କାଳବୈଶାଖୀର ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ନନ୍ଦାହାଣ୍ଡି : ନବରଂଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଝାଡବନ୍ଧଗୁଡା ଗ୍ରାମ ପଂଚାୟତ ଲଂଗଲଅଟାଲ ଗ୍ରାମରେ ଦିନ ୩.୩୦ ମିନିଟ୍ ସମୟରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ଲଂଗଲଅଟାଲ ଗ୍ରାମର ଅଜିତ୍ ମୁଦୁଲି ବୟସ ଆନୁମାନିଲ ୩୫ ବର୍ଷ ହେବ । ପ୍ରତିଦିନ ଭଲି କୋରାପୁଟ୍ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ର ଏକ ଗ୍ରାମ ରେ ସେ କୁଲି କରିବାକୁ ଯାଇଥିଲେ। କାମ ସାରି ଘରକୁ ଫେରିବା ସମୟରେ ଲଂଗଲଅଟାଲ ଗ୍ରାମ ପାଖରେ ପହଞ୍ଚିବାକୁ ହଟାତ ପାଣି ପଵନ ଆରମ୍ଭ ହୋଇ ଘଡଘଡି ସହ ବିଜୁଲି ମାରିଥିଲା। ଅଜିତ୍ ସେଠାରେ ହିଁ ଅଚେତ୍ ହୋଇ ପଡିଥିଲେ l

ନିକଟ ଗାଁ ଜମିରେ କାମ କରୁଥିବା ଲୋକ ଏହା ଦେଖି ଅଜିତ୍ କୁ ଉଦ୍ଧାର କରି କାଳ ବିଳମ୍ବ ନ କରି ମଟର ସାଇକେଲ ଯୋଗେ ନବରଂଗପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ସେଠାରେ ଅଜିତଙ୍କୁ ମ୍ରୁତ ଘୋଷଣା କରିଥିଲେ। ଅଜିତ୍ ଙ୍କ ପରିବାର କହିଲେ ସ୍ତ୍ରୀ ଓ ଦୁଇ ପୁଅ ଅଛି । ଆସନ୍ତା କାଲି ଶବ ବ୍ୟବଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯିବ କହି ନବରଙ୍ଗପୁର ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ସୂଚନା ଦେଇଛନ୍ତି l

nis-ad
Leave A Reply

Your email address will not be published.