ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଓଢଣି କାଢି ଫିଙ୍ଗିଲେ ମହିଳା ସରପଞ୍ଚ…

ନୂଆଦିଲ୍ଲୀ: ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜନିଜ ରାଜ୍ୟର ସ୍ଥାନୀୟ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଜନଶୁଣାଣି କାର୍ଯ୍ୟକ୍ରମ କରିଥାଆନ୍ତି। ଏହି କାର୍ଯ୍ୟକ୍ରମ ସମୟରେ ଅନେକ ଥର ଆଶ୍ଚର୍ଯ୍ୟଜନକ ଘଟଣା ଘଟିବାର ଖବର ସାମ୍ନାକୁ ଆସିଛି।
ଏହି କ୍ରମରେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଉପରକୁ ଜଣେ ମହିଳା ସରପଞ୍ଚ ଓଢ଼ଣି ପିଙ୍ଗିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସିରସାଗସ୍ତରେ ଯାଇଥିଲେ। ଏହି ସମୟରେ ଏକ ଗ୍ରାମର ମହିଳା ସରପଞ୍ଚ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମ ଏଥିପାଇଁ ଆୟୋଜନ କରାଯାଇଥିଲା କି ମୁଖ୍ୟମନ୍ତ୍ରୀ ଲୋକଙ୍କ କଥା ଯେମିତି ଶୁଣିପାରିବେ। ଆଉ ଲୋକଙ୍କ ସମସ୍ୟା ଶୁଣି ତାହାର ସମାଧାନ କରିବେ।
ଏହି ସମୟରେ ନୈନା ନାମକ ଜଣେ ମହିଳା ସରପଞ୍ଚ ମୁଖ୍ୟମନ୍ତ୍ରୀ ବସିଥିବା ମଞ୍ଚରେ ପହଞ୍ଚି ଯାଇଥିଲେ। ସେ ମନୋହର ଲାଲ ଖଟ୍ଟରଙ୍କ ସାମ୍ନାରେ ନିଜ ଗ୍ରା‌ମରେ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତାବ ରଖିଥିଲେ।
ମହିଳା ସରପଞ୍ଚଙ୍କ କଥା ଶୁଣି ମୁଖ୍ୟମନ୍ତ୍ରୀ କହିଥିଲେ,‘ ଏହାକୁ ଲିଖିତ ଭାବେ ଦିଆଯାଉ।’ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏଭଳି କଥା ଶୁଣି ନୈନା ରାଗି ଯାଇଥି‌ଲେ। ସେ ସ‌ଙ୍ଗେସଙ୍ଗେ ପିନ୍ଧିଥିବା ଓଢ଼ଣିକୁ ବାହାର କରି ମୁଖ୍ୟମନ୍ତ୍ରୀଙ୍କ ପାଦକୁ ଫିଙ୍ଗି ଦେଇ କହିଥିଲେ, ‘ହିନ୍ଦୁସ୍ତାନୀ ମହିଳାଙ୍କ ସମ୍ମାନ ଅଛି।’
‌ଏହି ଘଟଣା ପରେ ନୈନାଙ୍କୁ ସଙ୍ଗେସଙ୍ଗେ ମଞ୍ଚରୁ ତଳକୁ ଓହ୍ଲାଇ ଦିଆଯାଇଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘ସମସ୍ତଙ୍କ ମାନ ସମ୍ମାନ ନିଜ ହାତରେ ରହିଛି। ଏଠାରେ ଆପଣଙ୍କୁ ସମ୍ମାନ ଦେଇ ବସା ଯାଇଛି। ଏଠାରେ ରାଜନୀତି ହେବା ଉଚିତ ନୁହେଁ’।

nis-ad
Leave A Reply

Your email address will not be published.