ବଗିକୁ ଛାଡି ଇଞ୍ଜିନ ପଳାଇଲା ୫୦୦ମିଟର, ୫ ଘଣ୍ଟା ବିଳମ୍ବରେ ଛାଡିଲା ଟ୍ରେନ

ଜଳେଶ୍ବର: ଇଞ୍ଜିନରୁ ଅଲଗା ହେଲା ବଗି। ବଗିକୁ ଛାଡି ଟ୍ରେନ ପଳାଇଲା ୫୦୦ମିଟର। ହାଓଡା- ପୁରୀ ସୁପରଫାଷ୍ଟ ଟ୍ରେନରେ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଓଡିଶା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗ ନେକୃଷୁଣି ଷ୍ଟେସନରେ ଅଘଟଣ।

ଘଟଣା ସ୍ଥଳରେ ପହଞ୍ଚି ମରାମତି କଲା ରେଳ ବିଭାଗ।  ଟ୍ରେନ ସହ ବଗି ସଂଯୋଗ ପରେ ୫  ଘଣ୍ଟା ବିଳମ୍ବରେ ଛାଡିଲା ଟ୍ରେନ।  ଅଘଟଣ ସତ୍ତ୍ବେ ଯାତ୍ରୀ ସୁରକ୍ଷିତ ଥିବା ସୂଚନା।

nis-ad
Leave A Reply

Your email address will not be published.