୩୦ ଲକ୍ଷରୁ ଊର୍ଦ୍ଧ୍ଵ ମାଣ୍ଡିଆ ହେରଫେରରେ ଆଦିବାସୀ ଉନ୍ନୟନ ସମବାୟ ନିଗମ ଭାରପ୍ରାପ୍ତ କ୍ଷେତ୍ର ଅଧିକାରୀ ଗିରଫ…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପ୍ରଚୁର ମାଣ୍ଡିଆ ଚାଷ ହେଉଥିବାରୁ ଆଦିବାସୀ ଉନ୍ନୟନ ସମବାୟ ନିଗମ ଓଡିଶା ଲିମିଟେଡ୍ ସଂସ୍ଥାକୁ ଚାଷୀ ମାନଙ୍କ ଠାରୁ ମାଣ୍ଡିଆ ଖରିଦ କରିବା ପାଇଁ ଅନୁମତି ଦିଆଯାଇଥିଲା । ତେବେ ଏହି ମାଣ୍ଡିଆ ବାଟମାରଣା ହେଇଥିବା ଅଭିଯୋଗ ହୋଇଥିବା ବେଳେ ଏଥିରେ ବ୍ୟାପକ ହେରଫେର ହେଇଥିବା ଅଭିଯୋଗରେ ଆଦିବାସୀ ଉନ୍ନୟନ ସମବାୟ ନିଗମ ଭାରପ୍ରାପ୍ତ କ୍ଷେତ୍ର ଅଧିକାରୀ ଗିରଫ ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକରେ ଥିବା ଆଦିବାସୀ ଉନ୍ନୟନ ସମବାୟ ନିଗମର ଭାରପ୍ରାପ୍ତ କ୍ଷେତ୍ର ଅଧିକାରୀ ଉପେନ୍ଦ୍ରନାଥ ବହେରା ୩୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ମୂଲ୍ୟର ମଣ୍ଡିଆକୁ ଚାଷୀ ମାନଙ୍କ ଠାରୁ ଖରିଦ କରି ହେରଫେର କରିଥିବା ନେଇ ମାଲକାନଗିରି ଟିଡିସିସିର ପରିଚାଳକ ମାଥିଲି ଥାନାରେ ଅଭିଯୋଗ କରିଥିଲେ । ଏହାପରେ ମାଥିଲି ଥାନା ପୋଲିସ ସମ୍ପୃକ୍ତ ଭାରପ୍ରାପ୍ତ କ୍ଷେତ୍ର ଅଧିକାରୀ ଉପେନ୍ଦ୍ରନାଥ ବହେରାଙ୍କୁ ଗିରଫ କରି ୫ଟି ଦଫା ଲଗାଇ କୋର୍ଟ ଚାଲାଣ କରିଛନ୍ତିା ଜାମିନ ନା ମଞ୍ଜୁର ହେବାରୁ ସମ୍ପୃକ୍ତ ଅଧିକାରୀ ବିଚାରାଧୀନ କୈଦୀ ଭାବେ ଜୈଲରେ ଅଛନ୍ତିା ମାଲକାନଗିରି ଟିଡିସିସି ପରିଚାଳକ ବ୍ରହ୍ମାନନ୍ଦ ମାଝୀଙ୍କ ଅଭିଯୋଗରେ ଉଲ୍ଲେଖ ରହିଛି ଯେ, ଟିଡିସିସି ଭାରପ୍ରାପ୍ତ କ୍ଷେତ୍ର ଅଧିକାରୀ ଉପେନ୍ଦ୍ରନାଥ ବେହେରା ଗତ ୨୦୨୧ ମସିହାରେ ମାଥିଲି ଟିଡିସିସିରେ ଦାୟିତ୍ୱରେ ଯୋଗ ଦେଲାପରେ ୨୦୧୯ ମସିହାରୁ ଖରିଦ ହୋଇଥିବା ୧୭ କ୍ୱିଂଟାଲ ୩୧ କେଜି ମାଣ୍ଡିଆ ଯାହାକି ମାଥିଲି ନିୟନ୍ତ୍ରିତ ବଜାର କମିଟି ଗୋଦାମରେ ଥିଲା ତାହାକୁ ଶ୍ରୀ ବେହେରାଙ୍କ ଦାୟିତ୍ୱରେ ଗଛିତ ରଖା ଯାଇଥିଲା । ଶ୍ରୀ ବେହେରା ଦାୟିତ୍ୱରେ ଥିବା ସମୟରେ ୨୦୨୧ ମସିହାରେ ଉକ୍ତ ଗୋଦାମରେ ପୁନଃ ୬୭୨୦ କ୍ୱିଂଟାଲ ୬୯ କେଜି ମାଣ୍ଡିଆ ଚାଷୀଙ୍କ ଠାରୁ ଖରିଦ କରି ରଖା ଯାଇଥିଲ।। ତେବେ ମୋଟ ୬୭୩୮ କ୍ୱିଂଟାଲ ମାଣ୍ଡିଆକୁ ଓଡିଶା ଯୋଗାଣ ବିଭାଗ, ମାଲାକନଗିରିକୁ ହସ୍ତାନ୍ତର କରିବା ନିମନ୍ତେ ଯୋଗାଣ ବିଭାଗ ଅଧିକାରୀ ଶ୍ରୀ ବେହେରାଙ୍କୁ ଚିଠି କରିଥିଲୋ କିନ୍ତୁ ଶ୍ରୀ ବେହେରା ଏହି ଚିଠିକୁ ଗୁରୁତ୍ୱ ଦେଇନଥିଲୋ ପରେ ପରେ ତାଙ୍କୁ ତୁରନ୍ତ ମାଣ୍ଡିଆ ଯୋଗାଣ ବିଭାଗକୁ ହସ୍ତାନ୍ତର କରିବା ପାଇଁ ତିନୋଟି ଚିଠି ଦିଆ ଯାଇଥଇଲ।। ତାଙ୍କ ଚିଠି ଆଧାରରେ ଶ୍ରୀ ବେହେରା ମୋଟ ୪୬ଟି ରସିଦରେ ସମସ୍ତ ମାଣ୍ଡିଆ ଦେଇଥିବା ବେଳେ ସେଥିମଧ୍ୟରୁ ୪ଟି ରସିଦରେ ମୋଟ ୬୩୯ କ୍ୱିଂଟାଲ ୭୧ କେଜିର ପ୍ରାପ୍ତି ପତ୍ର ନଥିବା ଅଡିଟ ସମୟରେ ଜଣାପଡିଥିଲ।। ଯାହାର ମୁଲ୍ୟ ୩୦ ଲକ୍ଷ ୬୨ ହଜାର ୫୭୦ ଟଙ୍କ।। ଏ ସମ୍ବନ୍ଧରେ ଶ୍ରୀ ବେହେରା ତାଙ୍କ ଉତ୍ତରରେ ପ୍ରକାଶ କରିଥିଲେ ଯେ, ଯୋଗାଣ ବିଭାଗର କ୍ଷମତାପ୍ରାପ୍ତ ଠିକାଦାର ବିଜୟ ପଣ୍ଡାଙ୍କୁ ୬୩୯.୭୧ କ୍ୱିଂଟାଲ ମାଣ୍ଡିଆ ହସ୍ତାନ୍ତର କରିଛନ୍ତିା ଏହାକୁ ଶ୍ରୀ ପଣ୍ଡା ଅସ୍ୱିକାର କରିଥିବା ଅଭିଯୋଗରେ ଦର୍ଶାଯାଇଛିା ଏହାକୁ ଆଧାର କରି ମାଥିଲି ଥାନା କେଶ୍ ନଂ. ୭୯ ପ୍ରକାରେ ମାମଲା ରୁଜୁ କରି ଶ୍ରୀ ବେହେରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛିା ଏ ସମ୍ବନ୍ଧରେ ଶ୍ରୀ ବେହେରାଙ୍କ ଆଇନଜୀବି ରାମ ପ୍ରସାଦ ପଟ୍ଟନାୟକ ପ୍ରକାଶ କରିଛନ୍ତି ଯେ, ଏ ମାମଲାରେ ଶ୍ରୀ ବେହେରାଙ୍କୁ ଚକ୍ରାନ୍ତ କରି ଫସାଇ ଦିଆ ଯାଇଛିା

nis-ad
Leave A Reply

Your email address will not be published.