ବିନା ସୂଚନା ଫଳକ ଓ ଶ୍ରମିକ କୁ ବାଦ ଦେଇ ମେସିନ ଦ୍ୱାରା ଚାଲିଛି ପୋଖରୀ ଖନନ କାର୍ଯ୍ୟ…

ନିଘୋଡ଼ ନିଦରେ ଜିଲ୍ଲା ପ୍ରଶାସନ..! ମେସିନ କରୁଛି କାମ ଶ୍ରମିକ ଯାଉଛି ଦାଦନ ଖଟି..

ଫଳକ ଧର୍ମକୁ ଆଖିଠାର…!


ଉମରକୋଟ( ୨୨/ 0୫/ ୨0୨୩) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ନାକଟିସିମଡ଼ା ପଞ୍ଚାୟତ ରେ ଚାଲିଛି ପୋଖରୀ ଖନନ କାମ ଯାହାକି ସରକାରୀ ନିୟମ କୁ ବେଖାତିର ସୂଚନା ଥାଉକି ନାକଟିସିମଡ଼ା ଡ଼ି. ଏନ. କେ. ଗ୍ରାମରେ ପଞ୍ଚଯାତ ତରଫରୁ ଦୁଇ ଲକ୍ଷ୍ୟ ଏବଂ ଏନ. ଆର.ଜି.ଏସ ପକ୍ଷରୁ ତିନି ଲକ୍ଷ୍ୟ ସମୁଦାୟ ପାଞ୍ଚ ଲକ୍ଷ୍ୟ ଅଟକଳ ରେ ଏକ ପୋଖରୀ କାର୍ଯ୍ୟ ପାଇଁ ମଞ୍ଜୁର ହଇଛି, ସୂଚନା ଥାଉକି ସରକାରୀ ନିୟମ କୁ ଖୋଲାମ ଖୋଲା ଉଲଘଂନ୍ କରି ଏହି କାମ ଚାଲି ଥିବା ନେଇ ଅଭିଯୋଗ ହେଉଛି, ଏହି ପୋଖରୀ ଟିର କାର୍ଯ୍ୟ ଶ୍ରମିକ ବଦଳରେ ମେସିନ ଦ୍ୱାରା ଖୋଳା ଯାଉଅଛି l ରାଇଘର ବ୍ଲକର ଲୋକ ମାନେ କାମ ଧନ୍ଧା ନ ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯିବାକୁ ବାଧ୍ୟ ହୁଅନ୍ତି ଏବଂ ଦାଦନ ଖଟିବାକୁ ଯାଇ ନାନା ନିର୍ଯ୍ୟାତନା ର ଶିକାର ହେଉଥିବା କୁ ନେଇ ଅନେକ ଗଣ ମାଧ୍ୟମରେ ପ୍ରକାଶ ପାଉଛି ତଥାପି ଜିଲ୍ଲା ପ୍ରଶାସନ ର ନିଦ ଭାଙ୍ଗୁ ନାହିଁ ବେଳେ ବେଳେ ଏହି ଦାଦନ ଶ୍ରମିକ ମାନଙ୍କ ମୃତ ଶରୀର ଘରକୁ ଫେରେ l ଜିଲ୍ଲା ପ୍ରଶାସନ ସବୁ ଜାଣି ଚୁପ ଏଠାରେ ସୂଚନା ଥାଉକି ଦୁର୍ନୀତି ରେ ଉବୁଟୁବୁ ରାଇଘର ବ୍ଲକ କହିଲେ କିଛି ଭୁଲ ହେବ ନାହିଁ ସରକାରୀ ଯୋଜନା ଏଠାରେ ବାଟ ମୋରଣ ଠିକାଦାର ଓ ଯନ୍ତ୍ରୀ ମାନଙ୍କ ମଧୁ ଚନ୍ଦ୍ରିକା ରେ ଚାଲିଛି ଉର୍ନ୍ନୟନ ମୂଳକ କାର୍ଯ୍ୟ ଯାହାକି ସରକାରୀ ନିୟମ କୁ ଫୁ କରି ବାବୁ ମାନେ କରୁଛନ୍ତି ନିଜ ପକେଟ ଗରମ ଏହାକୁ ନେଇ ରାଇଘର ଅଞ୍ଚଳରେ ବୁଦ୍ଧି ଯିବି ମହଳରେ ଅନେକ ଅଭିଯୋଗ ହେଉଛି କିନ୍ତୁ କିଛି ଲାଭ ହେଉନି କଥାରେ ଅଛି ଖଜୁରୀ ଗଛ ର କି ଗୁଣ ଗାଇବି ମୂଳରୁ ପାହୁଛ ପାହୁଛ ଏଠାରେ ସମସ୍ତଙ୍କ ଭାଗ ରହୁଛି l ନାକଟିସୀମରା ଡ଼ି. ଏନ. କେ ଗ୍ରାମରେ ପୋଖରୀ କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଛି କାମ ସୂଚନା ମାଗିଲେ ନାଲି ଆଖି ସତେ ଯେମିତି ନିଜ ପୌତ୍ରିକ ଟଙ୍କା ରେ କରୁଛନ୍ତି ଉର୍ଣ୍ଣୟନ ମୂଳକ କାର୍ଯ୍ୟ ଯେମିତି