ଦଲାଲଙ୍କ ଦଖଲରେ ସରକାରୀ ଜମି, ସନ୍ଦେହରେ ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟ

ହିଞ୍ଜିଳିକାଟୁ (୨୭।୫) : ହିଞ୍ଜିଳିକାଟୁ ସହରର ଆଖ ପାଖ ଅଞ୍ଚଳରେ ଥିବା ସରକାରୀ ଜମି ସବୁକୁ ହିଞ୍ଜିଳିକାଟୁ ତହସିଲଦାର ସୁରକ୍ଷା ଦେଇ ପାରୁ ନ ଥିବାର ସାଧାରଣରେ ଅଭିଯୋଗ ହେଉଛି । ଏପରିକି ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁଆଗଡ ମୌଜା ନୁତନ କୋର୍ଟର ଆଗରେ ଓ ପଛଭାଗରେ ଥିବା ଅନେକ ସରକାରୀ ଅନାବାଦୀ ଜମି ଥିବାବେଳେ ସେସବୁକୁ ବର୍ତ୍ତମାନ ର ତହସିଲଦାରଙ୍କ ଜ୍ଞାତ ସାରରେ ହିଁ ଜବର ଦଖଲ କରାଯାଉଥିବା ଚର୍ଚ୍ଚା ହେଉଛି । ଏହା ହିଞ୍ଜିଳିକାଟୁ ତହସିଲଦାର ଙ୍କ ନଜର କୁ କିପରି ଆସୁ ନାହିଁ ତାହା ସନ୍ଦେହଜନକ ମନେ ହେଉଛି । ପୂର୍ବ ତହସିଲଦାର ମାନେ ସୋମପୁର, ପୋଚଲିମା ହିଞ୍ଜିଳି ମୌଜାର ସରକାରୀ ଜମିକୁ ସୁରକ୍ଷା ଦେବାକୁ ତାର ବାଡ ଦେଇ ସୁରକ୍ଷିତ ବ୍ୟବସ୍ଥା କରିଥିବା ବେଳେ ନୁଆଗଡ ମୌଜାର ସରକାରୀ ଅନାବାଦି ଅଯୋଗ୍ୟ ଜମିକୁ ଏବେ ଜମି ମାଫିଆ ମାନଙ୍କ କବଳରେ କ୍ରମଶଃ ଧିରେ ଧିରେ ଜବର ଦଖଳ ହେବାରେ ଲାଗିଛି ।

ହିଞ୍ଜିଳିକାଟୁ ନୁଆଗଡ ମୌଜାର ଖତିଆନ ନଂ୫୮୩ ରୃ ପ୍ଳଟ ନଂ ୧୩୮୯, ୧୫୨୬, ୧୫୨୮, ୩୩୮୪, ୩୩୯୦, ୩୩୯୧, ୩୩୯୨, ୩୩୯୫, ୩୩୯୬, ୩୩୯୮, ୩୩୯୭ କୁ ସରକାରୀ ସ୍ତରରେ ଆବାଦି ଯୋଗ୍ୟ ଅନାବାଦି କିଶମ ପରିବର୍ତ୍ତନ କରି ଥିବା ବେଳେ ତାହା ପାଖରେ ଥିବା ଏକର ଏକର ସରକାରୀ ଜମିରେ ଵର୍ତମାନ କିଛି ଅସାଧୁ ଵ୍ୟକ୍ତି ମାଟି ପକାଇ ବେଆଇନ ଭାବେ ଅକ୍ତିଆର କରିଥିବା ସହ ପ୍ଳଟ ଵେପାରୀ ଙ୍କ ହାତକୁ ଚଢାଦରରେ ଟେକି ଦେଈଥୁଵା ଅଭିଯୋଗ ହୋଇଛି। ବର୍ତମାନ ସେହି ଜମିକୁ ମାଫିଆମାନେ ଜବରଦଖଲ କରି ପାଖ ଅଞ୍ଚଳରେ ଥିବା ଜମିକୁ କ୍ରୟ କରି ସେହି ଜମି ମାଧ୍ୟମରେ କୋଟି କୋଟି ଟଙ୍କା ଆୟ କରିଵାର ଯୋଜନା କାର୍ଯ୍ୟକାରୀ କରୁଥିବା ଦେଖିବାକୁ ମିଳିଛି। ଏହି କାରବାର ତହସିଲଦାରନିରବଦ୍ରଷ୍ଟା ରହୁଥିବା ଓ ହିଞ୍ଜିଳିକାଟୁ ରାଜସ୍ବ ନିରୀକ୍ଷକ ଙ୍କ କାଯ୍ୟାଳୟ ରେ ଜମି ମାଫିଆ ୨୪ ଘଣ୍ଟା ବସିବା ଉକ୍ତ ଜମିମାଫିଆ ଙ୍କ କାର୍ଯ୍ୟାଳୟ ହୋଇଥିବା ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି ।ଜମି ଜବରଦଖଲ ଅଞ୍ଚଳରେ ଶହଶହ ଟ୍ରକ ଓ ହାଇୱା ମାଧ୍ୟମରେ ମାଟି ପକାଯାଉଥିଲେ ହେଁ ତହସିଲଦାର କାହିଁକି ନୀରବରେ ବସିଛନ୍ତି ତାହା ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି।

