ମା’କୁ କଟୁରୀରେ ହାଣିଦେଲା ପୁଅ…

ପାରାଦ୍ଵୀପ: ଭୂତୁମୁଣ୍ଡାଇ ଗ୍ରାମ କୂମ୍ଭାର ସାହିରେ ବିଭତ୍ସ ହତ୍ୟା। ମାନସିକ ବିକୃତ ପୁଅ ନିଜ ମା’ କୁ ହାଣି ହତ୍ୟା କରିଛି ।ପୁଅର ଆକ୍ରମଣରେ ମା’ର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ମା’ ସୁଲୋଚନା ଦେବୀ ନୂଆଗଡ ସ୍କୁଲର ଶିକ୍ଷୟତ୍ରୀ। ସୁଲୋଚନାଙ୍କ ସାନପୁଅ ଅଂଶୁମାନ ଓରଡଫ ହାପିନା । ସକାଳୁ ସକାଳୁ ମା’ ପୂଜା ସାରିଲେ । ପୂଜା ପରେ  ପୂଜା ପାଣି ସବୁଆଡେ ଛିଞ୍ଚୁଥିଲେ । ଏପରିକି ପୁଅ ଅଂଶୁମାନ ଉପରେ ମଧ୍ୟ ଏହି ପୂଜା ପାଣି ଛିଞ୍ଚିଥିଲେ । ହେଲେ ଏହାକୁ ନେଇ ଉତ୍ତ୍ୟକ୍ତ ହୋଇ ଯାଇଥିଲା ପୁଅ ଅଂଶୁମାନ । ଅତର୍କିତ ଭାବେ ସୁଲୋଚନାଙ୍କୁ ଏକ କଟୁରୀରେ ଆକ୍ରମଣ କରିଥିଲେ ।  ଫଳରେ ଘଟଣାସ୍ଥଳରେ ହିଁ ସୁଲୋଚନାଙ୍କର ମୃତ୍ୟୁ ଘଟିଥିଲା ।  ଘଟଣାସ୍ଥଳରେ ଲକ୍ ଥାନା ପୋଲିସ ଓ ପାରାଦ୍ଵୀପ ଅତିରିକ୍ତ ଏସପି ପହଞ୍ଚି ତଦନ୍ତ କରିବା ସହିତ ସାଇଣ୍ଟିଫିକ ଟିମ୍ କୁ ଖବର ଦିଆଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ସକାଳ ୫.୩୦ ମଧ୍ୟରେ ଏହି ବିଭତ୍ସ ହତ୍ୟା କାଣ୍ଡ ଘଟାଇଥିଲା ଅଂଶୁମାନ। ଏକ କଟୁରୀରେ ସୁଲୋଚନାଙ୍କ ମୁଣ୍ଡକୁ ହାଣି ଟିକ୍ ଟିକ୍ କରିବା ପରେ ଘର ଭିତରକୁ ପଳାଇ କବାଟ ଦେଇଥିଲା। ଘଟଣାସ୍ଥଳରେ ଲକ୍ ଥାନା ପୋଲିସ ପହଞ୍ଚି ଛାତ ଦେଇ ଘର ଭିତରକୁ ପଶି ଅଂଶୁମାନ ଙ୍କୁ କାବୁ କରିଥିଲେ।

ଅଂଶୁମାନ ଜଣେ ମେଧାବୀ ଛାତ୍ର ଥିଲେ ଏବଂ ସେ ଇଞ୍ଜିନିୟରିଂ ପଢ଼ିଛନ୍ତି। ଇଞ୍ଜିନିୟରିଂ ସମୟରେ ତାଙ୍କର ମାନସିକ ବିକୃତି ଦେଖା ଦେଇଥିଲା  । ଏଥିପାଇଁ ସେ ଦୈନିକ ମେଡିସିନ ଖାଉଥିଲେ। ଗତକାଲି ତାଙ୍କ ଆଇ ମା’ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକି ଥିଲା ।  କାର୍ଯ୍ୟବ୍ୟସ୍ତତା ଭିତରେ ତାଙ୍କୁ ମେଡିସିନ ଦିଆଯାଇ ପାରି ନଥିବା ପରିବାର ଲୋକେ କହିଛନ୍ତି । ତା ଛଡା ଶ୍ରାଦ୍ଧ ଦିନ ବ୍ରାହ୍ମଣ ତାଙ୍କ ମୁଣ୍ଡରେ ଚନ୍ଦନ ଟିପା ଲଗାଇ ଦେଇଥିଲେ । ଏହାକୁ ନେଇ ରାଗି ଯାଇଥିଲେ ଅଂଶୁମାନ । ଗତକାଲି ରାଗ ଏବଂ ଆଜିର ରାଗ ସହ ଔଷଧ ୨ ଦିନ ନ ଖାଇବା ଯୋଗୁ ତାଙ୍କର ମାନସିକ ସ୍ଥିତି ଆହୁରି ବିଗିଡି ଯାଇଥିଲା । ତେଣୁ ସେ ମା’ଙ୍କୁ କଟୁରୀରେ ହାଣି ଦେଇଥିବା କହିଛନ୍ତି ପରିବାର ଲାେକେ ।   ପୋଲିସ  ଅଂଶୁମାନକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

nis-ad
Leave A Reply

Your email address will not be published.