ରାଜ୍ୟ ଅର୍ଥନୀତି ସମୃଦ୍ଧି ପାଇଁ ଲୋକଙ୍କୁ ବିକଳ୍ପ ଜୀବିକା ପାଇଁ ପ୍ରୋତ୍ସାହିତ କରିବା ଆବଶ୍ୟକ

ଫୋକସ ଓଡିଶା ମାସିକ ପାଠଚକ୍ର ଉଦଘାଟିତ

ଭୁବନେଶ୍ୱର : ରାଜ୍ୟର ସାମଗ୍ରିକ ବିକାଶ ଓ ଲୋକଙ୍କୁ ଅର୍ଥନୀତି କ୍ଷେତ୍ରରେ ସ୍ୱାବଲମ୍ବି କରିବା ପାଇଁ ବିକଳ୍ପ ଜୀବିକା କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି ଫୋକସ ଓଡିଶା ଫାଉଣ୍ଡେସନ ଦ୍ୱାରା ଆୟୋଜିତ ମାସିକ ପାଠଚକ୍ର ଓ ଭେଟଭାଟ କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥି ବକ୍ତାମାନେ ମତ ପ୍ରକାଶ କରିଛନ୍ତିl

ବିଶିଷ୍ଠ ଆଧ୍ୟାତ୍ମିକ ପ୍ରବଚକ ତଥା ମହାବୋଧି ସମାଜ ଓ ଓଡିଶା ଅର୍ଯ୍ୟସମାଜ ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଙ୍କ ସଭାପତିତ୍ୱରେ ରବିବାର ସନ୍ଧ୍ୟାରେ ସ୍ୱାମୀ ବ୍ରହ୍ମାନନ୍ଦ ଭବରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର ପ୍ରାରମ୍ଭରେ ଫାଉଣ୍ଡେସନ ନିର୍ଦେଶକ ସୁଦର୍ଶନ ଛୋଟରାୟ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ବ୍ୟବସ୍ତା ବିଷୟରେ କହି, ବିକାଶ ଚିନ୍ତନ କୁ ଆଗେଇ ନେବାର ଏହା ଏକ ପ୍ରୟାସ ବୋଲି କହିଥିଲେ l
ବିଶିଷ୍ଟ ବକ୍ତା ଭାବେ ଯୋଗଦେଇ ଦିଲ୍ଲୀ ରି ଆସିଥିବା ଓଡିଶୀ ନୃତ୍ୟାଙ୍ଗନା ଚନ୍ଦନ ରାଉଳ, ଅଧିକାରର ସଭାପତି ମହମ୍ମଦ ଏନ ଅମିନ, ବିକଳ୍ପ ଜୀବିକା ପ୍ରବର୍ତ୍ତକ ପ୍ରିୟଦର୍ଶିନୀ ଦାସ, ବରିଷ୍ଠ ଗବେଷକ ବିରଞ୍ଚି ନାରାୟଣ ଦାସ ଓ ଦକ୍ଷିଣ ଏସିଆ ସ୍ୱଚ୍ଛସାଥି ନେଟ୍ୟୱର୍କ ସଭାପତି ଜ୍ୟୋତ୍ସlରାଣୀ ନାୟକ ପ୍ରଭୃତି ଆଲୋଚନା ରେ ଅଂଶ ଗ୍ରହଣ କରି ନିଜ ଜୀବନ ଦର୍ଶନ, ସଂଘର୍ଷ ଓ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ |

ଆଜିର ଦିନରେ, ବିଶେଷ କରି କୋଭିଡ ପରବର୍ତୀ ସ୍ଥିତିରେ ଲୋକଙ୍କୁ ବିକଳ୍ପ ଜୀବିକା ପାଇଁ ପ୍ରଶିକ୍ଷଣ ଓ ପ୍ରୋତ୍ସାହିତ ନ କଲେ ଆଗାମୀ ଦିନରେ ଭୟଙ୍କର ସ୍ଥିତି ହେବ ବୋଲି ବକ୍ତାମାନେ କହିଥିଲେ, ଏଥିପାଇଁ ସ୍ଥାନୀୟ ସ୍ଥରରେ ଉପଲବଧ ସମ୍ବଳ ଓ ସାମଗ୍ରୀ ବ୍ୟବହାର କରିବା ଆବଶ୍ୟକ l କାରଣ, ଜଳବାୟୁ ପରିବର୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ ର ସାମନା କରୁଥିବା ରାଜ୍ୟରେ ବିକଳ୍ପ ଜୀବିକା ହିଁ ଲୋକଙ୍କୁ ଆତ୍ମନିର୍ଭର କରିବା l
ଅନ୍ୟ ମାନଙ୍କ ମଧ୍ୟରେ ଏନଆଏଫଡ଼ି ଓଡିଶା ଶାଖା ମୁଖ୍ୟ ବିନୟ ଭୂଷଣ ଜେନା, ଜନସ୍ୱାସ୍ଥ୍ୟ କର୍ମୀ ଜଗନ୍ନାଥ ଚାର୍ଟଜୀ, ଡାକ୍ତର ନୂରୂଦ୍ଦିନ ଖାନ, ମହିଳା ନେତ୍ରୀ ଫାତିମା ଅକ୍ଷତାର, ଉଦ୍ୟୋଗୀ ବିଶ୍ୱଜିତ କାନୁନଗୋ ଓ ରୋଜାଲିନ ପଟ୍ଟନାୟକ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ଫୋକସ ଓଡିଶା ପକ୍ଷରୁ ପ୍ରତି ମାସ ଶେଷ ରବିବାର ସନ୍ଧ୍ୟାରେ ଏଭଳି ପାଠଚକ୍ର ଅନୁଷ୍ଠିତ ହେବ ଏବଂ ଏକା ନିର୍ଦ୍ଧିଷ୍ଟ ବିଷୟରେ ଆମନ୍ତ୍ରିତ ଅତିଥି ମାନେ ବକ୍ତବ୍ୟ ରଖିବେ l ଏହାଛଡା କବିତା, ଗଳ୍ପ, ପୁସ୍ତକ ସାରାଂଶ, ଫିଲ୍ମ ପ୍ରଦର୍ଶନ ଏବଂ ସେଲେବ୍ରେଟି ଆଳାପ ମଧ୍ୟ ବିଭିନ୍ନ ସମୟରେ ଆୟୋଜନ କରାଯିବ l

nis-ad
Leave A Reply

Your email address will not be published.