ଗଜପତି : କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ସୋମବାର ଦିନିକିଆ ଗଜପତି ଜିଲା ଗସ୍ତରେ ଆସି ଫେରିଯାଇଛନ୍ତି। ସେ ତାଙ୍କ ଗସ୍ତ ସମୟରେ ଦୁଇଟି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପାଇଁ ଶୁଭ ପ୍ରଦାନ କରିଥିବା ବେଳେ ଶବର ସମାଜ ପକ୍ଷରୁ ନିର୍ମିତ ପରମପୂଜ୍ୟ ପ୍ରଧାନୀ ଗମାଙ୍ଗଙ୍କ ସ୍ମୃତି ମନ୍ଦିର ଉଦଘାଟନ କରିବା ସହ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ।
କେନ୍ଦ୍ର ମନ୍ତ୍ରୀ ସୋମବାର ସକାଳ ୮ଟା ବେଳେ ରାୟଗଡ ସର୍କିଟ ହାଉସ୍ରୁ ବାହାରି ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଗଜପତି ଜିଲ୍ଲା ନୂଆଁଗଡ ବ୍ଲକ ଏନ୍.ଝାଲାରସିଂ ଗାଁରେ ପହଞ୍ଚିଥିଲେ | ସେଠାରେ ଆଦିବାସୀମାନେ ସେମାନଙ୍କ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ସହ ମନ୍ତ୍ରୀଙ୍କୁ ସ୍ବାଗତ କରି ପାଛୋଟି ନେଇଥିଲେ।
ଏହାପରେ ଶବର ସମାଜ ପ୍ରତିଷ୍ଠାତା ପୂଜନୀୟ ସ୍ବର୍ଗତ ପ୍ରଧାନୀ ଗମାଙ୍ଗଙ୍କ ସ୍ମୃତି ଉଦେଶ୍ୟରେ ସ୍ମୃତି ମନ୍ଦିର ଉଦଘାଟନ ସହ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଏଥିସହ ନୂଆଗଡ ବ୍ଲକର ଲୁହାଙ୍ଗର କୁମଜାଙ୍ଗ ଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମ।ଣ ନିମନ୍ତେ ଶିଳାନ୍ୟାସ କରିଥିଲେ ମନ୍ତ୍ରୀ । ଏହାପରେ ସେ ରାୟଗଡ ବ୍ଲକ କଇଁପୁର ନିକଟସ୍ଥ ସୁଭଦ୍ରାପୁରକୁ ଯାଇଥିଲେ। ସେଠାରେ ମଧ୍ୟ ଏକ ଆଉ ଏକ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମ।ଣ ନିମନ୍ତେ ଶିଳାନ୍ୟାସ କରିଥିଲେ । ନିର୍ମ।ଣ ହେବାକୁ ଥିବା ଏହି ଦୁଇ ଏକଲବ୍ୟ ଆବାସିକ ବିଦାଳୟରେ ୬ଷ୍ଠ ଶ୍ରେଣୀ ଠାରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଏକ ହଜାର ଆଦିବାସୀ ଛାତ୍ରୀମାନେ ଉପକୃତ ହୋଇପାରିବେ ଏବଂ ଏକ ବର୍ଷ ମଧ୍ୟରେ କାମ ସରିବା ପାଇଁ ନିର୍ଦ୍ଦଶେ ଦେଇଛନ୍ତି ମନ୍ତ୍ରୀ । ଉକ୍ତ କାର୍ଯ୍ୟକ୍ରମ ରେ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ଭୃଗୁ ବକ୍ସି ପାତ୍ର, ନୂଆଗଡ ବ୍ଲକ୍ ଅଧକ୍ଷା ମାଲତୀ ପ୍ରଧାନ,ଉପାଧ୍ୟକ୍ଷ ନିହିମୀୟ ରଇତ ପ୍ରମୁଖ ଯୋଗଦେଇଥିଲ।