କୁଆଁରମୁଣ୍ଡାରେ ଷ୍ଟାଡିୟମ ନିର୍ମାଣ ଲାଗି ଜାଗା ଚିହ୍ନଟ ସରିଲା, ଖୁବ୍‌ ଶିଘ୍ର କାର୍ଯ୍ୟ ଆରମ୍ଭ ହେବ…

କୁଆଁରମୁଣ୍ଡା : ନିକଟରେ ୫ଟି ସଚିବ ଭି. କେ ପାଣ୍ଡିୟାନ ବିରମିତ୍ରପୁର ନିର୍ବାଚନ ମଣ୍ଡଳୀ ଗସ୍ତକରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିକାଶ ମୂଳକ କାମ ତଦାରଖ କରିଥିଲେ । ସେହି ସମୟରେ କୁଆଁରମୁଣ୍ଡା ନାଗରିକ କମିଟିର ଆବାହକ ରାଜେଶ କେର୍କେଟାଙ୍କ ସହ କମିଟିର
ସଦସ୍ୟ ରଂଜିତ ଦେହୁରୀ, ବିଜୁ ନେଗୀ, ଏନ୍ଥୋନି ଭେଙ୍ଗରା, ରାଜୁ ତିବାରି, ଈଶ୍ବର ପାଲ୍ , ଗଣେଶ ଗୋୟଲ ,ସଞ୍ଜୟ ସେଠୀ ପ୍ରମୁଖ ସଚିବଙ୍କୁ ଭେଟକରି ଏକ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ରେ କୁଆଁରମୁଣ୍ଡା ଅଂଚଳର ବିଭିନ୍ନ ସମସ୍ୟାର ସମାଧାନ ସହ ପ୍ରମୁଖ ଦାବି ଥିଲା କୁଆଁରମୁଣ୍ଡା ଠାରେ ଗୋଟିଏ ଷ୍ଟାଡିଅମ ନିର୍ମାଣ । ୫ଟି ସଚିବ ଦାବିପତ୍ର କୁ ଗ୍ରହଣ କରି ଖୁବଶୀଘ୍ର ଷ୍ଟାଡିଅମ କରାଯିବା
ପାଇଁ ପ୍ରତିଶ୍ରୁତି ଦେଇ ଥିଲେ । ଯାହାକି ଆଜି ନାଗରିକ କମିଟିର ଦାବି ସଫଳ ରୂପାୟନ ହେବାକୁ ଯାଉଛି । କୁଆଁରମୁଣ୍ଡା ବ୍ଳକର ଏଇ ଓ
ଜେଇ ଭରତ ସାହୁଙ୍କ ନେତୄତ ରେ ନାଗରିିକ କମିଟିର ସଦସ୍ୟଙ୍କ ସହ ଜାଗା ଦେଖିବା ପାଇଁ ଯାଇଥିଲେ । ସେଠାରୁ ଫେରିବା ସମୟରେ ନାଗରିକ କମିଟିର ଆବାହକ ତଥା ସଦସ୍ୟମାନଙ୍କ ସହିତ ଆଲୋଚନା କରି କହିଥିଲେ ଯେ ଆସନ୍ତା ୧୫ଦିନ ମଧ୍ୟରେ
ଏଷ୍ଟିମେଟ କରି ଏପ୍ରୋଭାଲ ହେବାପରେ ଟେଣ୍ଡର ଆହ୍ବାନ କରି ଖୁବ୍ ଶୀଘ୍ର ଷ୍ଟାଡିଅମ କାମ ଆରମ୍ଭ କରାଯିବ।

nis-ad
Leave A Reply

Your email address will not be published.