ଆଖଣ୍ଡଳମଣିପୀଠରେ ଦ୍ବିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ

ଭଦ୍ରକ : ରାଜ୍ୟ ସରକାର ଆଖଣ୍ଡଳମଣିଙ୍କ ମନ୍ଦିର ପରିସର ସହ ପୀଠର ସମ୍ପ୍ରସାରଣ ପାଇଁ ପ୍ରଥମ ପର୍ଯ୍ୟୟରେ ଯୋଗାଇ ଦେଇଥିଲେ ୬କୋଟି ଟଙ୍କା | ଉକ୍ତ ଅର୍ଥ ରେ ବାବାଙ୍କ ମନ୍ଦିର ବେଢାର ସମ୍ପ୍ରସାରଣ ସହ ଚାରି ଦ୍ବାର ବେଢା ଚଟାଣ ଆଦି କାର୍ଯ୍ୟ ଅନ୍ତିମ ପର୍ଯ୍ୟୟ ରେ ପହଞ୍ଚି ଥିବାରୁ ନୂଆରୂପ ରେ ଝଲକୁଛି ବାବାଙ୍କ ମନ୍ଦିର ପରିସର |

ସେହିପରି ମନ୍ଦିର ପରିସର କୁ ରଙ୍ଗିନ ଆଲୋକ ମାଳା ରେ ସଜ୍ଜିତ କରାଯାଇଥିବାରୁ ସଞ୍ଜ ନଇଁଲେ ଭକ୍ତ ଙ୍କୁ ବିଭୋର କରୁଛି ମନ୍ଦିର ପରିସର | ସେଥିପାଇଁ ପୂର୍ବ ଅପେକ୍ଷା ପୀଠରେ ଭକ୍ତ ବୃଦ୍ଧି ପାଇବା ରେ ଲାଗିଛନ୍ତି | ବିଶେଷ କରି ଦୀର୍ଘ ୫୦ ବର୍ଷ ତଳରୁ ପୀଠ ର ଉନ୍ନତ ମୂଳକ କାର୍ଯ୍ୟା ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଏବେ ବାସ୍ତବ ରୂପ ନେବା ସହ ୨ୟ ପର୍ଯାୟ କାର୍ଯ୍ୟା ପାଇଁ ଗତ ୨୦୨୨ ସେପ୍ଟେମ୍ବର ରେ ତତ୍କାଳୀନ ମୁଖ୍ଯ ଶାସନ ସଚିବ ସୁରେଶ ପାତ୍ର ଙ୍କ ସହ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଆରଡ଼ି ପୀଠ କୁ ଆସି ମଣିବାବା ଙ୍କୁ ଦର୍ଶନ କରିବା ସହ ପୀଠ ର ପ୍ରସ୍ତୁତ ମାଷ୍ଟର ପ୍ଲାନ କାର୍ଯ୍ୟକାରୀ ନିମନ୍ତେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ଏ ପରି କି ଖୁବଶୀଘ୍ର ପୀଠ ନୂଆ ରୂପ ରେଖା ପାଇବ ବୋଲି ପ୍ରେସ ବିବୃତ୍ତି ଦେଇ ଥିଲେ |

ଚଳିତ ବର୍ଷ ମେ ମାସ ରେ ରାଜ୍ୟ ସରକାର ଙ୍କ ପକ୍ଷରୁ ପୀଠ ରେ ୨ୟ ପର୍ଯାୟ ସମ୍ପ୍ରସାରଣ ସହ ଶିବ ପ୍ଲାଜା ପାର୍କ, ବସ୍‌ଷ୍ଟାଣ୍ଡ ଶିବଗଙ୍ଗା ପୁଷ୍କରିଣୀ ର ଲାଇଟ ଏଣ୍ଡ ସାଉଣ୍ଡ ମନ୍ଦିର ଚତୁଃ ପାର୍ଶ୍ବ ରେ ୩୦ ମିଟର କରିଡର ଆଦି ସ୍ଥାନ ପାଇଛି ଏଥିପାଇଁ ରାଜକୋଷ ରୁ ୪୨,୩୭ ଟଙ୍କା ଯୋଗାଇ ଦିଆଯାଇଥିବା ବିଶେଷ ସୂତ୍ର ରୁ କୁହାଯାଇଛି ଏଥିପାଇଁ ଦୀର୍ଘ ୫/୬ ମାସ ହେବ ଜିଲ୍ଲା ଓ ବ୍ଲକ, ତହସିଲ ପ୍ରଶାସନ ପକ୍ଷରୁ ଉଛେଦ ହେବାକୁ ଥିବା ବାସଗୃହ ଓ ଦୋକାନ ଗୃହ ର ମୂଲ୍ୟାଙ୍କନ କରାଯାଇଥିଲା ଏବେ ଚୁଡାନ୍ତ ପର୍ଯ୍ୟୟ ରେ ଦାୟିତ୍ବ ଭାର ନେଇ ଥିବା ରାଜ୍ୟ ଗୃହ ନିର୍ମାଣ ବିଭାଗ ପକ୍ଷରୁ ମୁଖ୍ୟଯନ୍ତ୍ରୀଙ୍କ ସହ ଅତିରିକ୍ତ ଯନ୍ତୀ ଜିଲ୍ଳା ଏସଡିପିଓ ତଥା ଅନ୍ୟ ଅଧିକାରୀ ପୀଠ ରେ ପହଞ୍ଚି କ୍ଷେତ୍ରୀୟ ଅନୁଧ୍ୟାନ କରିବା ସହ ଖୁବ ଶୀଘ୍ର କାର୍ଯ୍ୟା ଆରମ୍ଭ ହେବ ବୋଲି ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଫେରିଯାଇଥିଲେ |

nis-ad
Leave A Reply

Your email address will not be published.