ବିଭିନ୍ନ ଦାବି ନେଇ ମାଲକାନଗିରି ମିଳିତ ଅମଲା ମଞ୍ଚର ସାମ୍ବାଦିକ ସମ୍ମିଳନୀ…

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ମିଳିତ ଅମଲା ସଂଙ୍ଘ ତରଫରୁ ରାଜ୍ୟ ସରକାରଙ୍କ ଓଡିଶାରେ କାର୍ଯ୍ୟରତ ଅମଲା ମାନଙ୍କ ପ୍ରତି ବୈମାତୄକ ମନୋଭାବ ପୋଷଣ କରୁଥିବା ବିରୁଦ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଯାଇଛି । ଅମଲା କର୍ମଚାରୀଙ୍କ ଦୀର୍ଘଦିନର ଦାବିକୁ ସରକାର ଅଣଦେଖା କରୁଥିବାରୁ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଅମଲା ଭାଇ ଓ ଭଉଣୀ ସ୍ଥାନୀୟ ଡିଆଡିଏ ଠାରେ ଏକତ୍ରିତ ହୋଇ ସ୍ନାତକ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଜିଲ୍ଲା ସ୍ତରୀୟ କନିଷ୍ଠ ଅମଲା ମାନଙ୍କର ମୂଳ ଦରମା ୯,୩୦୦ ଟଙ୍କା ସହିତ ଗ୍ରେଡପେ ୪,୨୦୦ ଟଙ୍କା ଓ ଲେଭେଲ-୯ ଅନୁଯାୟୀ ଦରମା ନିର୍ଦ୍ଧାରଣ କରିବା ନିମନ୍ତେ ପୂର୍ବରୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ ସରକାର ଏହାପ୍ରତି ଦୃଷ୍ଟି ଦେଉନଥିବାରୁ ଆସନ୍ତା ୨୨/୦୫/୨୦୨୩ ଠାରୁ ୩୧/୦୫/୨୦୨୩ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଯଦି ଏହି ସମୟ ମଧ୍ୟରେ ସରକାର କିଛି ପଦକ୍ଷେପ ନ ଉଠାନ୍ତି। ତେବେ ଆସନ୍ତା ଜୁନ ମାସ ୧ ତାରିଖରୁ ସମୁହ ଛୁଟି ନେବାର ନିଷ୍ପତ୍ତି ନେଇଥିବା ଅମଲା ସଂଘର ସଭାପତି ଲକ୍ଷ୍ମୀନାରଣ ସେଠୀ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.