ବ୍ରହ୍ମପୁର ପୁଲିସକୁ ସଫଳତା : ଏକ ନୂଆ ଲୁଟେରା ଗ୍ୟାଙ୍ଗକୁ ଧରିଲେ ପୋଲିସ

ବ୍ରହ୍ମପୁର : ଗତକିଛି ଦିନ ପୂର୍ବେ ବ୍ରହ୍ମପୁର ସହର ଓ ଉପକଣ୍ଠରେ ବୁଲେଟ ଓ ଆର ୱାନ ବାଇକ୍ ରେ 5/6 ଜଣ ଲୁଟେରା ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୋକଙ୍କ ଠାରୁ ସୁନା ଗହଣା, ଟଙ୍କା ଓ ମୋବାଇଲ ଲୁଟ କରିଥିଲେ କରୁଥିବା ଅଭିଯୋଗ ହୋଇଥିଲା।ଏ ନେଇ ଗୋସାଣୀନୂଆ ଗାଁଥାନା , ସଦର, ଗୋପାଳପୁର ଥାନା, ଦିଗପହଣ୍ଡି, ଚମଖଣ୍ଡି, ଛତ୍ରପୁର, ନିମଖଣ୍ଡି, ଟାଉନ ଥାନା ସମେତ ଅନ୍ୟାନ୍ୟ ଥାନାରେ ଅଭିଯୋଗ ହୋଇଥିଲା। ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା ପୋଲିସ।ଏହି ଚୋରି ଗ୍ୟାଙ୍ଗରେ ଜଣେ ନାବାଳକ ରହିଥିବା ବେଳେ ଚୋରି ଗାଡିକୁ ବ୍ୟବହାର କରି ଏମାନେ ଲୁଟ କରୁଥିଲେ।ବିଶେଷ ସୂତ୍ର ରୁ ଖବର ପାଇ ଗୋସାଇନୁଆଁଗାଁ ଥାନା ପୋଲିସ ଜଣକୁ ଅଟକ ରଖି ପଚରାଉଚରା କରିବା ପରେ ଏହି ଗ୍ୟାଙ୍ଗ କୁ ଠାବ କରିବାରେ ସଫଳ ହୋଇଥିଲା।ଏହି ସଂକ୍ରାନ୍ତରେ 7 ଜଣ ଗିରଫ କରିବା ସହିତ ସେମାନଙ୍କ ଠାରୁ, ଦୁଇଟି ପିସ୍ତଲ ,ଲୁଟ କରିଥିବା 38 ଗ୍ରାମ ସୁନା ଅଳଙ୍କାର, 55 ଗ୍ରାମ ରୁପା ଅଳଙ୍କାର, ନଗଦ 3332 ଟଙ୍କା, 17 ଟି ମୋବାଇଲ ଫୋନ, 5ଟି ମୋଟର ସାଇକେଲ ଜବତ ହୋଇଥିବା ବ୍ରହ୍ମପୁର ଏସପି ଶ୍ରୀ. ବିବେକ ସୂଚନା ଦେଇଛନ୍ତି।
ଗିରଫମାନଙ୍କରେ ମଧ୍ୟରେ ବଡବଜାର ଥାନା ଅନ୍ତର୍ଗତ ବ୍ରଜରାଜନଗର ଦ୍ୱିତୀୟ ଗଳିର ଶୁଶାନ୍ତ କୁମାର ସାହୁ,ନିମଖଣ୍ଡି ଥାନା ଅନ୍ତର୍ଗତ ଝାଡ଼ାଙ୍କୁଳି ର ଶୁକଦେବ ସାହୁ, ଗଜପତି ନଗର ପଞ୍ଚମ ଗଳିର ସାଗର ସାହୁ, ଶ୍ରୀରାମ ନଗର ଜଗନ୍ନାଥ ବିହାରର ସୁମନ ଚୌଧୁରୀ, ଛତ୍ରପୁର ସିନ୍ଦୁରପୁର ଅଂଚଳର ପିଙ୍କୁ ସାହୁ ଓ ଗଜପତି ନଗର ଅଞ୍ଚଳର ଜଣେ ନାବାଳକ ରହିଛି।ଏଥି ସହିତ ଚୋରି ସୁନା ଅଳଙ୍କାର ଗ୍ରହଣ କରିଥିବା ଅଭିଯୋଗ ରେ ବ୍ରଜରାଜନଗର କିସାନ ସାହୁ ଗିରଫ କରାଯାଇଥିବା ଏସପି ଶ୍ରୀ ବିବେକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଅବସରରେ ଟାଉନ ଏସ୍ଡ଼ିପିଓ ରାଜୀବ ଲୋଚନ ପଣ୍ଡା, ଗୋସାଇନୁଆଁ ଗାଁ ଥାନା ଅଧିକାର ସ୍ମୃତି ପ୍ରଧାନ ଉପସ୍ଥିତ ଥିଲେ।ଆଜି ସମସ୍ତ ଚୋର ଗ୍ୟାଙ୍ଗ କୁ କୋର୍ଟ ଚାଲାଣ କରାଯାଇଛି।

nis-ad
Leave A Reply

Your email address will not be published.