ଆଇଏସଆଇ ତିଆରି କଲା ନୂଆ ଦାଉଦ, ଭାରତକୁ ଡ୍ରଗ୍ସ ପଠାଇ ଆୟ କରୁଛି କୋଟି କୋଟି ଟଙ୍କା…!

ନୂଆଦିଲ୍ଲୀ: ‘ଅପରେସନ ସମୁଦ୍ରଗୁପ୍ତ’ ଅଧୀନରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ବିଭିନ୍ନ ଏଜେନ୍ସି ସହିତ ମିଶି ଗୋଟିଏ ବର୍ଷରେ ୪୦ହଜାର କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରିଥିବା ସାମ୍ନାକୁ ଆସିଛି। ଭାରତକୁ ସମୁଦ୍ରପଥ ଦେଇ ଡ୍ରଗ୍ସ ଚାଲାଣ କରାଯାଉଥିବା ବେଳେ ଏହା ଉପରେ ନଜର ରଖି ଏବେ ଏନସିବି କୋଟି କୋଟି ଟଙ୍କାର ଡ୍ରଗ୍ସ ଜବତ କରିଥିବା ଜଣାପଡ଼ିଛି। ପାକିସ୍ତାନରେ ବସି ଡ୍ରଗ୍ସ ବ୍ୟବସାୟ କରୁଥିବା ହାଜି ସଲିମ ଏହାର ମାଷ୍ଟରମାଇଣ୍ଡ ବୋଲି ଭାରତୀୟ ଗୁଇନ୍ଦା ଏଜେନ୍ସିକୁ ସୂଚନା ମିଳିଛି। ନିକଟରେ ଜବତ ହୋଇଥିବା ଡ୍ରଗ୍ସଗୁଡ଼ିକୁ ହାଜି ସଲିମ ନାମକ ଜଣେ ବ୍ୟକ୍ତି ଭାରତକୁ ପଠାଇଥିବା ସାମ୍ନାକୁ ଆସିଛି। ସବୁଠୁ ବଡ଼ କଥା ହେଲା ଡ୍ରଗ୍ସ ଚୋରା ଚାଲାଣ ମାମଲାରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇ ଏବଂ ଅଣ୍ଡରୱାର୍ଲ୍ଡର ହାତ ଥିବା ଜଣାଯାଇଛି।
କୁହାଯାଉଛି ଯେ, ଭାରତକୁ ପଠାଯାଉଥିବା ଡ୍ରଗ୍ସରୁ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ଏବଂ ଅଣ୍ଡରୱାର୍ଲ୍ଡ ମଧ୍ୟ ଅର୍ଥ ପାଇଛନ୍ତି। ‘ଅପରେସନ ସମୁଦ୍ରଗୁପ୍ତ’ ଦ୍ବାରା ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇର ଅସଲ ମୁଖା ଖୋଲିଯାଇଛି। ହାଜି ସଲିମ ପଠାଉଥିବା ଡ୍ରଗ୍ସଗୁଡ଼ିକ ସମୁଦ୍ରର ବିଭିନ୍ନ ମାର୍ଗ ଦେଇ ଭାରତର ବିଭିନ୍ନ ବନ୍ଦରକୁ ଆସୁଛି। ଆଇଏସଆଇ ତିଆରି କରିଥିବା ଏହି ନୂଆ ଦାଉଦ(ହାଜି ସଲିମ) ବର୍ତ୍ତମାନ ଭାରତୀୟ ଗୁଇନ୍ଦା ଏଜେନ୍ସିର ରାଡାରରେ ରହିଛି।

ଅନ୍ୟପକ୍ଷରେ ଭାରତୀୟ ନୌବାହିନୀ ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ମିଳିତ ଚଢ଼ଉରେ କେରଳ ଉପକୂଳରେ ଏକ ଜାହାଜରୁ ୧୨,୦୦୦ କୋଟି ଟଙ୍କା ମୂଲ୍ୟର ପ୍ରାୟ ୨,୫୦୦ କିଲୋଗ୍ରାମ୍ ମେଥାମ୍ଫେଟାମାଇନ୍ (ଡ୍ରଗ୍) ଜବତ କରାଯାଇଥିବା ଶନିବାର ଏନ୍‌ସିବି ପକ୍ଷରୁ କୁହାଯାଇଛି। ଏନ୍‌ସିବିର ସୂଚନା ଅନୁସାରେ ସର୍ବାଧିକ ପରିମାଣର ଡ୍ରଗ୍ ଜବତ ସହ ଏଥିରେ ସମ୍ପୃକ୍ତ ଜଣେ ପାକିସ୍ତାନୀ ନାଗରିକକୁ ମଧ୍ୟ ଗିରଫ କରାଯାଇଛି।

nis-ad
Leave A Reply

Your email address will not be published.