ସେହି ଜମି ର ପାର୍ଶ୍ଵରେ ମାଁ ଭଗବତି ମନ୍ଦିର ପାହାଡ ଜମିରେ କେତେକ ଜମିକୁ ଜମି ମାଫିଆ ମାନେ ଅଳ୍ପ ମୂଲ୍ୟରେ କିଣି ଥିବାବେଳେ ସେହି ଜମି ସହ କୋର୍ଟ ରୋଡ ପଥ ର ସଂଯୋଗୀକରଣ ରାସ୍ତା ନ ଥିବା ହେତୁ ସେହି ଜମି ମୂଲ୍ୟହୀନ ହୋଇ ଯାଇଥିବା କାରଣରୁ ଜମି ମଫିଆ ମାନେ ପାର୍ଶ୍ୱସ୍ଥ ସରକାରୀ ଅନାବାଦି ଜମି ଉପରେ ଲୋଲୁପ ଦୃଷ୍ଟି ପକାଇ ଜବର ଦାଖଲକାରୀ ଠାରୁ ଚଢା ମୂଲ୍ୟରେ ଆପୋଷି ଭାବରେ କିଣି ଉକ୍ତ ମାଟି ପକାଇ ସମତୁଲ କରିବାପରେ ଭିତରେ ଥିବା ପ୍ରାଇଭେଟ ଜମିକୁ ସିଧାସଳଖ ରାସ୍ତା କରି ପ୍ଳଟ ନଂ୧୯୭୮, ୧୯୭୯, ୧୯୮୮୦ବଜାର ମୂଲ୍ୟ ବଢାଇ ଚଢା ମୂଲ୍ୟରେ ବିକ୍ରି କରିବାର ଯୋଜନା କରୁଥିବା ଦେଖା ଯାଇଛି । ଏଠାରେ କୁହା ଯାଇପାରେ ଯେ ଯଦିଓ କୋର୍ଟ ରୋଡ ପାର୍ଶ୍ୱସ୍ଥ ଉକ୍ତ ଜମି କୁ ଅକ୍ତିଆର କରାଯାଇ ନ ଥିଲେ ଭିତରେ ଥିବା ପ୍ରାଇଭେଟ୍ ଜମିର ବଜାର ମୂଲ୍ୟ ନଗଣ୍ୟ ଏବଂ ଉକ୍ତ ସରକାରୀ ଅନବାଦି ପାହାଡପର୍ଵତ ଖୋଳି ଜମିକୁ ଜବରଦଖଲ କରି ରାସ୍ତା କଲେ ହିଁ ଭିତରେ ଥିବା ଜମି ର ବଜାର ମୂଲ୍ୟ ବହୁ ଗୁଣରେ ବଢି ଯାଉଛି । ବର୍ତ୍ତମାନ ସେହି ଜମିକୁ ମାଫିଆ ମାନେ ଜବର ଦାଖଲ କରି ସେହି ଜମି ମାଧ୍ୟମରେ କୋଟି କୋଟି ଟଙ୍କା ଆୟ୍ କରିବାର ଯୋଜନା କରିଛନ୍ତି ।