ଦୟାକରି କାର୍ଯ୍ୟ କରୁଛନ୍ତି ପ୍ରଶାସନ ଓ ଠିକାଦାର ଏ କାହାଣୀର କଣ ଶେଷ ନାହିଁ ? ଜିଲ୍ଲା ପ୍ରଶାସନ କଣ ଆଖିରେ ଅନ୍ଧ ପୁଟଳି ବାନ୍ଧି ଚୁପ ବସିଛି ନା ଚେଇଁ ସୋଇଛି ବୋଲି ସାଧାରଣ ରେ ଅଭିଯୋଗ ହେଉଛି l ଅଞ୍ଚଳବାସୀ ତୀବ୍ର ପ୍ରତିବାଦ କରିବା ସତ୍ୟେ ଠିକାଦାର ଓ ଜି’ ଆର ,ଏସ ଏବଂ ବ୍ଲକ ପ୍ରତିନିଧିଙ୍କ ମଧୁଚନ୍ଦ୍ରିକାରେ ସ୍ଥାନୀୟ ବାସୀଙ୍କୁ ବେଖାତିର କରି ଏକ ଛତ୍ରବାଦ ମନମୁଖୀ ଶାସନ ଚଳାଉଛନ୍ତି ଏବଂ ଦିନ ଦିପହର ରେ ଲୁଟି ଚାଲିଛନ୍ତି ସରକାରୀ ଅର୍ଥ l ଉକ୍ତ କାମ କୁ ନେଇ ସ୍ଥାନୀୟ ଜି,ଆର,ଏସ ମନୋଜ କୁମାର ଦାସ ଓ ନାକଟିସିମଡ଼ା ପଞ୍ଚାଏତ ଜି,ପି, ଓ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ପୋଖରୀ କାମ ପାଞ୍ଚ ଲକ୍ଷ୍ୟର ବୋଲି ଜଣାଇଲେ l କିନ୍ତୁ କାର୍ଯ୍ୟ ବିଷୟରେ କୌଣସି ଉତ୍ତର ଦେଲେ ନାହିଁ ଯାହାକି ଜି,ଆର, ଏସ ଓ ପଞ୍ଚାଏତ ସମ୍ପ୍ରସାରଣ ଅଧିକାରୀଙ୍କ କାର୍ଯ୍ୟ ସମ୍ପର୍କ ରେ ଅବଗତ ଥିବା ସତ୍ତ୍ୱେ କାହାକୁ ଭୃକ୍ଷେପ ନ କରି ଠିକାଦାର ବିନା ସୂଚନା ଫଳକ ଓ ପୋଖଲେନ ମେସିନ ଦ୍ଵାରା ଖୋଳି ଚାଲିଛନ୍ତି ନିର୍ମାଣ ଧୀନ ପୋଖରୀ ଖନନ l ଜନସାଧାରଣ, ଏବଂ ଶ୍ରମିକ ମାନଙ୍କ କହିବା କଥା ସରକାର ଟଙ୍କା ଦେଉଛନ୍ତି ଶ୍ରମିକ ମାନଙ୍କ ପାଇଁ, କିନ୍ତୁ ଖାଉଛି ମେସିନ, ଯଦି ମେସିନ ସବୁ କାର୍ଯ୍ୟ କରୁଛନ୍ତି ତା ହେଲେ ମାଷ୍ଟର ରୁଲରେ ଶ୍ରମିକ ମାନଙ୍କ ନା ଦର୍ଶାଇ ବିଲ କିପରି ଓ କାହିଁକି କରୁଛନ୍ତି? ଯଦି ମେସିନ କାମ କରିବା ନିୟମ ରହିଛି ତେବେ ମାଷ୍ଟର ରୁଲରେ ମେସିନ ଦର୍ଶାଇ ଵିଲ କରିବା କଥା ଯାହାକୁ ନେଇ ରାଇଘର ବ୍ଲକ ବାସୀ ଅଭିଯୋଗ କରି କରି ଥକି ଗଲାଣି l କିନ୍ତୁ କଥାରେ ଅଛି “” ମତେ ଯେତେ ମାଠିବୁ ମାଠ ମୁଁ ସେହି ଦରପୋଡ଼ା କାଠ “” l ଜ଼ିଲ୍ଲା ପ୍ରଶାସନ, ୫ଟି ପ୍ରଶାସନ ମୁଖ୍ୟ ଓ ମୋ ସରକାର ଏ ଦିଗରେ ତୁରନ୍ତ ତଦାରଖ କରି ଉଚିତ ପଦକ୍ଷେପ ନେବା ପାଇଁ ସାଧାରଣ ଜନତା ଓ ପଞ୍ଚାୟତ ବାସୀ ଦାବି କରିଛନ୍ତି l ଏବଂ ରାଇଘର ବ୍ଲକ ଅନ୍ତର୍ଗତ ସମସ୍ତ ଉର୍ନ୍ନୟନ ମୂଳକ କାର୍ଯ୍ୟ କୁ ଭିଜିଲାନ୍ସ ଓ ଓଡିଶା ସରକାର ଙ୍କ ସ୍ୱତନ୍ତ୍ର ଅଡିଟ ଦ୍ଵାରା ଯଦି ଅଡିଟ କରାଯିବା କୁ ବୁଦ୍ଧି ଜୀବି ଓ ସାଧାରଣ ରେ ଦାବୀ ହେଉଛି l

nis-ad
Leave A Reply

Your email address will not be published.