ରୋଟାରୀ ପକ୍ଷରୁ ଯୁବ ସେବା ସଚେତନତା ଶିବିର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ରୋଟାରି କ୍ଲବ ପକ୍ଷରୁ ରୋଟାରୀ ସେବା ଟ୍ରଷ୍ଟ ପରିସରରେ ଯୁବ ନେତୃତ୍ୱ ଶିବିର ଅନୁଷ୍ଠିତ ହୋଇଥିଲା l ରୋଟାରୀ କ୍ଲବ ସଭାପତି ତଥା ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନେହୁରୁ ଯୁବ କେନ୍ଦ୍ର ସଂଯୋଜକ ସତ୍ୟବାନ ଦଳବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ଅଧିକାରୀ ସମୀର କୁମାର ନାୟକ ଯୋଗ ଦେଈ ଦେଶ ଗଠନରେ ଯୁବକ ଯୁବତୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୁର୍ଣ l ତେବେ ଅଜିକାଲି ଯୁବକ ଯୁବତୀମାନେ ନିଶା ସେବନ ଓ ନିଶାକାରବାର ଆଦି ଅସାମାଜିକ କାର୍ଯ୍ୟକଳାପ ରେ ସମ୍ପୃକ୍ତ ରହି ପଥ ଭ୍ରଷ୍ଟ ହେଇଯାଉଛନ୍ତି ଯାହାକି ବିକଶିତ ଦେଶ ଗଠନରେ ବାଧକ ସାଜିବ l ଏଣୁ ଯୁବକ ଯୁବତୀ ମାନେ ଏ ସବୁରୁ ଦୁରେଇ ରହି ଏକ ସୁସ୍ଥ, ସୁନ୍ଦର, ବିକଶିତ ରାଷ୍ଟ୍ର ଗଠନ ଦିଗରେ ନିଜକୁ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ରୋଟାରୀଆନ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ରୋଟାରିଆନ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ,ଶ୍ରୀମତୀ ବିରାଜିନୀ ମହାପାତ୍ର, ବରିଷ୍ଠ ରୋଟାରୀଆନ ତଥା ବିଶିଷ୍ଟ ବ୍ୟବସାୟୀ ରବି ନାରାୟଣ ସୁବୁଦ୍ଧି, ପଦ୍ମ ଚରଣ ମହାନ୍ତି, ସାମ୍ବାଦିକ ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗଦେଇ ଯୁବ ସମାଜ ଶୃଙ୍ଖଳିତ ହୋଇ ସୁପଥ ଗାମୀ ହୋଇ ଦେଶ ଗଠନ ଦିଗରେ ବ୍ରତୀ ହେବାପାଇଁ ପରାମର୍ଶ ଦେଇଥିଲେ l
ରୋଟାରୀ ସମ୍ପାଦକ ମନୋ ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ରୋଟାରୀଆନ ତଥା ପୂର୍ବତନ ସଭାପତି କେ, ଜ୍ଞାନ କୁମାର ଦୋରା, ବରିଷ୍ଠ ସମାଜ ସେବୀ, ରୋଟାରୀଆନ ପ୍ରସନ୍ନ କୁମାର ପଣ୍ଡା,କୋଷାଧକ୍ଷ ପ୍ରକାଶ କୁମାର ପଣ୍ଡା, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥଲେ l

nis-ad
Leave A Reply

Your email address will not be published.