ସାବିତ୍ରୀ ଫଳ ବଜାରରେ ଚଢ଼ାଉ, କାରବାଇଡ୍ ମିଶା ଫଳ ଜବତ

ଭୁବନେଶ୍ୱରରାତି ପାହିଲେ ସାବିତ୍ରୀ ଓଷା । ରାଜଧାନୀର ବିଭିନ୍ନ ଫଳ ମାର୍କେଟରେ ଲୋକଙ୍କ ନାହିଁ ନଥିବା ଭିଡ଼ ରହିଛି । ସାବିତ୍ରୀ ବ୍ରତ ପାଇଁ ଫଳ ଦର ଉଚ୍ଚା ରହିଥିବା ବେଳେ ଲୋକେ ପ୍ରବଳ ଖରାରେ ତଟକା ଫଳ ଖୋଜୁଛନ୍ତି । ଆଉ ଯାହାର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ ।

ଆଜି ବିଏମସିର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଚଢ଼ାଉ ବେଳେ ଅସାଧୁ ବ୍ୟବସାୟୀଙ୍କ କାରନାମା ସାମ୍ନାକୁ ଆସିଛି । ଭୁବନେଶ୍ୱରର ଅଶୋକ ନଗର ଏବଂ ବୁଦ୍ଧ ନଗରରେ ଥିବା ଫଳ ଗୋଦାମ ଓ ଦୋକାନରେ ବିଏମସିର ଖାଦ୍ୟ ସୁରକ୍ଷା ଅଧିକାରୀ ରେଡ୍ କରିଛନ୍ତି ।

nis-ad
Leave A Reply

Your email address will not be published.