ଗୋଲଡେନ ବାବାର ୫୧ ଲକ୍ଷ ଟଙ୍କାର ଅଡି କାର ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଘୋଷଣା କରିଛି ଯେ ‘ଗୋଲଡେନ ବାବା’ ଭାବେ ପରିଚିତ ଜ୍ୟୋତି ରଞ୍ଜନ ବେଉରାଙ୍କ ବିରୋଧରେ ଏକ ମାମଲାର ତଦନ୍ତ ସମୟରେ ପ୍ରାୟ ୫୧ ଲକ୍ଷ ଟଙ୍କା ମୂଲ୍ୟର ଏକ ବିଳାସପୂର୍ଣ୍ଣ ଅଡି କ୍ୟୁ୫ କାର୍ ଜବତ କରିଛି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) ଅନୁଯାୟୀ ଏହି ଗାଡ଼ିକୁ ଜବତ କରାଯାଇଛି ବୋଲି ଇଡି ପକ୍ଷରୁ କୁହାଯାଇଛି।

‘ଗୋଲଡେନ ବାବା’ ନାମରେ ଓଡିଶାରେ ଅସାଧୁ ବ୍ୟବସାୟୀ ସାଧାରଣ ଲୋକଙ୍କୁ ଋଣ ଦେବାର ପ୍ରତିଶ୍ରୁତି ଦେଇ ପ୍ରାୟ ୫ କୋଟି ୫୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି। ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ତାଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ଚାର୍ଜସିଟ୍ ଦାଖଲ କରିଥିଲା। ସେହି ଏଫ୍ଆଇଆର୍ ଆଧାରରେ ଇଡିରେ ମାମଲା ରୁଜୁ ହୋଇଛି।

ଇଡିର ସୂଚନା ଅନୁଯାୟୀ, ଜ୍ୟୋତି ଟ୍ରେଡିଂ ଆଣ୍ଡ କୋ’ର ଏକମାତ୍ର ମାଲିକ ଭାବେ କାର୍ଯ୍ଯ କରୁଥିବା ଗୋଲଡେନ୍ ବାବା ବିଭିନ୍ନ ବ୍ୟକ୍ତି ଓ ସଂସ୍ଥା ସହ ଏକାଧିକ ଚୁକ୍ତି କରି ସେମାନଙ୍କ ବ୍ୟବସାୟ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। କିନ୍ତୁ ପ୍ରତିଶ୍ରୁତି ପୂରଣ କରିବା ପରିବର୍ତ୍ତେ ସେ ଅପରାଧର ଆୟ ହିସାବରେ ଅଗ୍ରୀମ ଅର୍ଥ ଗ୍ରହଣ କରି ପ୍ରତାରଣା ପୂର୍ବକ ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଛି। ଜ୍ୟୋତି ଟ୍ରେଡିଂ ଆଣ୍ଡ କମ୍ପାନି ଏବଂ ତାଙ୍କ ଅଧୀନରେ ଥିବା ଅନ୍ୟ କମ୍ପାନିଗୁଡ଼ିକ ନାମରେ ଥିବା ଆକାଉଣ୍ଟରେ ଜାଲ୍ ଏବଂ ନକଲି ଦସ୍ତାବିଜ ପ୍ରସ୍ତୁତ କରି ସେ ଏହି ବେଆଇନ୍ କାମ ସମ୍ପାଦନ କରିଥିଲେ।

ଇଡିର ଜଣେ ଅଧିକାରୀ କହିଛନ୍ତି ଯେ ଏହି ଜବତ ପୂର୍ବରୁ ଜ୍ୟୋତି ଟ୍ରେଡିଂ ଆଣ୍ଡ କମ୍ପାନୀର ଗୋଲଡେନ୍ ବାବାଙ୍କ ତିନୋଟି ବ୍ୟାଙ୍କ ଆକାଉଣ୍ଟରେ ୫୦.୪୭ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଥିଲା।

nis-ad
Leave A Reply

Your email address will not be published.