ଚିତ୍ରୋକୋଣ୍ଡା ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସରକାରୀ ବସ ମଧ୍ୟରୁ ଫାୟରିଂ ହୋଇଥିବା ସୂଚନା…

ମାଓବାଦୀ ସନ୍ଦେହ ରେ ପୋଲିସ ପକ୍ଷରୁ ଖାନତଲାସୀ ଜାରି…

ମାଲକାନଗିରି : ଚିତ୍ରୋକୋଣ୍ଡା ରୁ ବ୍ରହ୍ମପୁର ଯାଉଥିବା ସରକାରୀ ବସ ନଂ OD 07 AK4255 ଭିତରୁ ଵୈପାରି ଗୁଡା ବିଏସଫ କ୍ୟାମ୍ପ ଉପରକୁ ଗୋଟିଏ ରାଉଣ୍ଡ ଫାୟରିଂ ହୋଇଥିଲା ଫାୟରିଂ ଶବ୍ଦ ଶୁଣିବା ପରେ ବିଏସଏଫ ଟିମ ସତର୍କ ହେବା ସହ ଫାୟରିଂ କିପରି ଓ କିଏ କଲା ସନ୍ଧେହ ପ୍ରକାଶ ପାଇଛି ,ବସ ମଧ୍ୟରୁ ଗୁଳି ଚାଳନା ହୋଇଛି କି ବସ ଉପରକୁ ଗୁଳି ଚାଳନା ତାହା ଅସ୍ୱଷ୍ଟ । ଘଟଣା ସ୍ଥଳରେ ବିଏସଏଫ ଓ ଵୈପାରିଗୁଡା ପୋଲିସ ପକ୍ଷରୁ ବସଟି କୁ ଅଟକାଇବା ସହ ସମସ୍ତ ଯାତ୍ରୀଙ୍କ ଖାନ ତଲାସୀ କରଯାଇଥିଲା । କେଉଁ ପରିସ୍ଥିତିରେ ଏହା ଘଟିଲା ଏବଂ କିଏ ଫାୟରିଂ କରିଛି ତାହାର ତଦନ୍ତ ଚାଲିଛି ଏଥିଲେ କୌଣସି ମାଓବାଦୀ ସଂପୃକ୍ତ କୁ ନଜର ରେ ରଖି ଯାଞ୍ଚ କରୁଛି ବୈପାରିଗୁଡା ପୋଲିସ । ବୈପାରିଗୁଡା ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ମାଓବାଦୀ ସକ୍ରିୟ ରହିଥିବା ବେଳେ ବେଳେବେଳେ ସରକାରୀ କାର୍ଯ୍ୟ ଓ ବିଏସଏଫ ମୁତୟନ କୁ ନେଇ ମାଓବାଦୀ ଚେତାବନୀ ଦେବାସହ ମାଓବାଦୀ ଦ୍ଵାରା ବ୍ୟାନର ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥାଏ । ବର୍ତ୍ତମାନ ର ଏହି ଫାୟରିଂ କୁ ନେଇ ଏହି ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।ବି ଏସ ଏଫ ଓ ପୋଲିସ ମିଳିତ ଭାବରେ ତଦନ୍ତ କରୁଥିବା ସହ ଅଞ୍ଚଳ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଥିବା ସୂଚନା ମିଳିଛି…

nis-ad
Leave A Reply

Your email address will not be published.