ମାଟ୍ରିକ ପରୀକ୍ଷାରେ ଚିକିଟୀ ବ୍ଲକରେ A1 ରେ ୩ ଜଣ

ଚିକିଟି : ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳାଫଳ ଚିକିଟୀ ବ୍ଲକ ର ଛାତ୍ର ଛାତ୍ରୀ ମାନଙ୍କ ସନ୍ତୋଷ ଜନକ ହୋଇଛି । ବ୍ଲକର ୨୨ ଗୋଟି ହାଇସ୍କୁଲ ର ମିଳିଥିବା ଫଳାଫଳ ଅନୁଯାୟୀ ସୁନ୍ଦରଡା ୟୂଜିହାଇସ୍କୁଲର ଏମ. ପବିତ୍ର ୫୪୬ ନମ୍ବର ରଖି A1 ଗ୍ରେଡ ପ୍ରଥମ ସ୍ଥାନ ସହ ବ୍ଲକ ଟପରହୋଇଥିବା ବେଳେ ନୂଆପଡା ସରକାରୀ ଉଚ୍ଚ ବିଦ୍ୟାଳୟର ଇପ୍ସିତା ପାଣିଗ୍ରାହୀ ୫୪୦ ଓ କଳବାଡ଼ ସ୍ଥିତ ବାରାହୀ ବିଦ୍ୟାପୀଠ ର ଓମପ୍ରିୟ ଦାଶ ୫୪୦ ନମ୍ବର ରଖି A1 ସ୍ଥାନ ରେ ଅଛନ୍ତି |
ମିଳିଥିବା ସୂଚନା ପ୍ରକାରେ ବ୍ଲକରେ ୨୨ ହାଇସ୍କୁଲ ରେ ୧୨୭୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ୧୨୫୭ ଜଣ ପରୀକ୍ଷାର୍ଥି ଉତ୍ତୀର୍ଣ୍ଣ ହୋଇଛନ୍ତି ଯାହା ହାର 98.89 ପ୍ରତିଶତ | ଏଥି ମଧ୍ୟରୁ A1 ରେ ୩ ଜଣ, A2 ରେ ୩୦ ଜଣ, B1 ରେ ୧୦୭ ., B2 ରେ ୨୫୪ ., C ରେ ୩୪୯ , D ରେ ୩୩୯ , E ରେ ୧୭୫ ଜଣ ପାସ ହୋଇଥିବା ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି | ଚଳିତ ବର୍ଷ ପରୀକ୍ଷା ହାର ଭଲ ଥିବାରୁ ଅଭିଭାବକ ମହଲରେ ଖୁସି ଅନୁଭବ କରିଛନ୍ତି |

nis-ad
Leave A Reply

Your email address will not be published.