ବିବାହର ୧୮ ବର୍ଷ ପରେ ମଧ୍ୟ ସନ୍ଦେହ : ସ୍ତ୍ରୀ ର ତଣ୍ଟି କାଟି ହତ୍ୟା କଲା ସ୍ୱାମୀ…

ଭଦ୍ରକ :- ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ଥାନା ଅନ୍ତର୍ଗତ ଆଗରପଡ଼ା ହଜାରି ସାହିରେ ୧ ମାସ ପୂର୍ବରୁ ଶଳା ବାହାଘର ପାଇଁ ଆସିଥିବା ଦିଲ୍ଲୀ ଆଗ୍ରା ଅଞ୍ଚଳର ଦମ୍ପତି କାଲି ରାତିରେ ସ୍ବାମୀ ମଦ୍ୟପ ଅବସ୍ଥାରେ ସ୍ତ୍ରୀ ର ତଣ୍ଟି କାଟି ହତ୍ୟା କରିଥିବା ନେଇ ଆଗରପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଘଟଣାରୁ ପ୍ରକାଶ ବିବାହର ୧୮ ବର୍ଷ ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ସନ୍ଦେହରେ ମନୋମାଲିନ୍ୟ ଲାଗି ରହିଥିଲା।ସ୍ବାମୀ ରକ୍ତ ମୁଖା ହୋଇ ଗତ କାଲି ରାତିରେ ସ୍ତ୍ରୀ ଲକ୍ଷ୍ମୀ ସିଂ ଙ୍କୁ ସ୍ବାମୀ ରବୀନ୍ଦ୍ର ପ୍ରିୟ ରାଜପୁତ ଶ୍ୱାସରୁଦ୍ଧ ପରେ ତଣ୍ଟି କାଟି ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇ ପାଖ ପଡ଼ୋଶୀରେ ଲୋଚିକି ଥିଲା।ଏହି ଖବର ପ୍ରସାରିତ ହେବା ପରେ ପଡୋଶୀ ଖବର ଦେଇଥିଲେ। ଆଗରପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ସ୍ବାମୀ ରବୀନ୍ଦ୍ର ପ୍ରିୟ ରାଜପୁତଙ୍କୁ ଗିରଫ କରିଛି। ଦମ୍ପତିଙ୍କର୍ ୨ ଗୋଟି ପୁତ୍ର ଥିବା ଜଣାପଡିଛି। ହତ୍ୟାକାରୀ ସ୍ବାମୀଙ୍କୁ ଫାଶୀ ଦଣ୍ଡ ଦିଅ ଯାଇ ବୋଲି ଲକ୍ଷ୍ମୀଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି।

nis-ad
Leave A Reply

Your email address will not be published.