ରାଇଘରେ ଶ୍ରୀ ଶ୍ରୀ ହରିଚାନ୍ଦ ମନ୍ଦିରର ଭୂମି ପୂଜନ ଓ ଶିଳାନ୍ୟାସ ଅନୁଷ୍ଠିତ…


ଉମରକୋଟ( ୨୫/୦୫/୨୦୨୩) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ କୋଦଭାଟା ସ୍ଥିତ ହରିଚାନ୍ଦ ମନ୍ଦିର ପରିସରରେ ନୂତନ ମନ୍ଦିରର ଭୂମିପୂଜା ଓ ଶିଳାନ୍ୟାସ ସମ୍ପନ୍ନ ହୋଇଛି । ଏହି ଅନୁଷ୍ଠାନରେ ବିଶେଷ କାର୍ଯ୍ୟକ୍ରମ ରେ ଅତିଥୀ ଭାବରେ ନବରଙ୍ଗପୁର ଜିଲ୍ଲାର ସାଂସଦ ମାନ୍ଯବର ରମେଶ ମାଝୀ , ପୂର୍ବତନ ବିଧାୟକ ମାନ୍ଯବର ସୁବାସ ଗଣ୍ଡ, ରାଇଘର ପଞ୍ଚାୟତସମିତି ଅଧ୍ୟକ୍ଷ ଶ୍ରୀ ମତୀ ନବୀନା ନାୟକ , ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପରିଷଦ ଭାଇସ ଚେୟାରମ୍ୟାନ ଶ୍ରୀମତୀ ଲିପିକା ବାରୋଇ, ଜିଲ୍ଲାପରିଷଦ ସଦସ୍ଯ ଶ୍ରୀ ଚନ୍ଦନ ରାୟ , ରାଇଘର ସରପଞ୍ଚ ଶ୍ରୀ ଲମ୍ବୋଧର ମାଝୀ , ଆଦିବାସୀ ମଞ୍ଚ ର ଶ୍ରୀ ଉପେନ୍ଦ୍ର ଗଣ୍ଡ, ବି କେ ବି ର ଉପଦେଷ୍ଟା ସୁଖଦେବ ଗଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।
ଶ୍ରୀ ଶ୍ରୀ ହରିଚାନ୍ଦ ଗୁରୁଚାନ୍ଦ ଠାକୁର ଙ୍କ ମତାଦର୍ଶ ମୁଖ୍ୟତଃ ଜାତିବାଦ ତଥା କୁସଂସ୍କାର ମୁକ୍ତ ହୋଇ ଥିବା ଯୋଗୁଁ କେବଳ ଡଙ୍କା ବାଦ୍ଯ , ହୂଲୁହୁଲି ଶବ୍ଦ ଓ ହରିବୋଲ ଧ୍ବନି ଦ୍ବାରା ଅବୈଦିକ ନୀତିରେ ସହଜ ଓ ସରଳ ଭାବରେ ସମ୍ପନ୍ନ ହୋଇଛି । ଏହି କାର୍ଯ୍ୟକ୍ରମ ରେ ବିଶେଷ କରି ରାଇଘର, ଝରିଗାଁ ଓ ଉମରକୋଟ ଅଞ୍ଚଳର ବହୁତ ଭକ୍ତ ଆସିବା ବେଳେ ହାତରେ ଗୋଟିଏ ଇଟା ଧରି ଯୋଗ ଦେଇଥିଲେ ।ଏହା ଏକ ପ୍ରକାର ଇତିହାସ ସୃଷ୍ଟି କରିଛି ।କାର୍ଯ୍ୟକ୍ରମ ରୁପାୟନରେ ନବରଙ୍ଗପୁର ଜିଲ୍ଲାର କେନ୍ଦ୍ରୀୟ କମିଟିର ସଭାପତି ଶ୍ରୀ ଚିତ୍ତରଞ୍ଜନ ଢାଲି , ଅଧିକାରୀଗୁଡା ହରିଚାନ୍ଦ ମନ୍ଦିର ର ସଭାପତି ଶ୍ରୀ ଶାନ୍ତି ରଞ୍ଜନ ତାଲୁକଦାର, ରାଇଘର ହରିଚାନ୍ଦ ମନ୍ଦିର ର ସଭାପତି ଶ୍ରୀ ଅରୁଣ ଚନ୍ଦ୍ର ସରକାର, ମତୁଆ ରତ୍ନ ଗୁରୁଦାସ ବିଶ୍ବାସ , ଠାକୁର ବଂଶ ର ଉତ୍ତରସୂରୀ ଶ୍ରୀ ରବୀନ ଠାକୁର , ସର୍ବ ଶ୍ରୀ ଗୁରୁଦାସ ମଣ୍ଡଳ, ବିରେନ ଗୋସାଇଁ, ନିଖିଲ ଚନ୍ଦ୍ର ମଣ୍ଡଳ, ମଦନ ତରଫଦାର, ବିଶେଷ ଭକ୍ତ ବଙ୍କିମ ରାୟ , ଦିଲିପ ମଣ୍ଡଳ, ଧର୍ମରାଜ ସରକାର, ପରିମଳ ସରକାର, ନିତାଇ ମଣ୍ଡଳ, ହରେନ ଡାକୁଆ, ସମାଜ ସେବୀ ସଞ୍ଜିତ ମଣ୍ଡଳ ପ୍ରମୁଖ ଯୋଗଦାନ କରିଥିଲେ । ମନ୍ଦିର ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ର ଆବଶ୍ୟକତା ରହିଛି । ଏଥିପାଇଁ ସାଂସଦ, ବିଧାୟକ, ଜେଡ ପି ସମସ୍ତ ଙ୍କ ତହବିଲରୁ ମୁକ୍ତ ହସ୍ତେ ଅନୁଦାନ ଦେବାକୁ ଅନୁରୋଧ କରାଯାଇଛି । ଏହି ଅବସରରେ ଅନେକ ବଦାନ୍ଯ ବ୍ଯକ୍ତିର ସେମାନଙ୍କ ଅନୁଦାନ ରାଶି ଘୋଷଣା କରିଥିଲେ । ଏହି ସୁନ୍ଦର ଅନୁଷ୍ଠାନ ଟିକୁ ସାହିତ୍ୟିକ ବଙ୍କିମ ଚନ୍ଦ୍ର ମଣ୍ଡଳ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.