ହିଞ୍ଜିଳିକାଟୁ, ୨୦ା୯: ହିଞ୍ଜିଳିକାଟୁ ପରିବା ବଜାର ରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିଥିବା ବେଳେ ଉକ୍ତ ଜମି ଜବରଦଖଲ ଉଚ୍ଛେଦ ନେଇ କୋର୍ଟ ରାୟ ପ୍ରକାଶ ପାଇଛି। ଗଂଜାମ ଜିଲା ହିଞ୍ଜିଳିକାଟୁ ତହସିଲ ନୂଆଗଡ଼ ମୌଜା ଅଧୀନ ଘୋଡ଼ାହାଡ଼ ନଦୀ ନିକଟରେ ଶ୍ରୀ ରାଧାକୃଷ୍ଣ ମୋକ୍ଷ ପ୍ରାଣମୂର୍ତି ଆସିକା ନାମରେ ଥିବା ମୂଲ୍ୟବାନ ଜମିକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ବ୍ୟବସାୟ ନିମନ୍ତେ ଜବରଦଖଲ କରିଥିବା ନେଇ କଂଙ୍ଗ୍ରେସେ ନେତା ଶମ୍ଭୁ ପାଣିଗ୍ରାହୀ ୨୦୨୧ ମସିହାରେ ନ୍ୟାୟାଳୟ ର ଆଶ୍ରୟ ନେଇଥିଲେ ।ଏନେଇ ଉଚ୍ଚନ୍ୟାୟାଳୟ ଜଷ୍ଟିସ ଏ ସିହ୍ନା ଓ ଏ ଜଷ୍ଟିସ୍ ଏସ କେ ମିଶ୍ର ଵରିଷ୍ଠ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ଙ୍କ ତଥ୍ୟ ଆଧାରରେ ଉଚ୍ଚନ୍ୟାୟାଳୟ ଉକ୍ତ ଦେଵତା ଜମି ଜବରଦଖଲ ଉଚ୍ଛେଦ ନେଇ ନିର୍ଦ୍ଦେଶ ଦେଇଛନ୍ତି ।ଆସିକା ମହାପ୍ରଭୁ ରାଧାକୃଷ୍ଣ ପ୍ରାଣ ଵିଜେ ଙ୍କ ଜମି ହିଞ୍ଜିଳିକାଟୁ ଘୋଡାହଡ ନଦୀ କୂଳରେ ଥିବା ମହାପ୍ରଭୁଙ୍କ ଜମି ଜବରଦଖଲ କରିଥିବା ବ୍ୟକ୍ତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ପ୍ରକାଶ ଥାଉ କି, ହିଞ୍ଜିଳିକାଟୁ ତହସିଲ ନୂଆଗଡ଼ ମୌଜା ଖତିଆନ ନଂ-୩୪୪ରେ ୧୪୮ଗୋଟି ପ୍ଲଟରେ ୨୧ଏକର ରୁ ଉର୍ଦ୍ଧ୍ୱ ମନ୍ଦିର ଜମି ରହିଛି । ଏହି ସବୁ ଜମିର ମାଲିକାନା ମନ୍ଦିର ନାମରେ ଥିଲେ ମଧ୍ୟ ବହୁ ବ୍ୟକ୍ତି ଉକ୍ତ ଜମିକୁ ବେଆଇନ ଭାବେ କିଣାବିକା କରୁଥିବା ଅଭିଯୋଗ ହୋଇଛି । ନଦୀ କୂଳରେ ମହାପ୍ରଭୁଙ୍କ ମୂଲ୍ୟବାନ ଜମି ଉପରେ ପ୍ରଭାବଶାଳୀ ବ୍ୟକ୍ତି ଓ ଜମି ମାଫିଆ ମାନେ ବେପାର ନିମନ୍ତେ ବିନିଯୋଗ କରିଥିବା ନେଇ ହିଂଜିଳି ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଓ କଂଗ୍ରେସ ନେତା ଶମ୍ଭୁ ପାଣିଗ୍ରାହୀ ଅଭିଯୋଗ କରିଥିଲେ । ପିସିସି ରାଜ୍ୟ ସମ୍ପାଦକ ଶମ୍ଭୁ ପାଣିଗ୍ରାହି ୨୦୨୧ ମସିହାରେ ରେ ହିଂଜିଳିକାଟୁ ପୂର୍ତ ଡ଼ାକ ବଙ୍ଗଳାରେ ଏକ ପ୍ରେସ ମିଟରେ ମନ୍ଦିର ଜମିକୁ ଶାସକଦଳର କିଛି ଆଗଧାଡ଼ିର ନେତା ସମେତ ବହୁ ପ୍ରଭାବଶାଳୀ ଓ ଜମି ମାଫିଆ ବେଆଇନ ଭାବେ ଅକ୍ତିଆର କରିଥିବା ଅଭିଯୋଗ କରିଥିଲେ ଓ ଏ ନେଇ ନ୍ୟାୟାଳୟ ର ଆଶ୍ରୟ ନେଇଥିଲେ । ଏଥି ନେଇ ପାଣିଗ୍ରାହି ଗତବର୍ଷ ଏଣ୍ଡାମେଂଟ କମିଶନରଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ । କମିଶନରଙ୍କ ପକ୍ଷରୁ ଦେବୋତ୍ତର କମିଶନର ଙ୍କୁ ବିଧିବଦ୍ଧ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ହୋଇଥିଲା । ତେବେ ଅତିରିକ୍ତ ଆସିଷ୍ଟାଂଟ କମିଶନର ବ୍ରହ୍ମପୁରଙ୍କ ପକ୍ଷରୁ ଜମି ଉଚ୍ଛେଦ ନିମନ୍ତେ କୌଣସି ପଦକ୍ଷେପ ନହେବାରୁ କଂଗେସ ନେତା ପାଣିଗ୍ରାହି ଓଡ଼ିଶା ଉଚ୍ଚତମ ନ୍ୟାୟାଳୟରେ ରିଟ ପିଟିସନ ଦାଖଲ କରିଥିଲେ । ଏଥିରେ ଘଟଣାର ତଦନ୍ତ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଦେବୋତର କମିଶନର ଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପିସିସି ସମ୍ପାଦକ ପାଣିଗ୍ରାହି କହିଥିଲେ । ଅନ୍ୟ ପକ୍ଷରେ ମନ୍ଦିର ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଜାଣିଶୁଣି ବିଳମ୍ବ କରାଯାଉଛି । ଏଥିରେ ଶାସକ ଦଳର ପ୍ରଭାବଶାଳୀ ବ୍ୟକ୍ତି ସଂପୃକ୍ତ ଥିବାରୁ ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ଚଳିତ ମାସ ୧୯ ତାରିଖରେ ଉଚ୍ଚତମନ୍ୟାୟାଳୟ ପକ୍ଷରୁ ଆଦେଶ ମୁତାବକ ମହାପ୍ରଭୁଙ୍କ ଜମି ଜବରଦଖଲ ଉଚ୍ଛେଦ ନେଇ ନ୍ୟାୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କଙ୍ଗ୍ରେସ ନେତା ତଥା ଆଇନଜୀବୀ ଶମ୍ଭୁ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
