କାଲି ସକାଳେ ଶପଥ ନେବେ ନୂଆ ମନ୍ତ୍ରୀ…

ଭୁବନେଶ୍ବର: ଆସନ୍ତାକାଲି ଅନୁଷ୍ଠିତ ହେବ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ। ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନୂଆ ମନ୍ତ୍ରୀମାନେ ନେବେ ଶପଥ। ଏନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି।

ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବର ସମୟ ସମ୍ପର୍କରେ ଘୋଷଣା ହୋଇଥିଲେ ବି କେଉଁମାନେ ମନ୍ତ୍ରୀ ହେବେ, ସେ ନେଇ ଲାଗି ରହିଥିବା ସସପେନ୍ସ ଉପରକୁ ପରଦା ଉଠିନାହିଁ।

ସମ୍ଭାବ୍ୟ ସମ୍ପ୍ରସାରଣରେ ୪ଜଣ ନୂଆ ମନ୍ତ୍ରୀ ସ୍ଥାନ ପାଇବେ ବୋଲି କୁହାଯାଉଛି। ନବ ଦାସଙ୍କ ହତ୍ୟା ଯୋଗୁ ଗୋଟିଏ ମନ୍ତ୍ରୀପଦ ଖାଲି ପଡ଼ିଥିବାବେଳେ ଅନ୍ୟ ୨ଜଣ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ଯୋଗୁ ମୋଟ ୩ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି । ଅନ୍ୟ ଜଣେ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇପାରେ ବୋଲି ଜଣାପଡ଼ିଛି ।

nis-ad
Leave A Reply

Your email address will not be published.