କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ ଗିରଫ

କରଞ୍ଜିଆ : ଲାଞ୍ଚ ନେଇ ବନ୍ଧା ହେଲେ ତହସିଲଦାର। ଲାଞ୍ଚ ନେବା ଅଭିଯୋଗରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକକୁ ଗିରଫ କଲା ଭିଜିଲାନ୍‌ସ। ଗିରଫ ପରେ ଆଜି ବାରିପଦା କୋର୍ଟରେ ହାଜର କରାଯିବ। ତହସିଲଦାରଙ୍କ ସହଯୋଗୀ ଫେରାର ଅଛନ୍ତି । ଭିଜିଲାନ୍ସ ଇତିହାସରେ ସର୍ବାଧିକ ଲାଞ୍ଚ ନେଉଥିଲେ ତହସିଲଦାର। ଦୁଇଟି ବ୍ଲାଙ୍କ ଚେକରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ କରଞ୍ଜିଆ ତହସିଲଦାରଙ୍କୁ ଧରିଲା ଭିଜିଲାନ୍ସ ।

ଜମି ଅଧିଗ୍ରହଣ ଅର୍ଥ ରିଲିଜ ପାଇଁ ଲାଞ୍ଚ ନେଉଥିଲେ ଚାଲର୍ସ ନାୟକ । ୫୧ ଲକ୍ଷ ଅର୍ଥ ରାଶି ଦେବାକୁ ବ୍ଲାଙ୍କ ଚେକରେ ନେଉଥିଲେ ୧୨ ଲକ୍ଷ ଲାଞ୍ଚ । ଚେକରେ ଲାଞ୍ଚ ନେବା ପ୍ରଥମ ଘଟଣା । ଗତକାଲି ଦିନ ତମାମ୍‌ ଚାଲିଥିଲା ରେଡ୍‌। ଏକକାଳୀନ ୪ଟି ସ୍ଥାନରେ ରେଡ୍‌ ଚଳାଇଥିଲା ଟିମ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ କରିଥିଲା। କରଞ୍ଜିଆ ବାସଭବନ ସମେତ କରଞ୍ଜିଆ ତହସିଲ କାର୍ଯ୍ୟାଳୟ ଓ ଚଢେଇ ଭୋଳରେ ରେଡ୍‌ ଚାଲିଥିଲା। ସେହିପରି ଭଦ୍ରକ ଜିଲ୍ଲା ହସ୍ପିଟାଲ ସ୍ଥିତ ଘରେ ଚାଲିଥିଲା ଚଢ଼ାଉ। ତହସିଲଦାରଙ୍କ ସ୍ଥାବର ଅସ୍ତାବର ସମ୍ପତ୍ତି ସହିତ ବ୍ୟାଙ୍କ ଆକାଉଣ୍ଟ, ଜମିବାଡ଼ି କାଗଜପତ୍ରର ଯାଞ୍ଚ କରିଥିଲା ଭିଜିଲାନ୍ସ ।

nis-ad
Leave A Reply

Your email address will not be published.