ସୁନା ଚୋରୀ ଲୁଟେରା ଗ୍ୟାଙ୍ଗକୁ ଧରିଲା ଗଞ୍ଜାମ ପୋଲିସ

ସୁନା ଅଳଙ୍କାର ସହ ଗୋଟିଏ ଅଟୋ, ସ୍ମାର୍ଟ ମୋବାଇଲ ଫୋନ ସହ ୬ଗିରଫ

ଛତ୍ରପୁର : ସୁନା ଚୋରଙ୍କୁ ଧରିବାରେ ଗଞ୍ଜାମ ପୋଲିସର ବଡ଼ ସଫଳତା ପ୍ରାପ୍ତ ହୋଇଛି | ଗଞ୍ଜାମ ପୋଲିସ ଜିଲ୍ଲାର ପାଟପୁର, ଶେରଗଡ଼, ବରଗଡ଼, ଛତ୍ରପୁର,ରମ୍ଭା, ଭଞ୍ଜନଗର, ବେଲଗୁଣ୍ଠା ଆଦି ୭ଟି ଥାନା ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ର ଧରପଗଡ଼ ଅଭିଯାନ କରି ୬ଜଣଅଭିଯୁକ୍ତଙ୍କୁ ଧରି ସେମାନଙ୍କୁ ଗିରଫ କରିବାରେ ଗଞ୍ଜାମ ପୋଲିସ ସଫଳ ହୋଇଛି । ମିଳିଥିବା ସୁନା ଗହଣା ତକ ଅଭିଯୋଗକାରୀଙ୍କୁ ଡକାଇ ହଜିଥିବା ପ୍ରକୃତ ଲୋକଙ୍କୁ ସୁନା ଗହଣାତକ ପୋଲିସ ଫେରସ୍ତ ଅବା ହସ୍ତାନ୍ତର କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ’ ଶେରଗଡ଼ ଥାନା ଅଧୀନସ୍ଥ ଧବଳପୁର ଗ୍ରାମର ହରି ଡାକୁଆ (୨୩) କୁରେଶ ଡାକୁଆ (୪୭),ଏରଗୁଲା ବସ୍ତି ର ଟି. ଟୁନା (୨୫),ପାଟପୁର ଥାନା ଅଧୀନସ୍ଥ ଜୟନଗର ର ଏସ୍.ସାହେବ (୫୫),ଏସ୍.ବିକ୍ରମ (୨୧), ଶେରଗଡ଼ ଥାନା ଅଧୀନସ୍ଥ ସୋଲାସୋଲ ଗ୍ରାମର ବି.ରମେଶ ପାତ୍ର (୬୦) ପ୍ରମୁଖ ଅଭିଯୁକ୍ତଙ୍କୁ ଧରି ସେମାନଙ୍କ ଠାରୁ ୧୮୦ ଗ୍ରାମ ସୁନା ଅଳଙ୍କାର,୧୦୩.୧୪୦ ଗ୍ରାମର ରୂପା,ବ୍ୟବହାରିକ ରୂପା ଦ୍ରବ୍ୟ ଆଦି ଜବତ ହୋଇଛି । ସୁନା ଅଳଙ୍କାର ସହ ଘରୋଇ ବ୍ୟବହାରିକ ରୂପା, କଳାରଙ୍ଗର ଗୋଟିଏ ଅଟୋ ଯାନ, ସ୍ମାର୍ଟ ମୋବାଇଲ ଆଦି ଜବତ ହୋଇଛି ବୋଲି ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟରୁ ସୂତ୍ରରୁ ପ୍ରକାଶ । ଅଭିଯୁକ୍ତଙ୍କୁ ଭାରତୀୟ ପୋଲିସ ପିଙ୍ଗଳ କୋର୍ଡ଼ ଧାରାରେ କେଶ ରୁଜୁ କରି ସେମାନଙ୍କୁ ଜେଲ୍ କୁ ପଠାଇଦିଆଯାଇଛି ।

nis-ad
Leave A Reply

Your email address will not be published.