ଏହି କାରବାରରେ ତହସିଲଦାର ନୀରବ ଦ୍ରଷ୍ଟା ହୋଇଥିବାରୁ ନିଶ୍ଚିତ ଭାବରେ ସେହି ଜମି ଜବର ଦାଖଲ ସାଙ୍ଗକୁ ଶହ ଶହ ଟ୍ରକ/ ହାଇବା ମାଧ୍ୟମରେ ମାଟି ପକାଯାଉଥିଲେ ହେଁ ତହସିଲଦାର କାହିକି ନୀରବରେ ବସିଛନ୍ତି ତାହା ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି ।

ଏହା ଯଦି ସତ୍ୟ ହୋଇଥାଏ ତେବେ ନିଶ୍ଚିତ ଭାବେ ସାଙ୍ଘାତିକ । କେତେକ ଗୁଣ୍ଡା ଶ୍ରେଣୀୟ ଲୋକ ଓ କୋଚିଆ ସାମ୍ବାଦିକ ଙ୍କୁ ସେହି ଜମି ଉପରେ ନିଯୋଜିତ କରାଇ ସମସ୍ତ ପ୍ରକାର ବାଧା ବିଘ୍ନ କୁ ହଟାଇବାର ଯୋଜନା କରାଯାଇଥିବା ବେଳେ ଯିଏ ପାଟି ଫିଟାଇବ ତାକୁ ଦମନ କରି ଦିଆ ଯିବ ବୋଲି ମାଫିଆ ମାନେ କହୁଥିବା ଚର୍ଚ୍ଚା ହେଉଛି । ତେଣୁ କେହି ଭୟରେ ପାଟି ଫିଟାଉ ନ ଥିବାର ଦେଖା ଯାଉଛି । ଉକ୍ତ ସରକାରୀ ଜମିକୁ କିଣି ସେହି ଜମି ସହ ରାଜପଥକୁ ସଂଯୋଗିକରଣ ରାସ୍ତା ପାଇଁ ସରକାରୀ ଅନାବାଦି ଜମିକୁ ପ୍ଳଟ ନଂ ୫୮୩ କୁ ଜବର ଦାଖଲ କରି ସଂଯୋଗ୍ ରାସ୍ତା କରିବା ପରେ ସେହି ମହାଜନି ଜମିରେ ମାଟି ପକାଇ ଘର ଉପଯୋଗୀ କରାଯାଇ ଦଶ କୋଟି ଟଙ୍କାରେ ବିକ୍ରି କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଥିବା ଆଲୋଚନା ହେଉଛି
ସେଥିପାଇଁ ସରକାରୀ ସ୍ତରରେ ଏବଂ ବେସରକାରୀ ସ୍ତରରେ ସବୁ ମାଷ୍ଟର ପ୍ଲାନ ହୋଇଥିବା କୁହାଯାଉଛି । ସେଥିପାଇଁ ହିଞ୍ଜିଳିକାଟୁ ତହସିଲଦାର ଆଙ୍କୋରଡା ଯୋଗି ବନ୍ଧ ପଛ ଭାଗରେ ଗରିବ ଲୋକ ସରକାରୀ ଜାଗାରେ ଘର କରିଥିଲେ ହଟାଉଥିବା ବେଳେ ଏହି ଘଟଣାରେ ନୀରବ ବସିଥିବା ଆଲୋଚନା ହେଉଛି । ଏପରିକି ସରକାରୀ ଜମି ବିକ୍ରି ହୋଇ ପାରିବ ନାହିଁ ସରକାରୀ ଜମି ସରକାରୀ ଖାତାରେ ହିଁ ରହିଛି ବୋଲି ତହସିଲଦାର ଲୋକଙ୍କୁ ବୁଝାଉଚନ୍ତି କିନ୍ତୁ ସରକାରୀ ଅନାବାଦି ଜମିକୁ ମାଫିଆ ମାନେ ଜବର ଦଖଲ କରି ରାସ୍ତା ନିର୍ମାଣ କରି ସେହି ରାସ୍ତା ମାଧ୍ୟମରେ କୋଟି କୋଟି ଟଙ୍କା ଆୟ କରୁଛନ୍ତି ।ଏ ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ଗୋପନୀୟ ତଦନ୍ତ କରାଯାଇ ସରକାରୀ ଜମି ର ସୁରକ୍ଷା କରାଯିବା ସହିତ ବିଭାଗୀୟ ଉଦାସୀନତା ପାଇଁ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବୀ ହେଉଛି ।

nis-ad
Leave A Reply

Your email address will not be published.