ଫୁଲବାଣୀ ଘରୋଇ ବସମାଲିକ ସଂଘର କର୍ମକର୍ତ୍ତା ଚୟନ…

ଫୁଲବାଣୀ : ଫୁଲବାଣୀ ଘରୋଇ ବସ ମାଲିକ ସଂଘ କାର୍ଯ୍ୟାଳୟଠାରେ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବ ସମ୍ମତିକ୍ରମେ ପ୍ରଶାନ୍ତ କୁମାର ପାତ୍ର ଓରଫ କୁନୁ ସଭାପତି ଭାବେ ଓ ଅକ୍ଷୟ କୁମାର ପଟନାୟକ ଓରଫ ଟୁଲୁ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ସର୍ବସମ୍ମତି କ୍ରମେ ଅଶୋକ କୁମାର ପାତ୍ର ଓ ବିନୋଦ ଚନ୍ଦ୍ର ସାହୁ ଉପଦେଷ୍ଟା ଭାବେ ମନୋନୀତ ହୋଇଛନ୍ତି । ଉପସଭାପତି ଭାବେ ରତିକାନ୍ତ ସାହୁ,ସହ ସମ୍ପାଦକ ଭାବେ ରବୀନ୍ଦ୍ର କୁମାର ସାହୁ ଓ କୋଷାଧକ୍ଷ ଭାବେ ମାନସ ରଞ୍ଜନ ପ୍ରଧାନ ମନୋନୀତ ହୋଇଛନ୍ତି।ଶେଷରେ ଏକ ସାତ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି। ସେମାନେ ହେଲେ ଶଶିଭୂଷଣ ସାହୁ ,ଦେବଦତ୍ତ ବେହେରା, ଆଲୋକ ବେହେରା, ମଇନୁଦିନ ଖୋଜ,ଜଗନ୍ନାଥ ମିଶ୍ର,ଜିତେନ୍ଦ୍ର ଦାସ ଓ ଦେବେନ୍ଦ୍ର ପ୍ରଧାନ।ଗତ କୋଡିଏ ବର୍ଷରୁ ଅଧିକ ସମୟ ଧରି ପ୍ରଶାନ୍ତ କୁମାର ପାତ୍ର ଓ ଅକ୍ଷୟ କୁମାର ପଟନାୟକ ସଭାପତି ସମ୍ପାଦକ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବା ସହ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରି ଆସୁଛନ୍ତି।

nis-ad
Leave A Reply

Your email address will not be published.