ବିଶ୍ଵ ଆର୍ଟ ଅଫ ଗିଭିଂଡେରେ ସମ୍ମାନିତ ହେଲେ ଆତ୍ମସମର୍ପଣ କରିଥିବା ମାଓବାଦୀ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଲାଲ ଗଡ଼ ଭାବେ ପରିଚିତ ମାଲକାନଗିରି ଜିଲ୍ଲାରେ ଆତ୍ମ ସମର୍ପଣ କରିଥିବା ମାଓବାଦୀ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ ହୋଇ ହିଂସା ଛାଡି ଅହିଂସା ର ପଥକୁ ଅପଣାଇ ଥିବାରୁ ସେମାନଙ୍କୁ ବିଶ୍ଵ ଆର୍ଟ ଅଫ ଗିଭିଂ ଡେ ରେ ସମ୍ମାନିତ କରାଯାଇଛି।ଜୀବନ ଜୀଇଁବା ପାଇଁ ସଂଘର୍ଷ କରୁଥିବା ଲୋକଟି ବିଷୟରେ ଭାବିବା କାହା ପାଖରେ ସମୟ ନାହିଁ।ଏତିକିବେଳେ ଆର୍ଟ ଅଫ ଗିଭିଂ ର ପ୍ରୟାସ ସମସ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଆର୍ଟ ଅଫ ଗିଭିଂ ଅର୍ଥ ଦୟା ଏବଂ ଉଦାରତା ମାଧ୍ୟମରେ ଅନ୍ୟକୁ ଖୁସି ଦେବାର ଅନୁଭବ। କିସ କିଟ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ପ୍ରୟାସ ରେ ଆର୍ଟ ଅଫ ଗିଭିଂ ଆଜି କୁ10 ବର୍ଷ ପୂର୍ତ୍ତି ହୋଇଛି। ଏହି ଅବସରରେ ମାଲକାନଗିରି ଜିଲ୍ଲାରେ ଧୁମ ଧାମ ରେ ବିଶ୍ୱ ଆର୍ଟ ଅଫ ଗିଭିଂ ଡେ ପାଳିତ ହୋଇ ଯାଇଛି।ଜିଲ୍ଲାର 7 ଟି ବ୍ଲକ ର 18 ଟି ସ୍ଥାନ ରେ ଏଗାର ଶହ ଲୋକଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଆର୍ଟ ଅଫ ଗିଭିଂ କୀଟ ଦେଇ ସମ୍ମାନିତ କରାଯାଇଛି। ଜିଲ୍ଲା ସଦର ମହକୁମା ରେ ଜିଲ୍ଲା SP କାର୍ଯ୍ୟାଳୟ ରେ ASP ବଳଭଦ୍ର ଦୀପ ଆତ୍ମସମର୍ପଣ କରିଥିବା ମାଓବାଦୀ, ଟ୍ରାଫିକ ପୋଲିସ, ଏବଂ ହୋମ ଗାର୍ଡ ଙ୍କୁ ସମ୍ମାନିତ କରିଥିଲେ। DNK ଖେଳ ପଡିଆ ରେ ଅଟୋ ଡ୍ରାଇଭର ଏବଂ ଭିକାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଜିଲ୍ଲାର ର ସୁଇପର,ଆମ୍ବୁଲାନ୍ସ ଡ୍ରାଇଭର ଙ୍କୁ CDMO ଇଂଚାର୍ଜ ସଂଧ୍ୟା ରାଣୀ ପଟ୍ଟନାୟକ, ADMO ଶିବ ପ୍ରସାଦ ମହାରଣା ସନମନ୍ବିତ କରିଛନ୍ତି। ଆଓମା ଗୁରୁକୁଳ ରେ ଏକ ସଭା ଆୟୋଜନ କରାଯାଇଛି।ମୂଖ୍ୟ ଅତିଥି ମାନେ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ଏଭଳି ପ୍ରୟାସ କୁ ଭୁୟସୀ ପ୍ରଶଂସା କରିଛନ୍ତି।ଏହା ପରେ ଜିଲ୍ଲାର ସମସ୍ତ ସନମନ୍ବିତ ଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ଏଥିପାଇଁ ଅନେକ ସମାଜସେବୀ ସଙ୍ଗଠନ ଏବଂ ବିଭିନ୍ନ ଅନୁଷ୍ଠାନ ସାହାଯ୍ୟର ହାତ ବଢ଼ାଇ ଥିଲେ।ଏହି କାର୍ଯ୍ୟକ୍ରମ କୁ ମାଲକାନଗିରି ଜିଲ୍ଲା କିସ ବରିଷ୍ଠ ସଂଯୋଜକ ରମ୍ୟ ରଞ୍ଜନ ପରିଡା ପରିଚାଳନା କରିଥିବା ବେଳେ ଜିଲ୍ଲା କିସ ସହ ସଂଯୋଜକ ଉତ୍ତମ ସାହା, ଜିଲ୍ଲା ଆର୍ଟ ଅଫ ଗିଭିଂ ସଭାପତି ସୁଶାନ୍ତ ସାମଲ, ଉପ ସଭାପତି ବିନାଶ ମିଶ୍ର, ଶ୍ୟାମ ନାୟକ, ରବି ରାଜେଶ, ଲବ ସାହୁ, ସନ୍ତୋଷ ନାୟକ,କଳିଙ୍ଗ ଟିଭି ଜିଲ୍ଲା ପ୍ରତିନିଧି ପ୍ରସାଦ ନାୟକ ଏବଂ ଜିଲ୍ଲା କିସ କିଟ ଅବିଭାକ ସଂଘ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.