ଫୁଲବାଣୀ/ବାଲିଗୁଡା : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଦନେକବଡି ଓ ସିଆଙ୍ଗବାଲି ପଞ୍ଚାୟତର ବିରାଗାଡ଼ା ଓ ପେଟେ ଡ଼ାବାଡି ଗ୍ରାମରେ ୟୁଥ୍ ଫର୍ ୱାଟର ପ୍ଲସ, ଜାଗୃତି, ଗ୍ରାମ ବିକାଶ ଓ ଆକ୍ସନଏଡ୍ ସହଯୋଗରେ ଅନ୍ତରଙ୍ଗ ଯୁବ ମହାସଂଘ, କନ୍ଧମାଳ ତରଫରୁ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ, ସଭାପତି ଦିଲ୍ଲିପ କୁମାର ସାହୁ, ଗ୍ରାମ ବିକାଶର ଥିମାଟିକ୍ କର୍ଡିନେଟର ବିକ୍ରମ କୁମାର ପ୍ରଧାନ, ମନାଲିଶା ମଲ୍ଲିକ ଓ ବୁଲିଆନ ନାୟକ ଯୋଗଦେଇଥିବା ବେଳେ ପଞ୍ଚାୟତର ବିଭିନ୍ନ ଗ୍ରାମର କିଶୋରୀ ଓ କିଶୋର ମାନେ ଯୋଗଦେଇଥିଲେ। ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା ଯାହା ମାସିକ ଧର୍ମ ଭାବରେ ଏହି ପ୍ରକ୍ରିୟା ମହିଳାଙ୍କର ହୋଇଥାଏ । ଏହି ପ୍ରକ୍ରିୟାକୁ ଅଧିକାଂଶ ମହିଳାମାନେ ଲଜ୍ଜ୍ୟା ଜନକ ଭାବି ନିଜ ଆତ୍ମୀୟ ବା ପିତାମାତା, ସାଙ୍ଗସାଥୀ ଓ ଭାଇ ମାନଙ୍କୁ ପ୍ରକାଶ କରିବାରେ କୁଣ୍ଠାବଦ୍ଧ ହୋଇଥାନ୍ତି । ଯାହାଫଳରେ ଏହି ଋତୁସ୍ରାବ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ସଚେତନ ହେଉନଥିବା ପରିଲକ୍ଷିତ ହୋଇଥାଏ ।
ଏହି ସ୍ୱଚ୍ଛତାର ସଚେତନ ଅଭାବ ଯୋଗୁଁ ଅନେକ ସମୟରେ ବିଭିନ୍ନ ଶାରିରୀକ ସମସ୍ୟା ଭୋଗିଥାନ୍ତି। ମାସିକ ଋତୁସ୍ରାବ ସମୟରେ ସାନିଟାରୀ ନାପକିନ ପ୍ୟାଡ ସଦବ୍ୟବହାର ନକରିବା ଏବଂ ପରିଷ୍କାର ପରିଚ୍ଛନ୍ନ ନରହିବା ମଧ୍ୟ ଅନ୍ୟଏକ କାରଣ ହୋଇଥାଏ । ଏହି ପରି ସୂଚନା ଅଭାବ, ଋତୁସ୍ରାବ ପରିଚାଳନା ପାଇଁ ସୁରକ୍ଷିତ ଉପକରଣ ଗୁଡ଼ିକର ଖରାପ ପ୍ରଭାବ, ମହିଳାମାନଙ୍କର ସମର୍ଥନ ଅଭାବ, କାର୍ଯ୍ୟକ୍ଷମ ଶୌଚାଳୟ ଅଭାବ । ଅଧିକାଂଶ ସମୟରେ ବା ବିଭିନ୍ନ ପୁରାଣ କଟକଥିତକୁ ନେଇ ମହିଳାମାନଙ୍କୁ ସମାଲୋଚନା କରିବା ଯଥା ଶିକ୍ଷା, ସ୍ଵାସ୍ଥ୍ୟ, ଆର୍ଥିକ ସମ୍ମାନ ଓ ଭାଗିଦାରିରେ ଅଣଦେଖା ବା ବାରଣ କରାଯାଉଥିବାରୁ ଝିଅମାନେ ଆଗୁଆ ହେବାରେ ବଞ୍ଚିତ ହୁଅନ୍ତି। ମୁଖ୍ୟତଃ କିଶୋରୀମାନଙ୍କୁ ବିଦ୍ୟାଳୟ, ଓ ହଷ୍ଟେଲ ଗୁଡିକରେ ଏହି ବିଷୟରେ ଅଧିକ ସଚେତନ କରିବାର ଆବଶ୍ୟକତା ଅଛି ବୋଲି ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ କୁହାଯାଇଛି । କାର୍ଯ୍ୟକ୍ରମକୁ ସବିତା ପ୍ରଧାନ ପରିଚାଳନା କରିଥିବା ବେଳେ ସୁଲୋଚନା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।