ବ୍ରହ୍ମପୁର ନାଳନ୍ଦା ବିଦ୍ୟାମନ୍ଦିର ହାୟର୍ ସେକେଣ୍ଡାରୀ ସ୍କୁଲ ପକ୍ଷରୁ ପକ୍ଷରୁ ମାଟ୍ରିକ୍ ଉତ୍କର୍ଷ ସମ୍ମାନ


ବ୍ରହ୍ମପୁର(୨୮/୫) : ନାଳନ୍ଦା ବିଦ୍ୟା ମନ୍ଦିର ହାୟର ସେକେଣ୍ଡାରୀ ସ୍କୁଲ ବ୍ରହ୍ମପୁର (ଗଞ୍ଜାମ) ପକ୍ଷରୁ ଆଜି ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର କିଛି ବ୍ଳକର ମାଟ୍ରିକ୍ ପରୀକ୍ଷାରେ ଗ୍ରେଡ୍ – ୯୦%ରୁ ଉର୍ଦ୍ଧ୍ବ ମାର୍କ ରଖିଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ନାମପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ ଅତିଥିଭାବେ ଏହି କଲେଜର ଉପଦେଷ୍ଟା ବସନ୍ତ ମହାପାତ୍ର ,ସମ୍ପାଦିକା ମିନତୀ ମହାପାତ୍ର, ଚେୟାରମେନ୍ ଭଗବାନ ସାହୁ ,ସି.ଇ.ଓ ରାମଚନ୍ଦ୍ର ଦାଶ ଓ କଲେଜର ଅଧ୍ୟକ୍ଷା ସୁଶ୍ରୀ ରୋଜାଲିନ୍ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାରମ୍ଭିକ ଭାଷଣରେ କଲେଜର ଇଂରାଜୀ ଅଧ୍ୟାପକ ଦୁର୍ଗାମାଧବ ରଣା ଛାତ୍ରଛାତ୍ରୀ ମାନଙ୍କୁ ଆତ୍ମ ବିଶ୍ଵାସ ସହ ଭଲ ମଣିଷ ହେବାକୁ ଆହ୍ବାନ ଦେଇଥିଲେ । ତତ୍ ସଙ୍ଗେ ସଙ୍ଗେ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାର ୯୦% ରୁ ଅଧିକ ମାର୍କ ରଖିଥିବା ଅର୍ଥାତ୍ ଏ ୱାନ୍ ଗ୍ରେଟ ରଖିଥିବା ୧୨୬ ଜଣ ଛାତ୍ର ଓ ଛାତ୍ରୀ ୩୮୦ ଜଣ ଅଭିଭାବକ ଓ ୨୭ ଜଣ ଜଣ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଦକ୍ଷିଣ ଓଡ଼ିଶାରେ ପ୍ରଥମ କରି ନାଳନ୍ଦା ବିଦ୍ୟାମନ୍ଦିର ହାୟର ସେକେଣ୍ଡାରୀ ସ୍କୁଲରେ ଆଜି ଗ୍ରେଡ୍ A1ର ମାର୍କ ରଖିବା ବିଦ୍ୟାଥୀଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଏହାଦ୍ବାରା ବିଦ୍ୟାର୍ଥୀଙ୍କ ମଧ୍ୟରେ ଉଚ୍ଚଶିକ୍ଷା ପାଇଁ ଉତ୍ସାହ ବୃଦ୍ଧି ପାଇବ ବୋଲି ମୁଖ୍ୟ ଅତିଥି ବସନ୍ତ ମହାପାତ୍ର କହିଛନ୍ତି । ସେହିପରି କଲେଜର ସମ୍ପାଦିକା ମିନତୀ ମହାପାତ୍ର କହିଛନ୍ତି ଯେ, ବିଦ୍ୟାର୍ଥୀମାନଙ୍କ ସଫଳତା କ୍ଷେତ୍ରରେ ପିତାମାତାଙ୍କ ପରିଶ୍ରମ ଓ ପରାମର୍ଶ ବେଶ୍ ପ୍ରଶଂସା ଯୋଗ୍ୟ । ଚଳିତ ବର୍ଷ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀମାନେ ଆଗାମୀ ଦିନରେ ଦେଶର ଗୋଟିଏ ଗୋଟିଏ ଉଦୀୟମାନ ଭବିଷ୍ୟତ ସେ କହିଛନ୍ତି । ସମାଜକୁ ଦିଗ୍‌ଦର୍ଶନ ଦେବା, ଗୁରୁ ଶିଷ୍ୟ ପରମ୍ପରାକୁ ବଜାୟ ରଖିବା, ଲକ୍ଷ୍ୟ ନିର୍ଦ୍ଧାରଣ କରି ପାଠ ପଢ଼ିବାକୁ କଲେଜର ଚେୟାରମେନ୍ ଭଗବାନ ସାହୁ କହିଛନ୍ତି । ଏହି ଅବସରରେ ୫ଟି ଜିଲ୍ଲାର ପଞ୍ଜିକୃତ ଗ୍ରେଡ୍ A1 ଶିଶୁଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେହିଭଳି ଗ୍ରେଡ୍ A1 ସଫଳତା ପଛରେ ଦୃଢ଼ ଦାୟିତ୍ବ ନେଇଥିବା ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଓଡ଼ିଶାର ଶ୍ରେଷ୍ଠ ୧୦ ଜଣ ଶିଶୁ ମଧ୍ୟରୁ ୬ ନମ୍ବର ସ୍ଥାନରେ ଥିବା ଛାତ୍ର ସ୍ୱସ୍ତିକ କୁମାର ଦାଶଙ୍କୁ ମଧ୍ୟ ଏଠାରେ ସମ୍ବର୍ଦ୍ଧନା କରାଯାଇଥିଲା । ପରିଶେଷରେ ଇଂରାଜୀ ଅଧ୍ୟାପକ ଦୁର୍ଗାମାଧବ ରଣା ଉପସ୍ଥିତ ଥିବା ସମସ୍ତ ବିଦ୍ୟାର୍ଥୀ ,ପ୍ରଧାନ ଶିକ୍ଷକ ଓ ପିତାମାତାଙ୍କୁ ଧନ୍ୟବାଦ ଦେଇଥିଲେ । କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

nis-ad
Leave A Reply

Your email address will not be published.