ଖଜୁରୀପଡ଼ାର ଭାଗ୍ୟସ୍ମିତା ଦଶମ ଶ୍ରେଣୀର କନ୍ଧମାଳ ଟପର

ଫୁଲବାଣୀ : ଚଳିତ ୨୦୨୩ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l ଚଳିତ ବର୍ଷ କନ୍ଧମାଳ ଜିଲ୍ଲାର ୨୦୮ ବିଦ୍ୟାଳୟରୁ ମୋଟ ୯୯୦୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୯୭୬୯ ପାସ କରିଥିବା ବେଳେ ମାତ୍ର ୧୩୩ ଛାତ୍ରଛାତ୍ରୀ ଫେଲ ହୋଇଥବା ରିପୋର୍ଟରୁ ଜଣାପଡ଼ିଛି l ପାସ ହାର ୯୬.୩୭% ହୋଇଥିବା ଦେଖିବାକୁ ମିଳିଛି | ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଖଜୁରୀପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଭାଗ୍ୟସ୍ମିତା ପାଢ଼ୀ ୬୦୦ ରୁ ୫୭୩ ମାର୍କ ରଖି ଶତକଡା ୯୫.୫୦% ପ୍ରତିଶତ ଆଣି ଜିଲ୍ଲାରେ ଟପର ହୋଇଛନ୍ତି l ଖବର ପ୍ରକାଶ ପରେ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛା ର ସୁଅ ଛୁଟିଛି l ସେହିଭଳି ପରିବାରରେ ମଧ୍ୟ ବହୁଖୁସି ଦେଖିବାକୁ ମିଳିଛି ଭାଗ୍ୟସ୍ମିତାଙ୍କ ବାପା ଜଣେ ଶିକ୍ଷକ ଥିବାବେଳେ ନିଜ ଝିଅର ପାଠପଢ଼ାରେ ଆଜି ଯେଉଁ ଉତ୍ତମ ଫଳପ୍ରଦର ଅନ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ନିଶ୍ଚିତ ରହିବ ବୋଲି ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.