜିତଙ୍କୁ ମଙ୍ଗଳବାର ସକାଳେ ଜେ. ରାଏବଗା ହାଇସ୍କୁଲ ପଛପଟ ପଡ଼ିଆରେ ହତ୍ୟା କରାଯାଇଛି।

ସୂଚନା ଅନୁସାରେ ସୋମବାର ରାତିରେ ଝରାକାନି ଗ୍ରାମର ରଂଜିତ ମଗଧାଙ୍କ ସହ ସ୍ଥାନୀୟ କିଶାନ ପଡାର କିଛି ଲୋକଙ୍କ ସହ ଝଗଡା ହୋଇଥିଲା। ଏହା ପରେ ରଂଜିତଙ୍କ ପୁଅ ଓ ରଂଜିତଙ୍କ ଜଣେ ସାଙ୍ଗ ରାଧେଶ୍ଯାମ ରକ୍ସା ସେଠାରେ ପହଂଚିବା ପରେ ଝଗଡା ବଢିଥିଲା । ପରେ ରଂଜିତ ଏବଂ ତାଙ୍କ ପୁଅ ସେଠାରୁ ଖସି ପଳାଇଥିବା ବେଳେ ରାଧେଶ୍ଯାମକୁ କିଶାନପଡାର ଲୋକେ ମାଡ ମାରି ଗାଁ ଭିତରକୁ ନେଇ ଯାଇଥିଲେ। ତେବେ ଗତକାଲି ସକାଳୁ ପୁଣି ଥରେ କିଶାନ ପଡାର ଲୋକ ଆସି ରଂଜିତ ଏବଂ ତା ପୁଅକୁ ଆକ୍ରମଣ କରିଥିଲେ।

ଯେଉଁଥିରେ ରଂଜିତର ମୃତ୍ୟୁ ଘଟିଥିବା ବେଳେ ମୃତ ରଂଜିତର ପୁଅ ଆହତ ଅବସ୍ଥାରେ ସୁନ୍ଦରଗଡ ମୁଖ୍ଯଚିକିତ୍ସାଳୟରେ ଚିକିତ୍ସିତ ହେଉଛି। ତେବେ ମଙ୍ଗଳବାର ଦିନତମାମ ରାଧେଶ୍ଯାମର କୌଣସି ଖୋଜ ଖବର ମିଳିନଥିବା ବେଳେ ସନ୍ଧ୍ୟା ସମୟରେ ତାର ମୃତ ଦେହ ଝରାକାନି ଗ୍ରାମର ଏକ ନିଛାଟିଆ ସ୍ଥାନରେ ପଡିଥିବା ଦେଖି ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ତେବେ ଏହି ଘଟଣାରେ ୨ ଜଣଙ୍କର ଜୀବନ ଯାଇଥିବା ବେଳେ ଜଣେ ଆହତ ହୋଇ ଚିକିତ୍ସିତ ହେଉଥିବା ଘଟଣା ବର୍ତ୍ତମାନ ବେଶ ଚର୍ଚ୍ଚା ଧରିଛି। ଏହା ସହ ରଂଜିତକୁ ସଂଘବଦ୍ଧ ହୋଇ ଆକ୍ରମଣ କରୁଥିବାର ଭିଡିଓ ମଧ୍ୟ ମିଳିଛି। ଅନ୍ଯପଟେ ତଦନ୍ତ ଚାଲିଥିବାରୁ ପୋଲିସ କୌଣସି ପ୍ରତିକ୍ରିୟା ଦେଇନାହିଁ।

nis-ad
Leave A Reply

Your email address will not be published.